Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଫଳପ୍ରଦ ହେଲା ନିର୍ବାଚନ ଆୟୋଗଙ୍କ ସଚେତନତା ଅଭିଯାନ; ମତଦାନରେ ଆଦିବାସୀ ସମ୍ପ୍ରଦାୟର ସକ୍ରିୟ ଭାଗିଦାରୀ
ଜାତୀୟ ଖବର

ଫଳପ୍ରଦ ହେଲା ନିର୍ବାଚନ ଆୟୋଗଙ୍କ ସଚେତନତା ଅଭିଯାନ; ମତଦାନରେ ଆଦିବାସୀ ସମ୍ପ୍ରଦାୟର ସକ୍ରିୟ ଭାଗିଦାରୀ

May 2, 2024No Comments6 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପିଭିଟିଜି (ବିଶେଷ ଦୁର୍ବଳ ଜନଜାତି ଗୋଷ୍ଠୀ) ସମ୍ପ୍ରଦାୟ ଏବଂ ଅନ୍ୟ ଆଦିବାସୀ ଗୋଷ୍ଠୀଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଗତ ଦୁଇ ବର୍ଷ ଧରି ନିର୍ବାଚନ ଆୟୋଗଙ୍କ ପ୍ରୟାସ ଫଳପ୍ରଦ ହୋଇଛି । ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟମାନେ ମତଦାନ କେନ୍ଦ୍ରଗୁଡ଼ିକରେ ସାଧାରଣ ନିର୍ବାଚନ ୨୦୨୪ର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ସାହର ସହ ଅଂଶଗ୍ରହଣ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଗ୍ରେଟ୍ ନିକୋବରର ଶୋମ୍ପେନ୍ ଜନଜାତି ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ଭୋଟ୍ ଦେଇଥିଲେ।

ପିଭିଟିଜିମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ସଚେତନ ହୋଇ ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କୁ ଭୋଟର ଭାବରେ ପଞ୍ଜୀକରଣ କରିବା ଏବଂ ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଲାଗି ବିଶେଷ ପ୍ରୟାସ କରିଥିଲେ । ଭୋଟର ତାଲିକା ସଂଶୋଧନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ଯେଉଁ ନିର୍ଦ୍ଦିଷ୍ଟ ରାଜ୍ୟରେ ପିଭିଟିଜି ରହୁଛନ୍ତି ସେଠାରେ ସ୍ୱତନ୍ତ୍ର ପ୍ରଚାର ଶିବିର ଆୟୋଜନ କରାଯାଇ ଭୋଟର ତାଲିକାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସୂଚନାଯୋଗ୍ୟ, ୨୦୨୨ ନଭେମ୍ବର ମାସରେ ପୁଣେଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାର ପିଭିଟିଜିମାନଙ୍କୁ ଦେଶର ଗର୍ବିତ ଭୋଟର ଭାବେ ପଞ୍ଜୀକୃତ କରିବା ଏବଂ ସଶକ୍ତ କରିବା ପାଇଁ ଆୟୋଗର ଗୁରୁତ୍ୱପୂର୍ଣ୍ଣ ପ୍ରଚାର ଓ ହସ୍ତକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ।

ମଧ୍ୟପ୍ରଦେଶ

ଏହି ରାଜ୍ୟରେ ମୋଟ ୩ଟି ପିଭିଟିଜି ରହିଛି ଯଥା ବେଗା, ଭାରିୟା ଓ ସାହରିଆ। ମଧ୍ୟପ୍ରଦେଶରେ ୨୩ଟି ଜିଲ୍ଲାର ମୋଟ ୯,୯୧,୬୧୩ ପିଭିଟିଜି ଜନସଂଖ୍ୟା ମଧ୍ୟରୁ ୬,୩୭,୬୮୧ ଜଣ ଯୋଗ୍ୟ ୧୮ ବର୍ଷରୁ ଅଧିକ ବୟସ୍କ ନାଗରିକ ଏବଂ ସମସ୍ତେ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଛନ୍ତି। ରାଜ୍ୟରେ ଦୁଇଟି ପର୍ଯ୍ୟାୟ ମତଦାନରେ ସକାଳୁ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେବା ପାଇଁ ନିଜ ପାଳିକୁ ଅପେକ୍ଷା କରିଥିବା ବୈଗା ଓ ଭରିଆ ଜନଜାତିର ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ଏବଂ ଗଣତନ୍ତ୍ରର ମହାପର୍ବରେ ସେମାନଙ୍କ ଅଂଶଗ୍ରହଣ ସୁନିଶ୍ଚିତ ହୋଇଥିଲା ।

ମତଦାନ କେନ୍ଦ୍ରଗୁଡ଼ିକରେ ଆଦିବାସୀ ବିଷୟବସ୍ତୁ ଭିତ୍ତିକ ମତଦାନ କେନ୍ଦ୍ରଗୁଡ଼ିକୁ ସ୍ୱାଗତ କରିବା ପାଇଁ ମଧ୍ୟ ସ୍ଥିର କରାଯାଇଥିବା ବେଳେ ମଧ୍ୟପ୍ରଦେଶର ଡିଣ୍ଡୋରୀ ଗ୍ରାମବାସୀମାନେ ନିଜେ ମତଦାନ କେନ୍ଦ୍ରଗୁଡ଼ିକୁ ସଜାଇଥିଲେ।

କର୍ଣ୍ଣାଟକ

କର୍ଣ୍ଣାଟକର ପଶ୍ଚିମ ଏବଂ ଦକ୍ଷିଣ ଅଞ୍ଚଳରେ ପିଭିଟିଜି ଜେନୁ କୁରୁବା ଏବଂ କୋରଗା ବସବାସ କରନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସାମାଜିକ ଓ ଆଦିବାସୀ କଲ୍ୟାଣ ବିଭାଗ ସହଯୋଗରେ ଯୋଗ୍ୟ ପିଭିଟିଜିମାନଙ୍କୁ ଶତ ପ୍ରତିଶତ ପଞ୍ଜିକରଣ ସୁନିଶ୍ଚିତ କରିଥିଲା। ଜିଲ୍ଲା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆଦିବାସୀ କଲ୍ୟାଣ ସମିତି ଗଠନ କରାଯାଇଥିଲା । ଯାହା ସମସ୍ତଙ୍କ ନାମ ପଞ୍ଜୀକରଣ ସୁନିଶ୍ଚିତ କରିବା ଏବଂ ସମସ୍ତ ପିଭିଟିଜିମାନଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା ସୃଷ୍ଟି କରିବା ପାଇଁ ନିୟମିତ ଭାବରେ ବୈଠକ କରୁଛି । ପଞ୍ଜୀକରଣ ଏବଂ ନିର୍ବାଚନୀ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ନିର୍ବାଚନ ଅଧିକାରୀମାନେ ଏହି ସବୁ ଅଞ୍ଚଳ ପରିଦର୍ଶନ କରିଛନ୍ତି। ରାଜ୍ୟର ମୋଟ୍ ଜନସଂଖ୍ୟାରେ ୫୫,୮୧୫ ପିଭିଟିଜି ଥିବା ବେଳେ ସେଥିମଧ୍ୟରୁ ୧୮ ବର୍ଷରୁ ଅଧିକ ୩୯,୪୯୮ ନୂଆ ଭୋଟର୍ ଏବଂ ସମସ୍ତେ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଛନ୍ତି।

କେରଳ

କେରଳରେ ୫ଟି ସମ୍ପ୍ରଦାୟକୁ ପିଭିଟିଜି ଶ୍ରେଣୀଭୁକ୍ତ କରାଯାଇଛି। ସେଗୁଡ଼ିକ ହେଲା କାସରଗୋଡ ଜିଲ୍ଲାର କୋରଗା, ମଲ୍ଲାପୁରମ୍ ଜିଲ୍ଲାର ନୀଳମ୍ବର ଉପତ୍ୟକାର ଚୋଲାନାଇକାୟନ, ଆଟ୍ଟାପଡିର କୁରୁମ୍ବର, ପାଲକ୍କଡ ଜିଲ୍ଲାର କାଦର, ପାରାମ୍ବିକୁଲମ, ପାଲକ୍କଡ ଏବଂ ତ୍ରିସୁର ଜିଲ୍ଲାର କାଦର, ୱାୟନାଡର କଟୁନାଇକାନ, କୋଡ଼ିକୋଡ, ମାଲାପୁରମ ଏବଂ ପାଲକ୍କଡ ଜିଲ୍ଲା। ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ପିଭିଟିଜିଙ୍କର ମୋଟ ଜନସଂଖ୍ୟା ୪୭୫୦ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮୫୦ ଜଣ ସ୍ୱତନ୍ତ୍ର ଅଭିଯାନ ଓ ପଞ୍ଜିକରଣ ଶିବିର ମାଧ୍ୟମରେ ସଫଳତାର ସହ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିଛନ୍ତି। ନିର୍ବାଚନ ସାକ୍ଷରତା କ୍ଲବ ଓ ଚୁନାବ୍ ପାଠଶାଳା ପକ୍ଷରୁ ବ୍ୟାପକ ଭୋଟର ସଚେତନତା କାର୍ଯ୍ୟକ୍ରମ ସହିତ ମତଦାନ ଦିନ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଥିଲା।
କେରଳର ସାଇଲେଣ୍ଟ ଭ୍ୟାଲିର ମୁକ୍କାଲି ଅଞ୍ଚଳରେ ଥିବା ମତଦାନ କେନ୍ଦ୍ରକୁ ପରିବହନ ସୁବିଧା ପାଇଁ ଗାଡି ଯୋଗାଇ ଦିଆଯାଇଥିଲା। ଫଳରେ କୁରୁମ୍ବା ଆଦିବାସୀ ଭୋଟରମାନେ ଜଙ୍ଗଲରେ ଚାଲି ଆସିବା ସହିତ ଗାଡ଼ିରେ ବସି ମତଦାନ କେନ୍ଦ୍ରକୁ ଆସିବାର ଏକ ପ୍ରେରଣାଦାୟକ ସଫଳତା ହାସଲ କରିଛନ୍ତି। ୮୦ ରୁ ୯୦ ବର୍ଷ ବୟସର ବହୁ ଆଦିବାସୀ ଭୋଟର ଗଣତନ୍ତ୍ର ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଦର୍ଶାଇଥିଲେ । ଏହା ଅନେକଙ୍କ ପାଇଁ ପ୍ରେରଣାର ଉଦାହରଣ ସୃଷ୍ଟି କରିଛି । ୮୧୭ ଜଣ ଭୋଟରଙ୍କ ମଧ୍ୟରୁ ୪୧୭ ଜଣ ମହିଳା ଥିଲେ।

ତ୍ରିପୁରା

ରିଆଙ୍ଗ ତ୍ରିପୁରାର ଅନ୍ୟତମ ଆଦିବାସୀ ଗୋଷ୍ଠୀ ଯେଉଁମାନେ ଏକତା ଭାବନା ପ୍ରଦର୍ଶନ କରୁଛନ୍ତି । ଧଲାଇ, ଉତ୍ତର, ଗୋମତୀ ଏବଂ ଦକ୍ଷିଣ ତ୍ରିପୁରା ଜିଲ୍ଲା ଭଳି ଦୁର୍ଗମ ଏବଂ ପାହାଡ଼ିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଏହି ସମ୍ପ୍ରଦାୟ ରାଜ୍ୟର ବହୁ ସଂଖ୍ୟକ ବିଧାନସଭା ନିର୍ବାଚନ ମଣ୍ଡଳୀ ସେମାନଙ୍କର ସ୍ଥିତି ଜାହିର କରିଥାନ୍ତି । ରିଆଙ୍ଗ ସମ୍ପ୍ରଦାୟ ନାମରେ ମଧ୍ୟ ପରିଚିତ ବ୍ରୁ ସମ୍ପ୍ରଦାୟ ମଧ୍ୟ ମିଜୋରାମ ରାଜ୍ୟରୁ ତ୍ରିପୁରା ରାଜ୍ୟକୁ ଚାଲି ଆସିଥିଲେ ଏବଂ ବର୍ତ୍ତମାନ ଅନେକ ସରକାରୀ ସହାୟତା ପ୍ରାପ୍ତ ଥଇଥାନ ସ୍ଥଳୀରେ ରହୁଛନ୍ତି।

ଓଡ଼ିଶା

ଓଡ଼ିଶାରେ ୧୩ଟି ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ଯଥା ପାଉଡ଼ି ଭୁଇଆ, ଜୁଆଙ୍ଗ, ସୌରା, ଲାଞ୍ଜିଆ ସୌରା, ମନକିରଡିଆ, ବିରହୋର, କୁଟିଆ କନ୍ଧ, ବୋଣ୍ଡୋ, ଦିଦାୟୀ, ଲୋଧା, ଖରିଆ, ଚୁକୁଟିଆ ଭୁଞ୍ଜିଆ, ଡଙ୍ଗରିଆ ଖୋଣ୍ଡ ବସବାସ କରନ୍ତି। ଏମାନଙ୍କ ଜନସଂଖ୍ୟା ୨,୬୪,୯୭୪ ରହିଛି।

ଉଲ୍ଲେଖନୀୟ ପ୍ରୟାସ ଏବଂ ପଞ୍ଜୀକରଣ ଅଭିଯାନ ଦ୍ୱାରା ସମସ୍ତ ୧,୮୪,୨୭୪ ଯୋଗ୍ୟ ପିଭିଟିଜିଙ୍କ ଶତପ୍ରତିଶତ ପଞ୍ଜୀକରଣ ଲକ୍ଷ୍ୟ ହାସଲ ହୋଇଛି। ନିର୍ବାଚନୀ ଅଂଶଗ୍ରହଣର ଗୁରୁତ୍ୱ ଉପରେ ସମୟ ସମୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ସ୍ଥାନୀୟ ଭାଷାରେ ଭୋଟର ଶିକ୍ଷା ବିଷୟବସ୍ତୁ ସୃଷ୍ଟି କରାଯାଇଥିଲା । ସ୍ୱତନ୍ତ୍ର ପଞ୍ଜୀକରଣ ଅଭିଯାନ ସହିତ ପାରମ୍ପରିକ ଲୋକକଳା ଓ ଗୋଷ୍ଠୀ ସଂପୃକ୍ତିକୁ ଅନ୍ତର୍ଭୁକ୍ତ କରି ଏକ ବହୁମୁଖୀ ଆଭିମୁଖ୍ୟ ଶତ ପ୍ରତିଶତ ପିଭିଟିଜି ନାମଲେଖା ସୁନିଶ୍ଚିତ କରିବାରେ ସହାୟକ ହୋଇଛି। ସ୍ଥାନୀୟ ଭାଷାରେ ପରିବେଷିତ ହେଉଥିବା ନାଟକ ସହ ପାଲା ଓ ଦାଶକାଠିଆ ଭଳି ସାଂସ୍କୃତିକ ଶୈଳୀ ଓ ଲୋକକଳା ଭୋଟର ଶିକ୍ଷା ଓ ସଚେତନତା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ଯ୍ୟ କରିଛି।

ପିଭିଟିଜି ଅଞ୍ଚଳରେ ଭ୍ରାମ୍ୟମାନ ଗାଡ଼ି ମୁତୟନ କରାଯାଇ ସମ୍ପ୍ରଦାୟକୁ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ସଚେତନ କରାଯାଇଥିଲା । ୨୦,୦୦୦ରୁ ଅଧିକ ପିଭିଟିଜି ମତଦାନ ପ୍ରକ୍ରିୟା ସହିତ ପରିଚିତ କରାଇବା ପାଇଁ ଛାୟା ମତଦାନରେ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ଭାଷାରେ କାନ୍ଥ ଚିତ୍ର କଳା ଉପସ୍ଥାପନ କରିବାର ଅଭିନବ ଧାରଣା କେବଳ ପରିବେଶର ସୌନ୍ଦର୍ଯ୍ୟ ବଢ଼ାଇ ନାହିଁ ବରଂ “ନିଶ୍ଚିତ ଭାବରେ ଭୋଟ୍ ଦିଅନ୍ତୁ” ଏବଂ “ମୋ ଭୋଟ୍ କିଣାଯାଇପାରିବ ନାହିଁ” ଭଳି ସଶକ୍ତ ବାର୍ତ୍ତା ମଧ୍ୟ ଦେଇଛି।

ଓଡ଼ିଶାର ପାଉଡ଼ି ଭୂୟାଁ ଜନଜାତି (ପିଭିଟିଜି)ର ଭୋଟରମାନେ ବଣାଇ ଜିଲ୍ଲାର ଅଧିକାରୀଙ୍କ ଉଦ୍ୟମରେ ସାଂସ୍କୃତିକ ଅନୁପ୍ରାଣିତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ସେମାନଙ୍କ ଅଞ୍ଚଳରେ ୬୬୬ଟି ଥିମ୍ ଭିତ୍ତିକ ପୋଲିଂ ବୁଥ୍ ଖୋଲାଯାଇ ଲଜିଷ୍ଟିକ୍ ପ୍ରତିବନ୍ଧକ ଦୂର କରିବା ସହ ମତଦାନ ପ୍ରକ୍ରିୟାକୁ ସୁନିଶ୍ଚିତ କରାଯାଇଛି। ଆଗାମୀ ପର୍ଯ୍ୟାୟରେ (ଚତୁର୍ଥ-ସପ୍ତମ ପର୍ଯ୍ୟାୟ) ରାଜ୍ୟରେ ମତଦାନ ହେବ।

ବିହାର

ବିହାରର ମାଲ ପହଡ଼ିଆ, ସୌରିଆ ପହାଡିଆ, ପହାଡିଆ, କୋରୱା ଓ ବୀରହୋର ସମେତ ୫ଟି ପିଭିଟିଜିର ଜନସଂଖ୍ୟା ୭୬୩୧ ଅଟେ । ଯୋଗ୍ୟ ୩୧୪୭ ଜଣ ଭୋଟରଙ୍କ ଶତ ପ୍ରତିଶତ ନାମଲେଖା ସହ ଚଳିତ ନିର୍ବାଚନରେ ସେମାନଙ୍କ ଭାଗିଦାରୀ ବୃଦ୍ଧି ପାଇଁ ‘ମତଦାତା ଆପିଲ ପତ୍ର’ ସମେତ ବ୍ୟାପକ ଅଭିଯାନ ଆରମ୍ଭ ହୋଇଥିଲା।

ଝାଡ଼ଖଣ୍ଡ

ଝାଡ଼ଖଣ୍ଡରେ ୩୨ଟି ଆଦିବାସୀ ଗୋଷ୍ଠୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୯ଟି ପିଭିଟିଜି ଯଥା ଅସୁର, ବିରହୋର, ବିରଜିଆ, କୋରୱା, ମାଲ ପହାଡିଆ, ପହାଡ଼ିଆ, ସୌରିଆ ପହାଡ଼ିଆ, ବେଗା ଓ ସାବର ଅନ୍ତର୍ଭୁକ୍ତ। ଏସ୍ଏସ୍ଆର୍ ୨୦୨୪ ସମୟରେ ଝାଡ଼ଖଣ୍ଡର ପିଭିଟିଜିମାନଙ୍କ ବାସସ୍ଥାନ ଅଞ୍ଚଳରେ ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା, ଯାହାଫଳରେ ୬,୯୭୯ ଟି ପଞ୍ଜୀକରଣ ହୋଇଥିଲା, ଯେଉଁଥିରେ ମୋଟ ୧,୬୯,୨୮୮ ଯୋଗ୍ୟ ୧୮ବର୍ଷରୁ ଅଧିକ ପିଭିଟିଜି ଏବେ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଛନ୍ତି। ସମୁଦାୟ ପିଭିଟିଜି ଜନସଂଖ୍ୟା ୨,୫୮,୨୬୬ ଅଟେ ।

ଗୁଜରାଟ

କୋଲଘା, କାଠୋଡି, କୋତୱାଲିଆ, ପଧର, ସିଦ୍ଦି ଗୁଜରାଟର ୧୫ଟି ଜିଲ୍ଲାରେ ରହୁଥିବା ପିଭିଟିଜି ଆଦିବାସୀ ସମ୍ପ୍ରଦାୟ। ରାଜ୍ୟରେ ଯୋଗ୍ୟ ପିଭିଟିଜିମାନଙ୍କର ଶତ ପ୍ରତିଶତ ପଞ୍ଜୀକରଣ କୁ ସୁନିଶ୍ଚିତ କରି ମୋଟ ୮୬,୭୫୫ ଜଣ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଛନ୍ତି। ଗୁଜରାଟରେ ୨୦୨୪ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି।

ତାମିଲନାଡୁ

ତାମିଲନାଡୁରେ ୬ଟି ପିଭିଟିଜି ସମ୍ପ୍ରଦାୟ ରହିଛି ଯଥା କୁଟ୍ଟୁନାୟକନ, କୋଟା, କୁରୁମ୍ବା, ଇରୁଲାର, ପାନିଆନ୍, ଟୋଡା ଯେଉଁମାନଙ୍କର ମୋଟ ଜନସଂଖ୍ୟା ୨,୨୬,୩୦୦। ୧,୬୨,୦୪୯ ୧୮ ବର୍ଷରୁ ଅଧିକ ଯୋଗ୍ୟ ପିଭିଟିଜିଙ୍କ ମଧ୍ୟରୁ ୧,୬୧,୯୩୨ ଜଣ ପଞ୍ଜୀକୃତ ଭୋଟର। କୋଏମ୍ବାଟୁର, ନୀଳଗିରି ଓ ତିରୁପଥର ଭଳି ଅଞ୍ଚଳ ଉପରେ ଗୁରୁତ୍ବ ଦେଇ ୨୩ଟି ଜିଲ୍ଲାରେ ଏକ ବ୍ୟାପକ ଅଭିଯାନ ପିଭିଟିଜି ଅନ୍ତର୍ଭୁକ୍ତୀକରଣକୁ ପ୍ରାଥମିକତା ଦେଇଛି।

ଉତ୍ସାହୀ ଭୋଟରମାନେ ଘଞ୍ଚ ଜଙ୍ଗଲ, ଜଳପଥ ଇତ୍ୟାଦି ବିଭିନ୍ନ ମାଧ୍ୟମରେ ମତଦାନ କେନ୍ଦ୍ରରେ ପହଞ୍ଚି ଲୋକସଭା ନିର୍ବାଚନରେ ଅଂଶଗ୍ରହଣ ସୁନିଶ୍ଚିତ କରିଥିଲେ।

ଛତିଶଗଡ଼

୧,୮୬,୯୧୮ ପିଭିଟିଜି ଜନସଂଖ୍ୟା ବିଶିଷ୍ଟ ଛତିଶଗଡ଼ରେ ୧୮ଟି ଜିଲ୍ଲାରେ ୫ଟି ପିଭିଟିଜି ସମ୍ପ୍ରଦାୟ ଯଥା ଅବୁଝମାଡିଆ, ବାଇଗା, ବିରହୋର, କାମାର ଓ ପାହାଡ଼ି କୋରୱା ରୁହନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ ଅଧିକ ଭୋଟରଙ୍କ ସଂଖ୍ୟା ୧,୨୦,୬୩୨ ରହିଛି ଏବଂ ସମସ୍ତେ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଛନ୍ତି।

ଗରିଆବନ୍ଦରେ ଭୋଟର ଶିକ୍ଷା ଅଭିଯାନ, କାଙ୍କେରରେ ଅତିରିକ୍ତ ଗାଡି ମୁତୟନ ଏବଂ ବେଗା ଆଦିବାସୀ ବିଷୟବସ୍ତୁ ଅଧୀନରେ କବୀରଧାମ ଜିଲ୍ଲାରେ ପରିବେଶ ଅନୁକୂଳ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସ୍ଥାୟୀ ନିର୍ବାଚନ ଦିଗରେ ପଦକ୍ଷେପ ସ୍ୱରୂପ ବାଉଁଶ, ଫୁଲ, ପତ୍ର ଭଳି ପ୍ଲାଷ୍ଟିକ ମୁକ୍ତ ପ୍ରାକୃତିକ ସାମଗ୍ରୀକୁ ସଜାଇବା ପାଇଁ ବ୍ୟବହାର କରିବା ସମେତ ସେମାନଙ୍କ ନିର୍ବାଚନୀ ଭାଗିଦାରୀ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।
୧୦୦ ପ୍ରତିଶତ ଏପିକ୍ କାର୍ଡ ବଣ୍ଟନ ସୁନିଶ୍ଚିତ ହେବା ସହ ମହାସମୁନ୍ଦ ଜିଲ୍ଲାରେ “ଚୁନାଇ ମଡ଼ଇ” ପର୍ବ ପାଳନ ଆଦିବାସୀଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହୋଇଥିଲା ।

ପୃଷ୍ଠଭୂମି

ଭାରତରେ ୮.୬% ଆଦିବାସୀ ଜନସଂଖ୍ୟା ରହିଛି ଯେଉଁଥିରେ ଆଦିବାସୀଙ୍କ ୭୫ଟି ଗୋଷ୍ଠୀ ସାମିଲ ଯେଉଁମାନେ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ଅଟନ୍ତି । ପୂର୍ବରୁ ଅପହଞ୍ଚ ଅଞ୍ଚଳଳରେ ନୂଆ ପୋଲିଂ ବୁଥ୍ ଥିବାରୁ ପିଭିଟିଜିକୁ ବ୍ୟାପକ ଭାବେ ଅନ୍ତର୍ଭୁକ୍ତ କରାଯାଇଛି । ଗତ ୧୧ଟି ରାଜ୍ୟ ବିଧାନସଭା ନିର୍ବାଚନରେ କାମାର, ଭୁଞ୍ଜିଆ, ବେଗା, ପାହାଡ଼ି କୋରୱା, ଆବୁଝମାଡିଆ, ବିରହୋର, ସହରିଆ, ଭାରିୟା, ଚେଞ୍ଚୁ, କୋଲାମ, ଥୋଟି, କୋଣ୍ଡାରେଡ୍ଡି, ଜେନୁ କୁରୁବା ଓ କୋରାଗା ଭଳି ୧୪ଟି ପିଭିଟିଜି ସମ୍ପ୍ରଦାୟର ପ୍ରାୟ ୯ ଲକ୍ଷ ଯୋଗ୍ୟ ମତଦାତା ଥିଲେ। ଆୟୋଗଙ୍କ ସ୍ୱତନ୍ତ୍ର ପ୍ରୟାସ ରେ ସେହି ରାଜ୍ୟଗୁଡ଼ିକରେ ପିଭିଟିଜିର ଶତ ପ୍ରତିଶତ ପଞ୍ଜୀକରଣ ସୁନିଶ୍ଚିତ ହୋଇଥିଲା।

election 2024 Lok Sabha Election
Share. Facebook Twitter LinkedIn Email WhatsApp Copy Link

Related Posts

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025
Latest News

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.