ଲାତୁରରେ ପଞ୍ଜୀକୃତ NEET ମାମଲା ସିବିଆଇକୁ ହସ୍ତାନ୍ତର, ସିନ୍ଦେ ସରକାରଙ୍କ ନିଷ୍ପତ୍ତି

Published: Jun 27, 2024, 7:27 am IST

ମୁମ୍ବାଇ: ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ଲାତୁରରେ ପଞ୍ଜୀକୃତ ହୋଇଥିବା NEET ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ଏହି ଘଟଣାରେ ଦୁଇଜଣ ଲୋକ ଫେରାର ହୋଇଯାଇଥିବାବେଳେ ଲାତୁର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ଜଣେ ଅଭିଯୁକ୍ତ ଗଙ୍ଗାଧର ବିହାରର କିଛି ଲୋକଙ୍କ ସହ ଯୋଗାଯୋଗରେ ଥିଲେ।

ମହାରାଷ୍ଟ୍ରର ଲାତୁର ଠାରେ ମାର୍କ ବୃଦ୍ଧି ମାମଲା ସାମ୍ନାକୁ ଆସିବା ପରେ ପୋଲିସ ଜିଲା ପରିଷଦ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଲିଲ ପଠାନଙ୍କୁ ଗିରଫ କରିଥିଲା। ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଜଲିଲ ପଠାନଙ୍କୁ ପୋଲିସ ରିମାଣ୍ଡରେ ପଠାଯାଇଥିଲା। ସଞ୍ଜୟ ଯାଦବ ଜଲିଲ ପଠାନଙ୍କ ସହ କାମ କରୁଥିଲେ। ଦାବି କରାଯାଇଛି ଯେ, ତାଙ୍କ ନିୟନ୍ତ୍ରକ ଗୁରୁଗ୍ରାମରେ ବସିଥିବା ଗଙ୍ଗାଧର ଅଟନ୍ତି।

Related posts