Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»2014 IPL: ଚେନ୍ନାଇକୁ ହରାଇ ପ୍ଲେ ଅଫ୍ ରେ ସ୍ଥାନ ସୁରକ୍ଷିତ କଲା ବାଙ୍ଗାଲୋର
ଜାତୀୟ ଖବର

2014 IPL: ଚେନ୍ନାଇକୁ ହରାଇ ପ୍ଲେ ଅଫ୍ ରେ ସ୍ଥାନ ସୁରକ୍ଷିତ କଲା ବାଙ୍ଗାଲୋର

May 19, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍ ର 68 ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ସୁରକ୍ଷିତ କରିଛି। ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଙ୍ଗାଲୁରୁ ଚତୁର୍ଥ ଦଳ ହୋଇଛି। ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ବେଙ୍ଗାଲୁରୁ ଚେନ୍ନାଇକୁ 27 ରନରେ ପରାସ୍ତ କରିଛି।

ପ୍ରଥମେ ବ୍ୟାଟିଂ କରି ଆରସିବି 20 ଓଭରରେ 5 ୱିକେଟ୍ ହରାଇ 218 ରନ୍ ସଂଗ୍ରହ କରିଥିଲା। ଏହା ପରେ ବେଙ୍ଗାଲୁରୁକୁ ପ୍ଲେ ଅଫ୍ ଯୋଗ୍ୟତା ପାଇବା ପାଇଁ ଚେନ୍ନାଇକୁ 200 ରନ୍ ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟ ଥିଲା। ଅର୍ଥାତ୍ ପ୍ଲେ ଅଫ୍ ଯିବାକୁ RCB କୁ 18 ରନ୍ ରେ ଜିତିବାକୁ ଥିଲା କିନ୍ତୁ ଦଳ 27 ରନ୍ ରେ ଜିତିଛି।

ଚେନ୍ନାଇ ଟାର୍ଗେଟକୁ ପିଛା କରି ଭଲ ଆରମ୍ଭ କରିପାରି ନଥିଲା। ଦଳ ଇନିଂସର ପ୍ରଥମ ବଲରେ ଅଧିନାୟକ ରୁତୁରାଜ ଗାଇକ୍ଵାଡଙ୍କ ୱିକେଟ୍ ହରାଇଥିଲା। ତା’ପରେ ଦଳ ଶୀଘ୍ର ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଥିଲା। କିନ୍ତୁ ତୃତୀୟ ୱିକେଟ୍ ପାଇଁ ରଚିନ୍ ରବିନ୍ଦ୍ର ଏବଂ ଅଜିଙ୍କ୍ୟ ରାହାନେ 66 (41 ବଲ) ର ସହଭାଗିତା କରି ଦଳକୁ ସ୍ଥିରତା ପ୍ରଦାନ କରିଥିଲେ, କିନ୍ତୁ ଏହା ପରେ ଦଳର ସମସ୍ୟା ଆରମ୍ଭ ହୋଇଥିଲା। ଯଦିଓ ଜାଡେଜା ଏବଂ ଧୋନି ସପ୍ତମ ୱିକେଟ୍ ପାଇଁ 61 ରନ୍ (27 ବଲ୍) ର ସହଭାଗିତା କରି ଦଳକୁ ପୁନର୍ବାର ବିଜୟର ନିକଟତର କରିଥିଲେ, କିନ୍ତୁ ଶେଷରେ ସେମାନଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

chennai super kings CSK Vs RCB ipl IPL-2024 Rachin Ravindra Royal Challengers Bengaluru
Share. Facebook Twitter LinkedIn Email WhatsApp Copy Link

Related Posts

ହତ୍ୟା ଅଭିଯୁକ୍ତ ମାଇଁ ଓ ଭଣଜାକୁ ଆଜୀବନ କାରାଦଣ୍ଡ

July 30, 2026

ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ଇରଫାନ ପଠାନ: ଟିମ୍ ଇଣ୍ଡିଆର ଚୟନ ଉପରେ ଉଠାଇଲେ ପ୍ରଶ୍ନ

July 30, 2026

ୱାଇଲ୍ଡ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ‘ବାଘ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ

July 30, 2026

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026
Latest News

ହତ୍ୟା ଅଭିଯୁକ୍ତ ମାଇଁ ଓ ଭଣଜାକୁ ଆଜୀବନ କାରାଦଣ୍ଡ

July 30, 2026

ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ଇରଫାନ ପଠାନ: ଟିମ୍ ଇଣ୍ଡିଆର ଚୟନ ଉପରେ ଉଠାଇଲେ ପ୍ରଶ୍ନ

July 30, 2026

ୱାଇଲ୍ଡ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ‘ବାଘ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ

July 30, 2026

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026

ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ “କୃତ୍ରିମ ବୁଦ୍ଧିମତା ଉପରେ ଦକ୍ଷତା ବିକାଶ” କର୍ମଶାଳା

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.