Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚୀନର ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯାଇପାରିବ ନାହିଁ: ଅବୈଧ ନିର୍ମାଣ ଖବର ଉପରେ ଭାରତର ଚେତାବନୀ
ଜାତୀୟ ଖବର

ଚୀନର ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯାଇପାରିବ ନାହିଁ: ଅବୈଧ ନିର୍ମାଣ ଖବର ଉପରେ ଭାରତର ଚେତାବନୀ

May 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରଣଧୀର ଜୟସ୍ଵାଲ
"ହର୍ମୁଜ୍ ପଥ ଦେଇ ଭାରତ ଆସୁଛି ଆଉ ଚାରୋଟି ଏଲପିଜି ଜାହାଜ": ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ସୀମା ବିବାଦ ଲାଗିରହିଛି। ଅନେକ ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ ବିବାଦର ସମାଧାନ ହୋଇପାରି ନାହିଁ। ଅନେକ ସମୟରେ ଚାଇନାର ମାନଚିତ୍ରରେ ଭାରତୀୟ ଅଞ୍ଚଳ ଦେଖାଇବାକୁ ଚେଷ୍ଟା କରିଛି। ଭାରତ ପ୍ରତ୍ୟେକ ଥର ଚୀନ୍‌ର ଏହି କାର୍ଯ୍ୟକୁ ଦୃଢ ବିରୋଧ କରିଛି। ବର୍ତ୍ତମାନ ଶକ୍ସଗାମ ଉପତ୍ୟକା ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ଚାଇନା ଆପଣେଇଛି। ନିକଟରେ ସାଟେଲାଇଟ୍ ଚିତ୍ରରୁ ଜଣାପଡିଛି ଯେ, ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀରର ଶକ୍ସଗାମ ଉପତ୍ୟକାରେ ଚୀନ୍ ବେଆଇନ ନିର୍ମାଣ କରୁଛି। ସାଟେଲାଇଟ୍ ଚିତ୍ର ଦର୍ଶାଏ ଯେ, ଉପତ୍ୟକାରେ ଚୀନ୍ ଏକ କଂକ୍ରିଟ୍ ରାସ୍ତା ନିର୍ମାଣ କରୁଛି। ଭାରତ ଏହାକୁ ନେଇ ତୀବ୍ର ଆପତ୍ତି ଜଣାଇଛି। ଭାରତ ଚୀନ୍‌କୁ ଚେତାବନୀ ଦେଇ କହିଛି ଯେ, “ଶକ୍ସଗାମ ଉପତ୍ୟକା ଆମର। ସେଠାରେ ଏପରି କାର୍ଯ୍ୟକୁ ବରଦାସ୍ତ କରାଯାଇପାରିବ ନାହିଁ।”

ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଚୀନ୍‌ର କାର୍ଯ୍ୟକଳାପକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ଦୃଢ ବିରୋଧ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି ଯେ, “ଭାରତ ସର୍ବଦା ଶକ୍ସଗାମ ଉପତ୍ୟକାକୁ ଭାରତର ଏକ ଅଂଶ ଭାବରେ ବିବେଚନା କରିଆସୁଛି। ୧୯୬୩ ମସିହାର ତଥାକଥିତ ଚୀନ୍-ପାକିସ୍ଥାନ ସୀମା ଚୁକ୍ତିନାମାକୁ ଆମେ କଦାପି ଗ୍ରହଣ କରିନାହୁଁ, ଯେଉଁଥିରେ ଶକ୍ସଗାମ ଉପତ୍ୟକାକୁ ଇସଲାମାବାଦ ବେଆଇନ ଭାବେ ବେଜିଂକୁ ହସ୍ତାନ୍ତର କରିବା ପାଇଁ ଚେଷ୍ଟା କରିଥିଲା। ”

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଶ୍ରୀ ଜୟସ୍ଵାଲ କହିଛନ୍ତି ଯେ, ଏହି ଉଦ୍ୟମ ବିରୋଧରେ ଆମେ ଚୀନ୍‌କୁ ବିରୋଧ କରିଛୁ। ଶକ୍ସଗାମ ଉପତ୍ୟକା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର, ଯାହା ପାକିସ୍ତାନ ଅଧିକୃତ କାଶ୍ମୀରରେ ଅଛି। ଆମେ ଏହି କ୍ଷେତ୍ର ପାଇଁ ସର୍ବଦା ସ୍ୱର ଉତ୍ତୋଳନ କରିଛୁ। ଚୀନ୍‌ର ଏହି ପଦକ୍ଷେପକୁ ଆମେ ବିରୋଧ କରୁଛୁ।”

ସୀମା ବିବାଦକୁ ନେଇ ଉଭୟ ପକ୍ଷ ମଧ୍ୟରେ ଶେଷ ପର୍ଯ୍ୟାୟ ସାମରିକ ଆଲୋଚନା ଫେବୃଆରୀରେ ହୋଇଥିଲା। ଏହି ସମୟ ମଧ୍ୟରେ ଉଭୟ ପକ୍ଷ ଭୂମିରେ ଶାନ୍ତି ବଜାୟ ରଖିବାକୁ ରାଜି ହୋଇଥିଲେ ମଧ୍ୟ କୌଣସି ସଫଳତାର ସଂକେତ ମିଳିନାହିଁ।

indian government Pakistan-occupied Kashmir
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.