Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାଂଲାଦେଶ ଗସ୍ତ କଲେ ପ୍ରଶାସନିକ ସଂସ୍କାର ଏବଂ ଜନ ଅଭିଯୋଗ ବିଭାଗର ପ୍ରତିନିଧିମଣ୍ଡଳ
ଜାତୀୟ ଖବର

ବାଂଲାଦେଶ ଗସ୍ତ କଲେ ପ୍ରଶାସନିକ ସଂସ୍କାର ଏବଂ ଜନ ଅଭିଯୋଗ ବିଭାଗର ପ୍ରତିନିଧିମଣ୍ଡଳ

April 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଶାସନିକ ସୁଧାର ଏବଂ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି)ର ସଚିବ ଭି. ଶ୍ରୀନିବାସ ଅପ୍ରେଲ ୨୮ ଠାରୁ ୩୦, ୨୦୨୪ ତାରିଖ ପର୍ଯ୍ୟନ୍ତ ଏକ ଚାରିଜଣିଆ ପ୍ରତିନିଧି ମଣ୍ଡଳ ସହିତ ବାଂଲାଦେଶ ଯାତ୍ରା ଅବସରରେ ନେତୃତ୍ୱ ନେବେ। ୨୦୨୪-୨୦୨୯ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରୀୟ କେନ୍ଦ୍ର (ଏନସିଜିଜି) ଭାରତ ଏବଂ ବାଂଲାଦେଶର ଲୋକ ପ୍ରଶାସନ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ରାଜିନାମା (ଏମଓୟୁ)ର ନବୀକରଣ ସମ୍ପର୍କରେ ସେ ଦେଶର ପ୍ରତିନିଧିମାନଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ଏହି ଗସ୍ତର ଉଦ୍ଦେଶ୍ୟ। ବାଂଲାଦେଶର ସାଧାରଣ ପ୍ରଶାସନ ମନ୍ତ୍ରଣାଳୟର ନିମନ୍ତ୍ରଣ କ୍ରମେ ଏହି ଭାରତୀୟ ପ୍ରତିନିଧିମାନେ ସେ ଦେଶ ଗସ୍ତ କରୁଛନ୍ତି। ଏଥିରେ ବାଂଲାଦେଶର ସାଧାରଣ ପ୍ରଶାସନର ଅଧିକାରୀମାନଙ୍କ ନିମନ୍ତେ କ୍ଷେତ୍ରୀୟ ପ୍ରଶାସନରେ ମିଡ୍- କ୍ୟାରିଅର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ।

ସୁଶାସନ ନିମନ୍ତେ ରାଷ୍ଟ୍ରୀୟ କେନ୍ଦ୍ର (ଏନସିଜିଜି) ଏବଂ ବାଂଲାଦେଶର ସାଧାରଣ ପ୍ରଶାସନ ମନ୍ତ୍ରଣାଳୟ ୨୦୧୪ଠାରୁ ବାଂଲାଦେଶ ସରକାରୀ ଅଧିକାରୀମାନଙ୍କ କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମମାନ ଆୟୋଜନ କରିଆସୁଛନ୍ତି ଏବଂ ସେଥିପାଇଁ ଦ୍ୱିପାକ୍ଷିକ ସହଭାଗୀତା ଜାରି ରହିଛି । ଏହି ବୁଝାମଣା ପତ୍ର ଅଧୀନରେ ଏପର୍ଯ୍ୟନ୍ତ ୭୧ଗୋଟି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହା ବ୍ୟତୀତ ୨୦୧୪ ଠାରୁ ୨୬୦୦ ବାଂଲାଦେଶ ସରକାରୀ କର୍ମଚାରୀ ସୁଶାସନ ତାଲିମ ନିମନ୍ତେ ରାଷ୍ଟ୍ରୀୟ କେନ୍ଦ୍ର ଗସ୍ତରେ ଆସିଛନ୍ତି । ବାଂଲାଦେଶ ସରକାର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକର ଉପଯୋଗିତା ଉପରେ ଅଧିକ ଗୁରୁତ୍ୱ ଆରୋପ କରୁଛନ୍ତି ଏବଂ ସୁଶାସନ ନିମନ୍ତେ ରାଷ୍ଟ୍ରୀୟ କେନ୍ଦ୍ର (ଏନସିଜିଜି) ଏବଂ ବାଂଲାଦେଶ ସାଧାରଣ ପ୍ରଶାସନ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା ପତ୍ର (ଏମଓୟୁ)ର ନବୀକରଣ ପାଇଁ ନିଜର ଆଗ୍ରହ ପ୍ରକଟ କରିଛି । ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ବୁଝାମଣା ପତ୍ର ୨୦୨୫ ମସିହାରେ ସମାପ୍ତ ହୋଇଯିବ । ଏହି ବୁଝାମଣା ପତ୍ରର ନବୀକରଣ ଘଟିଲେ ଆଗାମୀ ପାଞ୍ଚ ବର୍ଷ ନିମନ୍ତେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ନିମନ୍ତେ ଅବଧି ସମ୍ପ୍ରସାରିତ ହୋଇପାରିବ ।

ଡିଏଆରପିଜି ସଚିବ ଭି. ଶ୍ରୀନିବାସ ଏହି ତିନିଦିନିଆ ଯାତ୍ରା ଅବସରରେ ଅନେକ ଦ୍ୱିପାକ୍ଷିକ ଆଲୋଚନାରେ ସାମିଲ ହେବେ। ସେମାନଙ୍କ ମଧ୍ୟରେ ବାଂଲାଦେଶର ସାଧାରଣ ପ୍ରଶାସନ ମନ୍ତ୍ରୀ, ସାଧାରଣ ପ୍ରଶାସନ ମନ୍ତ୍ରଣାଳୟର ବରିଷ୍ଠ ସଚିବ, ଲୋକସେବା ପ୍ରଶାସନ ଏକାଡେମୀର ମହାନିର୍ଦ୍ଦେଶକ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଶାସନ ନବୀକରଣ ବିଭାଗର ମହାନିର୍ଦ୍ଦେଶକ ଏବଂ ସାଧାରଣ ପ୍ରଶାସନ ମନ୍ତ୍ରଣାଳୟର କ୍ୟାରିଅର୍ ନିୟୋଜନ ଏବଂ ପ୍ରଶିକ୍ଷଣ ଶାଖାର ଅତିରିକ୍ତ ସଚିବଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହା ବ୍ୟତୀତ ଡିଏଆରପିଜିର ସଚିବ ଶ୍ରୀ ଭି. ଶ୍ରୀନିବାସ ଆଇନ ଏବଂ ପ୍ରଶାସନ ପାଠ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ସଦସ୍ୟ ଏବଂ ବାଂଲାଦେଶର ଲୋକସେବା ପ୍ରଶାସନ ଏକାଡେମୀର ଶିକ୍ଷକମାନଙ୍କ ସହିତ ‘ସାର୍ବଜନୀନ ସେବା ବିତରଣକୁ ବୃଦ୍ଧି କରିବା ନିମନ୍ତେ ସ୍ମାର୍ଟ ଗଭର୍ଣ୍ଣାନ୍ସ (ଶାସନ)ର ସଂସ୍ଥାଗତକରଣ’ ଶୀର୍ଷକ ଉପରେ ଉଦବୋଧନ ଦେବେ । ଏହା ବ୍ୟତୀତ ଭାରତୀୟ ପ୍ରତିନିଧି ମଣ୍ଡଳ ଏନସିଜିଜି କାର୍ଯ୍ୟକ୍ରମର ପୂର୍ବ ପ୍ରଶିକ୍ଷାର୍ଥୀମାନଙ୍କ ସହିତ ଭାବ ବିନିମୟ କରିବା ସହିତ ନାରାୟଣଗଞ୍ଜ ଜିଲ୍ଲାରେ ଆଶ୍ରୟ ପରିଯୋଜନା ସ୍ଥଳ ଗସ୍ତ କରିବେ ।

bangladesh Dhaka
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ପଡିଲା “ନମସ୍ତେ ଟ୍ରମ୍ପ”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଟାର୍ଗେଟ କଲା କଂଗ୍ରେସ

February 7, 2026

ଆଜି ସୁନା ଏବଂ ରୂପାର ମୂଲ୍ୟ ବଢିଛି ନା କମିଛି?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁର ଦର

February 7, 2026

ବିଏମସିର ମେୟର ହେବେ ବିଜେପିର ଋତୁ ତାୱଡେ, ଶିବସେନାର ସଞ୍ଜୟ ଶଙ୍କର ଡେପୁଟି ମେୟର

February 7, 2026

ବ୍ରାଉନ ସୁଗାର କାରବାର ଅଭିଯୋଗ: ୩ ଯୁବକ କୋର୍ଟ ଚାଲାଣ

February 7, 2026
Latest News

ମହଙ୍ଗା ପଡିଲା “ନମସ୍ତେ ଟ୍ରମ୍ପ”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଟାର୍ଗେଟ କଲା କଂଗ୍ରେସ

February 7, 2026

ଆଜି ସୁନା ଏବଂ ରୂପାର ମୂଲ୍ୟ ବଢିଛି ନା କମିଛି?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁର ଦର

February 7, 2026

ବିଏମସିର ମେୟର ହେବେ ବିଜେପିର ଋତୁ ତାୱଡେ, ଶିବସେନାର ସଞ୍ଜୟ ଶଙ୍କର ଡେପୁଟି ମେୟର

February 7, 2026

ବ୍ରାଉନ ସୁଗାର କାରବାର ଅଭିଯୋଗ: ୩ ଯୁବକ କୋର୍ଟ ଚାଲାଣ

February 7, 2026

ବନ୍ଧୁକ କାରବାର କରୁଥିବା ବେଳେ ଦୁଇ ଯୁବକ ଗିରଫ: ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.