
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମାନହାନୀ ମାମଲାରେ ଏକ ବଡ଼ ଆଶ୍ଵସ୍ତି ପାଇଛନ୍ତି। କର୍ଣ୍ଣାଟକ ବିଜେପି ଦାଖଲ କରିଥିବା ମାନହାନୀ ମାମଲାରେ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ରାହୁଲ ଗାନ୍ଧୀଙ୍କୁ ତାଙ୍କ ବ୍ୟକ୍ତିଗତ ହାଜର ସମୟରେ କୋର୍ଟ ଏହି ଆଶ୍ଵସ୍ତି ପ୍ରଦାନ କରିଛନ୍ତି। ଆସନ୍ତା ଜୁଲାଇ ୩୦ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। ବାସ୍ତବରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଖବରକାଗଜରେ ଅପମାନଜନକ ବିଜ୍ଞାପନ ପ୍ରକାଶ କରିଥିବା ବିଜେପି ଅଭିଯୋଗ ଆଣିଥିଲା।
ସିଦ୍ଧରମେୟାଙ୍କୁ ମଧ୍ୟ ମିଳିଲା ଜାମିନ:
ବିଜ୍ଞାପନରେ ୨୦୧୯ ରୁ ୨୦୨୩ ମଧ୍ୟରେ ତତ୍କାଳୀନ ବିଜେପି ସରକାର ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲା। ଏହି ପ୍ରସଙ୍ଗରେ ବିଜେପି କୋର୍ଟ ନିକଟରେ ପହଞ୍ଚିଥିଲା।
ଏହି ମାମଲାରେ କୋର୍ଟ ଜୁନ୍ ୧ ତାରିଖରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ସେମାନେ କୋର୍ଟରେ ହାଜର ହୋଇଥିଲେ। ଜଷ୍ଟିସ କେ.ଏନ୍ ଶିବକୁମାର ରାହୁଲ ଗାନ୍ଧୀଙ୍କୁ ଆଜି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ନେତାମାନେ ଦୁର୍ନୀତି ପ୍ରସଙ୍ଗରେ ତତ୍କାଳୀନ ବିଜେପି ସରକାରକୁ ଟାର୍ଗେଟ କରିଥିଲେ। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରି କଂଗ୍ରେସ ବିଜେପିକୁ କ୍ଷମତାରୁ ହଟାଇ ଦେଇଥିଲା।