Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉତ୍କୃଷ୍ଟ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ପ୍ରଦାନ କରୁଛି ଜିଓ ଏୟାରଫାଇବର: ଓପନ୍ ସିଗନାଲ୍ ରିପୋର୍ଟ
ଜାତୀୟ ଖବର

ଉତ୍କୃଷ୍ଟ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ପ୍ରଦାନ କରୁଛି ଜିଓ ଏୟାରଫାଇବର: ଓପନ୍ ସିଗନାଲ୍ ରିପୋର୍ଟ

June 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜିଓର ଷ୍ଟାଣ୍ଡାଲୋନ୍ ୫ଜି ନେଟୱାର୍କ ବଳରେ ଜିଓ ଏୟାରଫାଇବର ଗ୍ରାହକଙ୍କୁ ଉତ୍କୃଷ୍ଟ ବେଗରେ ହାଇ ସ୍ପିଡ଼ ଡାଟା ଯୋଗାଇବାରେ ସକ୍ଷମ ହୋଇଥିବା ବିଶ୍ୱର ପ୍ରସିଦ୍ଧ ମୋବାଇଲ୍ ନେଟୱାର୍କ ଆନାଲିଟିକ୍ସ କମ୍ପାନୀ ଓପନ୍ ସିଗନାଲ୍ ଏହାର ଏକ ରିପୋର୍ଟରେ ପ୍ରକାଶ କରିଛି । ଓପନ୍ ସିଗନାଲ୍ କହିବା ଅନୁଯାୟୀ ଜିଓର ଫିକ୍ସଡ୍ ୱେରଲେସ ସେବା ଜିଓ ଏୟାରଫାଇବରରେ ଗ୍ରାହକମାନେ ମାସକୁ ହାରାହାରି ୪୦୦ ଜିବି ଡାଟା ବ୍ୟବହାର କରୁଛନ୍ତି । ମୋବାଇଲ୍ ଗ୍ରାହକଙ୍କ ତୁଳନାରେ ଏହି ପରିମାଣର ଡାଟା ବ୍ୟବହାର ବେଶ ଅଧିକ । ଏହା ସତ୍ତ୍ୱେ ଜିଓ ଏୟାରଫାଇବରର ବେଗ ଏବଂ ଗୁଣାତ୍ମକ ସ୍କୋର ୫ଜି ମୋବାଇଲ୍ ନେଟୱାର୍କ ଭଳି ସମାନ ରହିଛି । ଉଲ୍ଲେଖଯୋଗ୍ୟ ଯେ ଜିଓର ୫ଜି ନେଟୱାର୍କର ବେଗ ଦେଶରେ ସର୍ବାଧିକ ।

ଭାରତରେ ଫିକ୍ସଡ୍ ୱେରଲେସ ସେବା ମଧ୍ୟରେ ଏବେ କେବଳ ରିଲାଏନ୍ସ ଜିଓ ଷ୍ଟାଣ୍ଡାଲୋନ୍ ୫ଜି ନେଟୱାର୍କ ବ୍ୟବହାର କରୁଛି । ଓପନ୍ ସିଗନାଲ୍ ଅନୁଯାୟୀ, ଷ୍ଟାଣ୍ଡାଲୋନ୍ ୫ଜି ସହିତ ନେଟୱାର୍କ ସ୍ଲାଇସିଂ ଟେକ୍ନୋଲୋଜି ମଧ୍ୟ ଜିଓ ଏୟାରଫାଇବରକୁ ଡାଟା ବ୍ୟବହାର ପରିଚାଳନା କରିବାରେ ସାହାଯ୍ୟ କରୁଛି । ରିପୋର୍ଟରେ କୁହାଯାଇଛି ଯେ ଏହି ଟେକ୍ନୋଲୋଜିର ଲାଭକୁ ବିଚାର କରି ଏୟାରଟେଲ ମଧ୍ୟ ଷ୍ଟାଣ୍ଡାଲୋନ ୫ଜି ନେଟୱାର୍କରେ ଫିକ୍ସଡ୍ ୱେରଲେସ ସେବା ଆଣିବାକୁ ପ୍ରସ୍ତୁତ ହେଉଛି ।

ଯେଉଁ ଅଞ୍ଚଳଗୁଡିକରେ ବ୍ରଡବ୍ୟାଣ୍ଡ କଭରେଜ୍ କମ୍ ରହିଛି ସେସବୁ ଅଞ୍ଚଳକୁ ହାଇ-ସ୍ପିଡ଼ ନେଟୱାର୍କ କଭରେଜରେ ଆଣିବା ପାଇଁ ରିଲାଏନ୍ସ ଜିଓ ଗତ ବର୍ଷ ଜିଓ ଏୟାରଫାଇବର ସେବା ଶୁଭାରମ୍ଭ କରିଥିଲା​ । ଜିଓ ଏୟାରଫାଇବରର ଅଧିକ ଚାହିଦା ଛୋଟ ସହରଗୁଡିକରୁ ଆସୁଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ, ଜିଓ ୫୯୯ ଟଙ୍କାରୁ ଆରମ୍ଭ ହେଉଥିବା ଅନେକ ସୁଲଭ ପ୍ଲାନ ମଧ୍ୟ ଆରମ୍ଭ କରିଛି । ଏହି ସେବା ସହିତ ୧୦ କୋଟି ପରିସରକୁ ସଂଯୋଗ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । କମ୍ପାନୀ ପକ୍ଷରୁ ଷ୍ଟ୍ରିମିଂ ପ୍ଲାନ ମଧ୍ୟ ଆରମ୍ଭ କରାଯାଇଛି, ଯେଉଁଥିରେ ଫିକ୍ସଡ୍ ବ୍ରଡବ୍ୟାଣ୍ଡ ପ୍ୟାକେଜ୍ ସହିତ ୧୫ ଟି ଷ୍ଟ୍ରିମିଂ ଆପ୍ ମଧ୍ୟ ସାମିଲ ରହିଛି ।

ସୂଚନାଯୋଗ୍ୟ ଯେ ଜିଓ ନିକଟରେ ଏହାର ଜିଓ ଏୟାରଫାଇବର ସେବାକୁ ଓଡ଼ିଶାର ୨୫୦ରୁ ଅଧିକ ସହର ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକୁ ସମ୍ପ୍ରସାରିତ କରିଛି । ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବ‍ର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‌‌‌‌‌‌‍ ସୁବିଧା ସହିତ ସଂଯୁକ୍ତ କରୁଛି ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‌‌‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‌‌‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା । ଜିଓ ଏୟାରଫାଇବର ଟିଭି ଏବଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବାର ସୁଯୋଗ ପ୍ରଦାନ କରୁଛି । ଜିଓ ଏୟାରଫାଇବର ଓଡ଼ିଶାର ୨୫୦ ରୁ ଅଧିକ ଛୋଟ ବଡ଼ ସହରରେ ଏବଂ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଡିଜିଟାଲ ଲାଇଫଲାଇନ ପାଲଟିବା ସହ ସର୍ବାଧିକ ପସନ୍ଦର ଭରସାଯୋଗ୍ୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ହୋଇଛି ।

jio
Share. Facebook Twitter LinkedIn Email WhatsApp Copy Link

Related Posts

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026
Latest News

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.