Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉତ୍କୃଷ୍ଟ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ପ୍ରଦାନ କରୁଛି ଜିଓ ଏୟାରଫାଇବର: ଓପନ୍ ସିଗନାଲ୍ ରିପୋର୍ଟ
ଜାତୀୟ ଖବର

ଉତ୍କୃଷ୍ଟ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ପ୍ରଦାନ କରୁଛି ଜିଓ ଏୟାରଫାଇବର: ଓପନ୍ ସିଗନାଲ୍ ରିପୋର୍ଟ

June 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜିଓର ଷ୍ଟାଣ୍ଡାଲୋନ୍ ୫ଜି ନେଟୱାର୍କ ବଳରେ ଜିଓ ଏୟାରଫାଇବର ଗ୍ରାହକଙ୍କୁ ଉତ୍କୃଷ୍ଟ ବେଗରେ ହାଇ ସ୍ପିଡ଼ ଡାଟା ଯୋଗାଇବାରେ ସକ୍ଷମ ହୋଇଥିବା ବିଶ୍ୱର ପ୍ରସିଦ୍ଧ ମୋବାଇଲ୍ ନେଟୱାର୍କ ଆନାଲିଟିକ୍ସ କମ୍ପାନୀ ଓପନ୍ ସିଗନାଲ୍ ଏହାର ଏକ ରିପୋର୍ଟରେ ପ୍ରକାଶ କରିଛି । ଓପନ୍ ସିଗନାଲ୍ କହିବା ଅନୁଯାୟୀ ଜିଓର ଫିକ୍ସଡ୍ ୱେରଲେସ ସେବା ଜିଓ ଏୟାରଫାଇବରରେ ଗ୍ରାହକମାନେ ମାସକୁ ହାରାହାରି ୪୦୦ ଜିବି ଡାଟା ବ୍ୟବହାର କରୁଛନ୍ତି । ମୋବାଇଲ୍ ଗ୍ରାହକଙ୍କ ତୁଳନାରେ ଏହି ପରିମାଣର ଡାଟା ବ୍ୟବହାର ବେଶ ଅଧିକ । ଏହା ସତ୍ତ୍ୱେ ଜିଓ ଏୟାରଫାଇବରର ବେଗ ଏବଂ ଗୁଣାତ୍ମକ ସ୍କୋର ୫ଜି ମୋବାଇଲ୍ ନେଟୱାର୍କ ଭଳି ସମାନ ରହିଛି । ଉଲ୍ଲେଖଯୋଗ୍ୟ ଯେ ଜିଓର ୫ଜି ନେଟୱାର୍କର ବେଗ ଦେଶରେ ସର୍ବାଧିକ ।

ଭାରତରେ ଫିକ୍ସଡ୍ ୱେରଲେସ ସେବା ମଧ୍ୟରେ ଏବେ କେବଳ ରିଲାଏନ୍ସ ଜିଓ ଷ୍ଟାଣ୍ଡାଲୋନ୍ ୫ଜି ନେଟୱାର୍କ ବ୍ୟବହାର କରୁଛି । ଓପନ୍ ସିଗନାଲ୍ ଅନୁଯାୟୀ, ଷ୍ଟାଣ୍ଡାଲୋନ୍ ୫ଜି ସହିତ ନେଟୱାର୍କ ସ୍ଲାଇସିଂ ଟେକ୍ନୋଲୋଜି ମଧ୍ୟ ଜିଓ ଏୟାରଫାଇବରକୁ ଡାଟା ବ୍ୟବହାର ପରିଚାଳନା କରିବାରେ ସାହାଯ୍ୟ କରୁଛି । ରିପୋର୍ଟରେ କୁହାଯାଇଛି ଯେ ଏହି ଟେକ୍ନୋଲୋଜିର ଲାଭକୁ ବିଚାର କରି ଏୟାରଟେଲ ମଧ୍ୟ ଷ୍ଟାଣ୍ଡାଲୋନ ୫ଜି ନେଟୱାର୍କରେ ଫିକ୍ସଡ୍ ୱେରଲେସ ସେବା ଆଣିବାକୁ ପ୍ରସ୍ତୁତ ହେଉଛି ।

ଯେଉଁ ଅଞ୍ଚଳଗୁଡିକରେ ବ୍ରଡବ୍ୟାଣ୍ଡ କଭରେଜ୍ କମ୍ ରହିଛି ସେସବୁ ଅଞ୍ଚଳକୁ ହାଇ-ସ୍ପିଡ଼ ନେଟୱାର୍କ କଭରେଜରେ ଆଣିବା ପାଇଁ ରିଲାଏନ୍ସ ଜିଓ ଗତ ବର୍ଷ ଜିଓ ଏୟାରଫାଇବର ସେବା ଶୁଭାରମ୍ଭ କରିଥିଲା​ । ଜିଓ ଏୟାରଫାଇବରର ଅଧିକ ଚାହିଦା ଛୋଟ ସହରଗୁଡିକରୁ ଆସୁଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ, ଜିଓ ୫୯୯ ଟଙ୍କାରୁ ଆରମ୍ଭ ହେଉଥିବା ଅନେକ ସୁଲଭ ପ୍ଲାନ ମଧ୍ୟ ଆରମ୍ଭ କରିଛି । ଏହି ସେବା ସହିତ ୧୦ କୋଟି ପରିସରକୁ ସଂଯୋଗ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । କମ୍ପାନୀ ପକ୍ଷରୁ ଷ୍ଟ୍ରିମିଂ ପ୍ଲାନ ମଧ୍ୟ ଆରମ୍ଭ କରାଯାଇଛି, ଯେଉଁଥିରେ ଫିକ୍ସଡ୍ ବ୍ରଡବ୍ୟାଣ୍ଡ ପ୍ୟାକେଜ୍ ସହିତ ୧୫ ଟି ଷ୍ଟ୍ରିମିଂ ଆପ୍ ମଧ୍ୟ ସାମିଲ ରହିଛି ।

ସୂଚନାଯୋଗ୍ୟ ଯେ ଜିଓ ନିକଟରେ ଏହାର ଜିଓ ଏୟାରଫାଇବର ସେବାକୁ ଓଡ଼ିଶାର ୨୫୦ରୁ ଅଧିକ ସହର ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକୁ ସମ୍ପ୍ରସାରିତ କରିଛି । ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବ‍ର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‌‌‌‌‌‌‍ ସୁବିଧା ସହିତ ସଂଯୁକ୍ତ କରୁଛି ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‌‌‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‌‌‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା । ଜିଓ ଏୟାରଫାଇବର ଟିଭି ଏବଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବାର ସୁଯୋଗ ପ୍ରଦାନ କରୁଛି । ଜିଓ ଏୟାରଫାଇବର ଓଡ଼ିଶାର ୨୫୦ ରୁ ଅଧିକ ଛୋଟ ବଡ଼ ସହରରେ ଏବଂ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଡିଜିଟାଲ ଲାଇଫଲାଇନ ପାଲଟିବା ସହ ସର୍ବାଧିକ ପସନ୍ଦର ଭରସାଯୋଗ୍ୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ହୋଇଛି ।

jio
Share. Facebook Twitter LinkedIn Email WhatsApp Copy Link

Related Posts

ଡିଜିଟାଲ ସଶକ୍ତ ଭାରତରେ ସାଇବର ଠକେଇ ନିୟନ୍ତ୍ରଣ

October 8, 2025

ବିହାର ନିର୍ବାଚନରେ ​​NDAର ମୁଖ୍ୟମନ୍ତ୍ରୀ ଚେହରା କିଏ?: ସ୍ପଷ୍ଟ କଲେ ଗିରିରାଜ ସିଂହ

October 8, 2025

ସୀମା ନିକଟରେ ବଡ଼ ଆକ୍ରମଣ: ୧୧ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ

October 8, 2025

୧୦ ରୁ ଭାରତ-ୱେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ: ଦିଲ୍ଲୀରେ ଭଲ ନାହିଁ ଟିମ୍ ଇଣ୍ଡିଆର ରେକର୍ଡ

October 8, 2025
Latest News

ଡିଜିଟାଲ ସଶକ୍ତ ଭାରତରେ ସାଇବର ଠକେଇ ନିୟନ୍ତ୍ରଣ

October 8, 2025

ବିହାର ନିର୍ବାଚନରେ ​​NDAର ମୁଖ୍ୟମନ୍ତ୍ରୀ ଚେହରା କିଏ?: ସ୍ପଷ୍ଟ କଲେ ଗିରିରାଜ ସିଂହ

October 8, 2025

ସୀମା ନିକଟରେ ବଡ଼ ଆକ୍ରମଣ: ୧୧ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ

October 8, 2025

୧୦ ରୁ ଭାରତ-ୱେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ: ଦିଲ୍ଲୀରେ ଭଲ ନାହିଁ ଟିମ୍ ଇଣ୍ଡିଆର ରେକର୍ଡ

October 8, 2025

ପୁଣି ଥରେ ଜେଡିୟୁକୁ ଝଟକା ଦେବେ କି ଚିରାଗ ପାସୱାନ?: ଦେଲେ ଏଭଳି ସଂକେତ!

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.