Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଝିଅମାନଙ୍କୁ ପୂର୍ଣ୍ଣ ଅଧିକାର ମିଳୁ, ଟେକ୍ନୋଲୋଜି କ୍ଷେତ୍ରରେ ସମାନ ଭାଗିଦାରୀ ରହୁ: ଇଶା ଅମ୍ବାନୀ
ଜାତୀୟ ଖବର

ଝିଅମାନଙ୍କୁ ପୂର୍ଣ୍ଣ ଅଧିକାର ମିଳୁ, ଟେକ୍ନୋଲୋଜି କ୍ଷେତ୍ରରେ ସମାନ ଭାଗିଦାରୀ ରହୁ: ଇଶା ଅମ୍ବାନୀ

May 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚତୁର୍ଥ ଶିଳ୍ପ ବିପ୍ଳବର ଏହି ଡିଜିଟାଲ ଯୁଗରେ ଯଦି ଭାରତକୁ ବିଶ୍ୱର ଅଗ୍ରଣୀ ଭାବରେ ଉଭା ହେବାର ଅଛି ତେବେ ଝିଅମାନଙ୍କୁ ଆଗକୁ ଆଣିବାକୁ ପଡ଼ିବ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ସୂଚନା ଏବଂ ସଂଚାର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଝିଅମାନଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବାକୁ ପଡିବ। ଦୂରସଂଚାର ବିଭାଗ ଦ୍ୱାରା ଆୟୋଜିତ ‘ଗାର୍ଲସ ଇନ୍ ଆଇସିଟି ଇଣ୍ଡିଆ – ୨୦୨୪’ ରେ ଝିଅମାନଙ୍କୁ ସମ୍ବୋଧନ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ନିର୍ଦ୍ଦେଶକ ଇଶା ଅମ୍ବାନୀ ଏହା କହିବା ସହିତ ସେମାନଙ୍କୁ ଟେକ୍ନୋଲୋଜିକୁ କ୍ୟାରିୟର ଭାବରେ ବାଛିବା ପାଇଁ ଉତ୍ସାହିତ କରିଥିଲେ। ଟେକ୍ନୋଲୋଜି କ୍ଷେତ୍ରରେ ମହିଳା ଓ ପୁରୁଷଙ୍କ ଅନୁପାତ ସମାନ ହେବା ଉଚିତ୍ ଏବଂ ଏଥିପାଇଁ ଆମକୁ ଆହୁରି ଅନେକ ବାଟ ଅତିକ୍ରମ କରିବା ବାକି ଅଛି ବୋଲି ଇଶା କହିଛନ୍ତି।

ଭାରତ ସରକାରଙ୍କ ଦୂରସଂଚାର ବିଭାଗ, ଆନ୍ତର୍ଜାତୀୟ ଦୂରସଂଚାର ସଂଘ (ଦକ୍ଷିଣ ଏସିଆ), ଇନୋଭେସନ୍ ସେଣ୍ଟର – ଦିଲ୍ଲୀ ଏବଂ ଜାତିସଂଘର ଅନ୍ୟ ଏଜେନ୍ସି ମାନଙ୍କ ଦ୍ୱାରା ମିଳିତ ଭାବରେ ‘ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ରରେ ଝିଅ (ଜିଆଇସିଟି) ଭାରତ – ୨୦୨୪’ ଆୟୋଜିତ ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ଇଶା ଅମ୍ବାନୀ କହିଛନ୍ତି ଯେ “ସରକାର ଆବଶ୍ୟକ ସୁଧାର କରୁଛନ୍ତି ଏବଂ ଏହାର ସୁଫଳ ମଧ୍ୟ ଦେଖିବାକୁ ମିଳୁଛି। ବିଗତ ଦଶନ୍ଧିରେ ଟେକ୍ନୋଲୋଜି କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱ ୬% ବୃଦ୍ଧି ପାଇଛି, କିନ୍ତୁ ଉଦ୍ୟୋଗ ଜଗତକୁ ମଧ୍ୟ ଏହି ଦିଗରେ ଯୋଗଦାନ ଦେବାକୁ ପଡିବ। ସେମାନଙ୍କୁ ଏହିପରି ଉପାୟ ଏବଂ ସାଧନ ପ୍ରସ୍ତୁତ କରିବାକୁ ପଡିବ ଯାହାଦ୍ୱାରା ମହିଳାମାନଙ୍କ କ୍ୟାରିଅରରେ ସ୍ଥିରତା ସୁନିଶ୍ଚିତ ହୋଇପାରିବ। ମିଳିତ ଭାବରେ ଆମେ ଏଭଳି ଏକ ଭବିଷ୍ୟତ ସୃଷ୍ଟି କରିପାରିବା ଯେଉଁଠାରେ ଆମ ଝିଅମାନଙ୍କୁ ଆସନ୍ତାକାଲିର ନେତା ହେବାର ସମାନ ସୁଯୋଗ ମିଳିବ।

ନିଜ ମା ନୀତା ଅମ୍ବାନୀଙ୍କ ବିଷୟରେ ଉଲ୍ଲେଖ କରି ଇଶା ଅମ୍ବାନୀ କହିଛନ୍ତି ଯେ ସେ ବାରମ୍ବାର କୁହନ୍ତି, “ଜଣେ ପୁରୁଷକୁ ସଶକ୍ତ କଲେ ସେ ଗୋଟିଏ ପରିବାରର ପେଟ ପୋଷିବେ, ତେବେ ଯଦି କୌଣସି ମହିଳା ସଶକ୍ତ ହୁଅନ୍ତି, ତେବେ ସେ ସମଗ୍ର ଗାଁକୁ ଖାଇବା ଯୋଗାଇଦେବେ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମହିଳାମାନେ ଜନ୍ମରୁ ହିଁ ନେତା ହୋଇଥାନ୍ତି ବୋଲି ମା କହୁଥିବା କଥାରେ ମୁଁ ଦୃଢ ଭାବରେ ବିଶ୍ୱାସ କରେ। ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ କ୍ୟାରିୟର ଆରମ୍ଭରୁ ହିଁ ଉତ୍ସାହିତ କରାଯିବା ଉଚିତ୍। କେବଳ କାଗଜରେ ବିବିଧତା ଓ ସମାବେଶିତା ଦେଖାଇବା ଦ୍ୱାରା ପରିବର୍ତ୍ତନ ଆସିବ ନାହିଁ।”

Isha M Ambani Reliance Industries Limited
Share. Facebook Twitter LinkedIn Email WhatsApp Copy Link

Related Posts

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

January 2, 2026

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ: ନିର୍ଣ୍ଣାୟକ ମୋଡ଼ରେ ପହଁଚିଲା ଧନୁଯାତ୍ରାର ନାଟକ

January 2, 2026

ଗୌହାଟୀ ଏବଂ ହାଓଡ଼ା ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍

January 2, 2026

ଇଂରାଜୀ ନୂଆବର୍ଷକୁ ହର୍ସ ଉଲ୍ଲାସର ସହ ସ୍ୱାଗତ କଲେ ରାଜ୍ୟବାସୀ

January 2, 2026
Latest News

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

January 2, 2026

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ: ନିର୍ଣ୍ଣାୟକ ମୋଡ଼ରେ ପହଁଚିଲା ଧନୁଯାତ୍ରାର ନାଟକ

January 2, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରଥମ ସଚିବସ୍ତରୀୟ ବୈଠକ

January 2, 2026

ଗୌହାଟୀ ଏବଂ ହାଓଡ଼ା ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍

January 2, 2026

ଇଂରାଜୀ ନୂଆବର୍ଷକୁ ହର୍ସ ଉଲ୍ଲାସର ସହ ସ୍ୱାଗତ କଲେ ରାଜ୍ୟବାସୀ

January 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.