Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଶ୍ବ ହାଇଡ୍ରୋଜେନ୍ ସମ୍ମିଳନୀ ୨୦୨୪ରେ ନିଜସ୍ବ ମଞ୍ଚ ସ୍ଥାପନ କଲା ଭାରତ
ଜାତୀୟ ଖବର

ବିଶ୍ବ ହାଇଡ୍ରୋଜେନ୍ ସମ୍ମିଳନୀ ୨୦୨୪ରେ ନିଜସ୍ବ ମଞ୍ଚ ସ୍ଥାପନ କଲା ଭାରତ

May 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ପାଇଁ ନେଦରଲ୍ୟାଣ୍ଡର ରୋଟେର୍ଡ୍ୟାମ୍ଠାରେ ମେ ୧୩ରୁ ୧୫ ତାରିଖ ମଧ୍ୟରେ ଆୟୋଜିତ ହୋଇଥିବା ବିଶ୍ବ ହାଇଡ୍ରୋଜେନ୍ ସମ୍ମିଳନୀ ୨୦୨୪ରେ ନିଜସ୍ବ ମଞ୍ଚ ସ୍ଥାପନ କରିଛି। ଭାରତ ସରକାରଙ୍କ ନୂତନ ଓ ନବୀକରଣେଯାଗ୍ୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସ୍ଥାପନ କରାଯାଇଥିବା ଏହି ମଞ୍ଚ ସମ୍ମିଳନୀର ଅନ୍ୟତମ ସର୍ବବୃହତ୍ ମଞ୍ଚ। ଏହାକୁ ନୂତନ ଏବଂ ନବୀକରଣେଯାଗ୍ୟ ଶକ୍ତି ମନ୍ତ୍ରଣାଳୟର ସଚିବ ଭୁପିନ୍ଦର ଏସ୍. ଭଲ୍ଲା ମେ ୧୨ ତାରିଖ ଦିନ ଉଦ୍ଘାଟନ କରିଥିଲେ। 

ବିଶ୍ବସ୍ତରୀୟ ଗ୍ରୀନ୍୍ ହାଇଡ୍ରୋଜେନ୍ ଇକୋସିଷ୍ଟମ୍୍ରେ ଏହି ସମ୍ମିଳନୀ ଏକ ସମ୍ମାନଜନକ କାର୍ଯ୍ୟକ୍ରମ। ବିଶ୍ବର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୫୦୦ ପ୍ରତିନିଧି ଏହି ସମ୍ମିଳନୀରେ େଯାଗ ଦେବେ ବୋଲି ଆଶା କରାଯାଉଛି। ଭାରତୀୟ ମଞ୍ଚ ଏହି ସମ୍ମିଳନୀରେ, ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରରେ ଦେଶର ପ୍ରଗତି ସମ୍ପର୍କରେ ସମଗ୍ର ବିଶ୍ବ ସମ୍ମୁଖରେ ପ୍ରଦର୍ଶନ କରିବାର ଏକ ସୁଯୋଗ ଆଣି ଦେଇଛି।

ଭାରତୀୟ ପ୍ରତିନିଧି ଦଳରେ ନୂତନ ଓ ନବୀକରଣେଯାଗ୍ୟ ଶକ୍ତି ମନ୍ତ୍ରଣାଳୟ, ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏବଂ ବେସରକାରୀ କମ୍ପାନୀଗୁଡିକରୁ ମନୋନୀତ ପ୍ରତିନିଧିମାନେ ଅଛନ୍ତି। ବିଭିନ୍ନ ଜି୨ଜି ଭାବ ବିନିମୟ ସମେତ ଏପରି ସମ୍ମିଳନୀ ଭାରତୀୟ ଉଦ୍ୟୋଗ କ୍ଷେତ୍ର ପାଇଁ ବିଶ୍ବର ବିଭିନ୍ନ କମ୍ପାନୀମାନଙ୍କ ସହ ଜଡିତ ହେବା ନିମନ୍ତେ ଏକ ଉତ୍ତମ ସୁେଯାଗ ପ୍ରଦାନ କରିଥାଏ।

୨୦୨୩ ଜାନୁଆରୀରେ ମୋଟ୍ ୧୯,୭୪୪ କୋଟି ଟଙ୍କା ଅଟକଳରେ ଭାରତ ନିଜର ନ୍ୟାଶନାଲ୍ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍ ଆରମ୍ଭ କରିଥିଲା। ତେବେ ୨୦୩୦ ଶେଷ ସୁଦ୍ଧା ଭାରତ ନିଜର ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କ୍ଷମତା ୫ ଏମ୍ଏମ୍ଟି (ମିଲିୟନ୍ ମେଟ୍ରିକ୍ ଟନ୍) ପର୍ଯ୍ୟନ୍ତ ହାସଲ କରିବାକୁ ଏକ ଉଚ୍ଚଅଭିଳାଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛି। ବତ୍ର୍ତମାନ ସୁଦ୍ଧା ନୂତନ ଓନବୀକରଣ େଯାଗ୍ୟ ଶକ୍ତି ମନ୍ତ୍ରଣାଳୟ ୪୧୨,୦୦୦ ଟନ୍ ଉତ୍ପାଦନ କ୍ଷମତାର ହାଇଡ୍ରୋଜେନ୍ ଏବଂ ୧୫୦୦ ମେଗାଓ୍ବାଟ୍ ଉପôାଦନ କ୍ଷମତାର ଇଲେକ୍ଝ୍ରୋଲାଇଜର୍ ସ୍ଥାପନ ପାଇଁ ଟେଣ୍ଡର୍ ପ୍ରଦାନ କରିଛି।

ଇସ୍ପାତ, ପରିବହନ/ଗତିଶୀଳତା ଏବଂ ଜାହାଜ ଚଳାଚଳ କ୍ଷେତ୍ରରେ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବହାର ପାଇଁ ଭାରତ ସ୍ବତନ୍ତ୍ର େଯାଜନା ନିଦ୍ର୍ଧେଶାବଳୀ ମଧ୍ଯ ଜାରି କରିଛି। ଭାରତରେ ନୂତନ ଉଦ୍ଭାବନ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଇକୋଷ୍ଟିଷ୍ଟସମ୍କୁ ପ୍ରୋତ୍ସାହନ ଦେବା ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ହାଇଡ୍ରୋଜେନ୍ ଭ୍ୟାଲି ଇନୋଭେସନ୍ କ୍ଲଷ୍ଟର୍ ଆରମ୍ଭ କରିଛି।

ରାଷ୍ଟ୍ରୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍ ପାଇଁ ଏକ ଉତ୍ସର୍ଗୀକୃତ ପୋର୍ଟାଲ୍ ମଧ୍ଯ ନିକଟରେ ଉନ୍ମୋଚିତ ହୋଇଛି। ଏହା ମିଶନ୍ ସମ୍ପର୍କିତ ସମସ୍ତ ସୂଚନା ଏବଂ ଭାରତରେ ଗ୍ରୀନ୍ ହାଇଡ୍ରୋଜେନ୍ ଇକୋସିଷ୍ଟମ୍୍ର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସµର୍କରେ ଗୋଟିଏ ସ୍ଥାନରେ ତଥ୍ୟ ପ୍ରଦାନ କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଲୋଚନାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

October 13, 2025

ପୁରୀ ଯିବା ରାସ୍ତାରେ ହଠାତ କାହିଁକି ଅଟକିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 13, 2025

ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ: ମୋଟରସାଇକେଲ ସମେତ ଦୁଇ ଅଟକ

October 13, 2025

ଏଆଇ ଜରିଆରେ ଭାରତରେ ପରିବର୍ତ୍ତନ

October 13, 2025
Latest News

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଲୋଚନାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

October 13, 2025

ପୁରୀ ଯିବା ରାସ୍ତାରେ ହଠାତ କାହିଁକି ଅଟକିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 13, 2025

ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ: ମୋଟରସାଇକେଲ ସମେତ ଦୁଇ ଅଟକ

October 13, 2025

ଏଆଇ ଜରିଆରେ ଭାରତରେ ପରିବର୍ତ୍ତନ

October 13, 2025

ନୂଆପଡ଼ା ଉପନିର୍ବାଚନ: ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

October 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.