ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାର ରାମ ଜନ୍ମଭୂମିରେ ଅବସ୍ଥିତ ରାମ ମନ୍ଦିରରେ ସନ୍ଦେହଜନକ ପରିସ୍ଥିତିରେ ଗୁଳି ଚାଲିଛି। ଯେଉଁଥିରେ ଜଣେ ଏସଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏହି ଘଟଣା ସକାଳ ୫.୨୫ ରେ ଘଟିଥିଲା। ପୋଲିସ ସୂତ୍ରରୁ ପ୍ରକାଶ ଯେ, ରାମ ମନ୍ଦିର ପରିସରରେ ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା। ସୁରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଆହତ ଯବାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରମାନେ ଯବାନଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରିଥିଲେ। ଏହି ଯବାନ ୨୫ ବର୍ଷ ବୟସ୍କ ଶତ୍ରୁଘ୍ନ ବିଶ୍ୱକର୍ମା ବୋଲି ଜଣା ପଡିଛି। ଖବର ଲେଖିବା ପର୍ଯ୍ୟନ୍ତ ଏହି ଘଟଣାର କାରଣ ଜଣାପଡି ନାହିଁ।
ଅଯୋଧ୍ୟା ରାମ ମନ୍ଦିର ପରିସରରେ ଫୁଟିଲା ଗୁଳି: ଏସଏସଏଫ ଯବାନଙ୍କ ମୃତ୍ୟୁ
Published:
Jun 19, 2024, 11:52 am IST