Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପାଲାମର ୧୩ ବିଆରଡି ଏଓସି-ଇନ୍-ସି ରକ୍ଷଣାବେକ୍ଷଣ କମାଣ୍ଡଙ୍କ ପରିଦର୍ଶନ
ଜାତୀୟ ଖବର

ପାଲାମର ୧୩ ବିଆରଡି ଏଓସି-ଇନ୍-ସି ରକ୍ଷଣାବେକ୍ଷଣ କମାଣ୍ଡଙ୍କ ପରିଦର୍ଶନ

June 26, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରକ୍ଷଣାବେକ୍ଷଣ କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଏୟାର ମାର୍ଶାଲ ବିଜୟ କୁମାର ଗର୍ଗ ଗତ ୨୩ରୁ ୨୪ ତାରିଖ ପର୍ଯ୍ୟନ୍ତ ପାଲାମ ସ୍ଥିତ ବେସ୍ ମରାମତି ଡିପୋ ପରିଦର୍ଶନ କରିଥିଲେ। ତାଙ୍କ ସହ ଏମ୍ ସିର ବାୟୁସେନା ପରିବାର କଲ୍ୟାଣ ସଂଘ (ଆଞ୍ଚଳିକ) ସଭାପତି ରିତୁ ଗର୍ଗ ମଧ୍ୟ ଉପସ୍ଥିତ ଥିଲେ। ଏୟାର ମାର୍ଶାଲଙ୍କୁ ପାଲାମର ବେସ୍ ମରାମତି ଡିପୋର ଏୟାର ଅଫିସର କମାଣ୍ଡିଂ ଏୟାର କମୋଡର ହର୍ଷ ବହଲ ଏବଂ ୱିଙ୍ଗ୍ କମାଣ୍ଡର (ଶ୍ରୀମତୀ) ରୀନା ବହଲ (ଅବସରପ୍ରାପ୍ତ), ସଭାପତି ଏଏଫ୍ ଏଫ୍ ଡବ୍ଲ୍ୟୁଏ (ସ୍ଥାନୀୟ) ସ୍ୱାଗତ କରିଥିଲେ। ସେଠାରେ ପହଞ୍ଚିବା ପରେ ପାଲାମସ୍ଥିତ ବେସ୍ ମରାମତି ଡିପୋର ବାୟୁଯୋଦ୍ଧାମାନେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ।

ଏହି ଗସ୍ତ ସମୟରେ ଏୟାର ମାର୍ଶଲଙ୍କୁ ଡିପୋର ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ର, ଶାନ୍ତି ଓ ଯୁଦ୍ଧକାଳୀନ ଭୂମିକା ହାସଲ ଦିଗରେ ନିଆଯାଇଥିବା ପଦକ୍ଷେପ ଏବଂ ଚାଲିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଅବଗତ କରାଯାଇଥିଲା। ଡିପୋ କର୍ମଚାରୀଙ୍କୁ ସମ୍ବୋଧିତ କରିବା ଅବସରରେ ଏଓସି-ଇନ୍-ସି ଉତ୍କର୍ଷତା ପ୍ରତି ଡିପୋର ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ବାୟୁସେନାର ପରିଚାଳନା ପ୍ରସ୍ତୁତି ଦିଗରେ ପ୍ରଭାବଶାଳୀ ଭାବେ ଯୋଗଦାନ କରିଥିବାରୁ କର୍ମଚାରୀମାନଙ୍କୁ ପ୍ରଶଂସା କରିଥିଲେ।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ନିଜ ବର୍ଗରେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କୃତ ହୋଇଥିବା ବାୟୁସେନା ସ୍କୁଲ, ପଞ୍ଚବଟି ପରିଦର୍ଶନ କରିଥିଲେ। ଏହାପରେ ଡିପୋ ଏବଂ ଆଖପାଖ ଅଞ୍ଚଳର ଭିନ୍ନକ୍ଷମ ପିଲାମାନଙ୍କୁ ଚିକିତ୍ସା ଯୋଗାଇବା ପାଇଁ ଡିପୋର ଏକ ଅନନ୍ୟ ଉଦ୍ୟୋଗ ନାମକ ନବଗଠିତ ‘ଉମିଦ ନିକେତନ’କୁ ମଧ୍ୟ ଏଓସି-ଇନ୍-ସି ଏବଂ ସଭାପତି ଏଏଫ୍ଏଫ୍ଡବ୍ଲ୍ୟୁଏ (ଆଞ୍ଚଳିକ)ପରିଦର୍ଶନ  କରିଥିଲେ।

ଏହି ଗସ୍ତ ସମୟରେ ଶ୍ରୀମତୀ ରିତୁ ଗର୍ଗ କଲ୍ୟାଣମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ ଡିପୋ ସହଚରୀମାନଙ୍କ ସହ ଆଲୋଚନା କରିଥିଲେ। ପରିବାରର ଜୀବନଧାରଣମାନରେ ଉନ୍ନତି ଆଣିବା ପାଇଁ ଡିପୋ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା। ସେ ଏଏଫ୍ ଏଫ୍ ଡବ୍ଲ୍ୟୁଏ (ଲୋକାଲ) ଦ୍ୱାରା ପରିଚାଳିତ ଗୁରୁତ୍ୱପୂର୍ଣ୍ଣ ଉଦ୍ୟୋଗ ପରିଦର୍ଶନ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଜାଣନ୍ତୁ ଅକ୍ଟୋବର ୨୦ ତାରିଖ ସୋମବାରର ରାଶିଫଳ, କଣ ରହିଛି ଆଜିର ଭାଗ୍ୟଫଳ

October 20, 2025

ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା: ଉଦଯାପନୀ ଉତ୍ସବରେ ଯୋଗଦେଲେ ଆଇନ ମନ୍ତ୍ରୀ

October 19, 2025

‘ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ

October 19, 2025

ଇସ୍ତଫା ଦେବେ ଅଜିତ ଅଗରକର, ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା ହେବେ କି ରବି ଶାସ୍ତ୍ରୀ?

October 19, 2025
Latest News

ଜାଣନ୍ତୁ ଅକ୍ଟୋବର ୨୦ ତାରିଖ ସୋମବାରର ରାଶିଫଳ, କଣ ରହିଛି ଆଜିର ଭାଗ୍ୟଫଳ

October 20, 2025

ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା: ଉଦଯାପନୀ ଉତ୍ସବରେ ଯୋଗଦେଲେ ଆଇନ ମନ୍ତ୍ରୀ

October 19, 2025

‘ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ

October 19, 2025

ଇସ୍ତଫା ଦେବେ ଅଜିତ ଅଗରକର, ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା ହେବେ କି ରବି ଶାସ୍ତ୍ରୀ?

October 19, 2025

ବିପୁଳ ପରିମାଣରେ ବେଆଇନ ବାଣ ଜବତ କଲା ବାଣପୁର ପୋଲିସ

October 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.