ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ଦ୍ୱାରା ଓମ୍ ବିର୍ଲା ଲୋକସଭା ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଘୋଷିତ ହୋଇଛନ୍ତି। ଆଜି ବିର୍ଲା ନାମାଙ୍କନପତ୍ର ଦାଖଲ କରିବେ।
ଲୋକସଭା ବାଚସ୍ପତିଙ୍କ ନାମରେ ଏକ ସହମତି ସୃଷ୍ଟି କରିବାକୁ ଶାସକ ଏନଡିଏ ଉଦ୍ୟମର ଏକ ଅଂଶ ଭାବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିରୋଧୀ ଦଳ ସହ ଯୋଗାଯୋଗ କରିଥିଲେ। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ରାଜନାଥ ସିଂ ଡାକିଛନ୍ତି ଏବଂ ସମର୍ଥନ ସମ୍ପର୍କରେ ଆମେ ସର୍ତ୍ତ ରଖିଛୁ।
ରାହୁଲ ଗାନ୍ଧୀ ରଖିଲେ ସର୍ତ୍ତ:
ରାହୁଲ ଗାନ୍ଧୀ କହିଛନ୍ତି ଯେ, ଯଦି ସେମାନେ ବିରୋଧୀ ଦଳକୁ ଡେପୁଟି ସ୍ପିକର ପଦ ଦିଅନ୍ତି, ତେବେ ଲୋକସଭା ବାଚସ୍ପତି ପଦ ପାଇଁ ସରକାରଙ୍କ ପସନ୍ଦକୁ ଆମେ ସମର୍ଥନ କରିବୁ। ଲୋକସଭା ଡେପୁଟି ବାଚସ୍ପତି ପଦ ପାଇଁ ବିରୋଧୀଙ୍କ ଦାବିକୁ ରାଜନାଥ ସିଂ ଏପର୍ଯ୍ୟନ୍ତ ପ୍ରତିକ୍ରିୟା ଦେଇନାହାଁନ୍ତି।