NEET ପେପର ଲିକ୍ ଅଭିଯୁକ୍ତ ଗଙ୍ଗାଧରଙ୍କୁ ଧରିଲା ଉତ୍ତରାଖଣ୍ଡ ପୋଲିସ ପୋଲିସ

Published: Jun 27, 2024, 1:56 pm IST

ନୂଆଦିଲ୍ଲୀ: NEET ପେପର ଲିକ୍ ଏବଂ ଫଳାଫଳକୁ ନେଇ ବିବାଦ ଜାରି ରହିଥିବା ବେଳେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧରଙ୍କୁ ମଙ୍ଗଳବାର ଦିନ ଉତ୍ତରାଖଣ୍ଡ ପୋଲିସ ଗିରଫ କରିଛି। ଗଙ୍ଗାଧରଙ୍କ ପତ୍ନୀ ଏହି ଦାବି କରିଛନ୍ତି।

ଗଙ୍ଗାଧରଙ୍କ ପତ୍ନୀ ଗଣମାଧ୍ୟମକୁ କହିଛନ୍ତି ଯେ, ଜୁନ୍ ୨୫ ତାରିଖ ସକାଳ ୯.୩୦ ସମୟରେ ସ୍ୱାମୀଙ୍କୁ ଗିରଫ କରାଯାଇଥିଲା। ଏହା ପରେ ମୁଁ ତାଙ୍କ ସହ କଥାବାର୍ତ୍ତା କରିପାରିଲି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଜାଣେ ନାହିଁ ମୋ ସ୍ୱାମୀ ବର୍ତ୍ତମାନ କେଉଁଠାରେ ଅଛନ୍ତି।

ଅଭିଯୋଗ କ’ଣ?:

ଅଭିଯୋଗ ହୋଇଛି ଯେ, ଗଙ୍ଗାଧର ଗୁଣ୍ଡେ ବିହାରର କିଛି ଲୋକଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ପେପର ଲିକ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ମେ ୫ ତାରିଖରେ ଅନୁଷ୍ଠିତ ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET-UG ରେ ଅନିୟମିତତା ଅଭିଯୋଗରେ ସିବିଆଇ ନିକଟରେ ଏକ ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା। ସେବେଠାରୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଏହି ଘଟଣାର ତଦନ୍ତ କରୁଛି।

ନିକଟରେ ବିହାରର ପାଟଣାର ଏକ କୋର୍ଟ ଏହି ମାମଲାରେ ଦୁଇଜଣ ଅଭିଯୁକ୍ତ ବାଲଦେବ କୁମାର ଓରଫ ଚିଣ୍ଟୁ ଏବଂ ମୁକେଶ କୁମାରଙ୍କୁ ସିବିଆଇ ହେପାଜତକୁ ପଠାଇଛନ୍ତି।

Related posts