ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଥିଲା I.N.D.I.A.?: JDU ର ଦାବିରେ କ’ଣ କହିଲା କଂଗ୍ରେସ

Published: Jun 8, 2024, 3:26 pm IST

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ପରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ଆଜି ଦିଲ୍ଲୀରେ ବୈଠକ କରିଛି। ଏହି ବୈଠକ ପରେ ଯେତେବେଳେ କଂଗ୍ରେସ ନେତା କେ.ସି ଭେନୁଗୋପାଲଙ୍କୁ ପଚରାଯାଇଥିଲା ଯେ, ଜେଡିୟୁ ନେତା କେସି ତ୍ୟାଗୀ ଦାବି କରିଛନ୍ତି ଯେ, ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପଦବୀ ଅଫର ଦିଆଯାଇଥିଲା, ସେତେବେଳେ ସେ କହିଛନ୍ତି ଯେ, ତାଙ୍କ ପାଖରେ ଏପରି ସୂଚନା ନାହିଁ।

କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ, ଆମେ ଏଭଳି ଅଫର ବିଷୟରେ ଅବଗତ ନାହୁଁ। ଯେଉଁଠାରେ କଂଗ୍ରେସର ପ୍ରଦର୍ଶନ ଭଲ ନାହିଁ, ସେହି ରାଜ୍ୟଗୁଡିକର ସମୀକ୍ଷା ପାଇଁ ଏକ କମିଟି ଗଠନ କରାଯିବ ବୋଲି ସେ କହିଛନ୍ତି। ଏଥି ସହ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳର ନେତା କରିବା ପାଇଁ ଏହି ବୈଠକରେ ପ୍ରସ୍ତାବ ପାରିତ ହୋଇଛି।

Related posts