ଆମ ସରକାରର ୧୦ ବର୍ଷ ବିତିଛି, ଆହୁରୀ ୨୦ ବର୍ଷ ବାକି ଅଛି: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦୀ

Published: Jul 3, 2024, 12:47 pm IST

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରୁଛନ୍ତି। ଗୋଟିଏ ଦିନ ପୂର୍ବରୁ ସେ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାକୁ ଉତ୍ତର ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ କହିଛନ୍ତି ଯେ, ‘ତୃତୀୟ ଥର ପାଇଁ ସୁଯୋଗ ପାଇବା ଐତିହାସିକ। ସାଂସଦମାନେ ଗୃହର ସମ୍ମାନ ବୃଦ୍ଧି କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, “ଗତ ଦୁଇ-ଅଢେଇ ଦିନ ମଧ୍ୟରେ ପ୍ରାୟ ୭୦ ସାଂସଦ ଏହି ଆଲୋଚନାରେ ଭାଗ ନେଇଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣର ବ୍ୟାଖ୍ୟା କରିବାରେ ଆପଣମାନଙ୍କ ଅବଦାନ ପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି।”

କଂଗ୍ରେସକୁ ଟାର୍ଗେଟ:

କଂଗ୍ରେସ ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ, ‘ଭାରତର ସ୍ୱାଧୀନତା ଇତିହାସରେ ଆମର ସଂସଦୀୟ ଗଣତାନ୍ତ୍ରିକ ଯାତ୍ରାରେ, ଅନେକ ଦଶନ୍ଧି ପରେ ଦେଶର ଲୋକମାନେ ସରକାରଙ୍କୁ କ୍ରମାଗତ ତୃତୀୟ ଥର ସେବା କରିବାର ସୁଯୋଗ ଦେଇଛନ୍ତି। ୬୦ ବର୍ଷ ପରେ ଏହା ଘଟିଛି ଯେ, ସରକାର ୧୦ ବର୍ଷ କ୍ଷମତାରେ ରହିବା ପରେ ପୁଣି ଫେରିଛି। ଏହା ଏକ ସାଧାରଣ କଥା ନୁହେଁ। କିଛି ଲୋକ ଜାଣିଶୁଣି ଜନସାଧାରଣଙ୍କ ଦ୍ୱାରା ଦିଆଯାଇଥିବା ଏହି ନିଷ୍ପତ୍ତିକୁ ଖରାପ କରିବାକୁ ଚେଷ୍ଟା କରିଛନ୍ତି। ଆମ ସରକାରର ୧୦ ବର୍ଷ ବିତିଗଲାଣି, ୨୦ ବର୍ଷ ବାକି ଅଛି। ଆମ ସରକାରର ଏକ ତୃତୀୟାଂଶ ସଂପୂର୍ଣ୍ଣ ହୋଇଛି, ଦୁଇ ତୃତୀୟାଂଶ ବାକି ଅଛି।

Related posts