Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଷ୍ଟ୍ରପତିଙ୍କୁ ଭେଟି ସମର୍ଥନ ପତ୍ର ପ୍ରଦାନ କଲେ ଏନଡିଏର ସହଯୋଗୀ ଦଳ
ଜାତୀୟ ଖବର

ରାଷ୍ଟ୍ରପତିଙ୍କୁ ଭେଟି ସମର୍ଥନ ପତ୍ର ପ୍ରଦାନ କଲେ ଏନଡିଏର ସହଯୋଗୀ ଦଳ

June 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଏକ ପ୍ରତିନିଧି ଦଳ ଶୁକ୍ରବାର ଅପରାହ୍ନ ୨ଟା ୩୦ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟି ଏକ ପତ୍ର ପ୍ରଦାନ କରିଛନ୍ତି। ଏହି ପତ୍ରରେ ନରେନ୍ଦ୍ର ମୋଦୀ ବିଜେପି ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ଉଲ୍ଲେଖ କରାଯାଇଛି। ଏନଡିଏର ସହଯୋଗୀ ଦଳଗୁଡ଼ିକର ସମର୍ଥନ ପତ୍ର ମଧ୍ୟ ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ପ୍ରତିନିଧି ଦଳରେ ବିଜେପିର ରାଜନାଥ ସିଂହ, ଅମିତ ଶାହା, ଅଶ୍ୱିନୀ ବୈଷ୍ଣବ ଏବଂ ଡକ୍ଟର ସିଏନ୍ ମଞ୍ଜୁନାଥ ସାମିଲ ଥିଲେ; ତେଲୁଗୁ ଦେଶମ ପାର୍ଟିର ଚନ୍ଦ୍ରବାବୁ ନାଇଡୁ; ଜନତା ଦଳ (ୟୁନାଇଟେଡ)ର ନୀତୀଶ କୁମାର, ରାଜୀବ ରଞ୍ଜନ ସିଂହ (ଲଲନ ସିଂହ) ଓ ସଞ୍ଜୟ ଝା; ଶିବସେନାର ଏକନାଥ ସିନ୍ଧେ; ଜନତା ଦଳ (ସେକ୍ୟୁଲାର)ର ଏଚ୍ ଡି କୁମାରସ୍ୱାମୀ; ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ଚିରାଗ ପାସୱାନ; ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ସେକ୍ୟୁଲାର)ର ଜିତନ ରାମ ମାଞ୍ଝି; ଜନସେନାର ପୱନ କଲ୍ୟାଣ; ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରୁ ଅଜିତ ପାୱାର; ଅପନା ଦଳ (ସୋନେଲାଲ)ର ଅନୁପ୍ରିୟା ପଟେଲ; ରାଷ୍ଟ୍ରୀୟ ଲୋକଦଳର ଜୟନ୍ତ ଚୌଧୁରୀ; ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲର ଜୟନ୍ତ ବାସୁମତାରୀ; ଆସାମ ଗଣ ପରିଷଦର ଅତୁଲ ବୋରା; ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ପକ୍ଷରୁ ଇନ୍ଦ୍ର ହାଙ୍ଗ ସୁବା; ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିୟନର ସୁଦେଶ ମହତୋ ଓ ଚନ୍ଦ୍ର ପ୍ରକାଶ ଚୌଧୁରୀ; ଏବଂ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଏ)ର ରାମଦାସ ଅଠାୱଲେ ପ୍ରମୁଖ ସାମିଲ ରହିଥିଲେ।

ପ୍ରାପ୍ତ ହୋଇଥିବା ବିଭିନ୍ନ ସମର୍ଥନ ପତ୍ର ଆଧାରରେ ସନ୍ତୋଷ ବ୍ୟକ୍ତ କରି ରାଷ୍ଟ୍ରପତି କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ନିର୍ବାଚନ ପୂର୍ବବର୍ତ୍ତୀ ସର୍ବବୃହତ ମେଣ୍ଟ ହୋଇଥିବା ବେଳେ ଏହା ନବଗଠିତ ୧୮ତମ ଲୋକସଭାର ସଂଖ୍ୟାଗରିଷ୍ଠତା ହାସଲ କରିବା ଏବଂ ଏକ ସ୍ଥିର ସରକାର ଗଠନ କରିବା ସ୍ଥିତିରେ ଅଛି। ତେଣୁ ସେ ଭାରତୀୟ ସମ୍ବିଧାନର ଧାରା ୭୫(୧) ଅନୁଯାୟୀ ପ୍ରାପ୍ତ କ୍ଷମତାର ବ୍ୟବହାର କରି ନରେନ୍ଦ୍ର ମୋଦୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରୁଛନ୍ତି।

ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହର ତାରିଖ ଏବଂ ସମୟ ଦର୍ଶାଇବାକୁ ରାଷ୍ଟ୍ରପତି ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଭାବରେ ନିଯୁକ୍ତ ହେବାକୁ ଥିବା ଅନ୍ୟ ବ୍ୟକ୍ତିମାନଙ୍କ ନାମ ବିଷୟରେ ମଧ୍ୟ ପରାମର୍ଶ ଦେଇଥିଲେ।

Draupadi Murmu narendra modi NDA
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.