Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜଭବନ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ଘଟଣାର ନୂଆ ମୋଡ, ଭୁଲ ମାଗିଲେ ଅଭିଯୁକ୍ତ
ଜାତୀୟ ଖବର

ରାଜଭବନ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ଘଟଣାର ନୂଆ ମୋଡ, ଭୁଲ ମାଗିଲେ ଅଭିଯୁକ୍ତ

July 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜଭବନ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ଘଟଣାର ନୂଆ ମୋଡ, ଭୁଲ ମାଗିଲେ ଅଭିଯୁକ୍ତ

ଭୁବନେଶ୍ବର: ରାଜଭବନ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ ଘଟଣା ଭିନ୍ନ ମୋଡ ନେଇଛି। ଆଜି ରଜଭବନକୁ ମାଡ ଖାଇଥିବା କର୍ମଚାରୀ ବୈକୁଣ୍ଠ ପ୍ରଧାନ ଏବଂ ତାଙ୍କ ଧର୍ମପତ୍ନୀଙ୍କୁ ରାଜ୍ୟପାଳଙ୍କ ପୁଅ ଭୁଲ ମାଗିଛନ୍ତି। ଏ ନେଇ ଉଭୟ ବୈକୁଣ୍ଠ ପ୍ରଧାନ ଏବଂ ତାଙ୍କ ଧର୍ମପତ୍ନୀ ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ ରାଜ୍ୟପାଳ ଉଭୟଙ୍କୁ ଖୁବ ଶିଘ୍ର ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ଉଭୟ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ କୁମାର, ରଥଯାତ୍ରା ସମୟରେ ପୁରୀ ରାଜଭବନରେ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶନିବାର ଦିନ ଏ ନେଇ ପୁରୀ ସମୂଦ୍ରକୂଳ ଥାନାରେ ଏକ ଏତଲା ଦେଇଛନ୍ତି ବୈକୁଣ୍ଠ।

ବୈକୁଣ୍ଠ ପ୍ରଧାନଙ୍କ କହିବା ଅନୁଯାୟୀ, ରଥଯାତ୍ରା ରାତିରେ ପୁରୀ ରାଜଭବନରେ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିଲେ। ଏ ନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଅବଗତ କରିଥିଲେ ଏବଂ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗୁହାରି କରିଥିଲେ। କିନ୍ତୁ ଏ ଘଟଣାରେ ସେ ଚୁପ୍ ରହିଥିବାରୁ ବୁଧବାର ପୁଣିଥରେ ବୈକୁଣ୍ଠନାଥ ଲିଖିତ ଅଭିଯୋଗ କରିଥିଲେ।

ତେବେ ଏହାକୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ତରଫରୁ ଉଦବେଗ ପ୍ରକାଶ କରାଯାଇଛି। ଆଜି ଯୁବ କଂଗ୍ରେସ ତରଫରୁ ରାଜଭବନ ସମ୍ମୁଖରେ ଘେରାଉ କରାଯାଇ ଥିଲା। ଏଥିରେ ଦୋଷୀକୁ ଦଣ୍ଡ ପ୍ରଦାନ କରାଯାଉ ବୋଲି ଦାବୀ କରାଯାଇଥିଲା।

ସେହିପରି ବିଜେଡି ତରଫରୁ ପ୍ରତାପ ଦେବ ମଧ୍ୟ ଏହି ଘଟଣାକୁ ନେଇ ବିଜେପି ସରକାରଙ୍କୁ ଘେରିଛନ୍ତି। ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଭିଯୋଗ ପ୍ରକୋଷ୍ଠ ଖୋଲିଛନ୍ତି। ଏହି କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ ବୋଲି ବିଜେଡି ଦାବୀ କରିଛି।

governor ରଘୁବର ଦାସ ରାଜ୍ୟପାଳ ଶ୍ରୀ ରଘୁବର ଦାସ ରାଜ୍ୟପାଳଙ୍କ ପୁଅ ରାଜ୍ୟପାଳଙ୍କ ପୁଅ ମାଡ
Share. Facebook Twitter LinkedIn Email WhatsApp Copy Link

Related Posts

2026 T20 ବିଶ୍ୱକପ: ଆଜି ସୁପର 8 ପାଇଁ ସ୍ଥାନ ସୁରକ୍ଷିତ କରିପାରନ୍ତି ଏହି ଦୁଇଟି ଦଳ

February 17, 2026

ଆଜି ପୁଣି କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 17, 2026

ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ: ଜବତ କଲା ତିନୋଟି ଇରାନୀ ତେଲ ଟ୍ୟାଙ୍କର!

February 17, 2026

ରୋମାଞ୍ଚକର ସ୍ଥିତିରେ ଟି ୨୦ ବିଶ୍ୱକପ୍‌: ଏହି ପାଞ୍ଚଟି ଦଳ ଉପରେ ଝୁଲୁଛି ଖଣ୍ଡା

February 17, 2026
Latest News

2026 T20 ବିଶ୍ୱକପ: ଆଜି ସୁପର 8 ପାଇଁ ସ୍ଥାନ ସୁରକ୍ଷିତ କରିପାରନ୍ତି ଏହି ଦୁଇଟି ଦଳ

February 17, 2026

ଆଜି ପୁଣି କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 17, 2026

ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ: ଜବତ କଲା ତିନୋଟି ଇରାନୀ ତେଲ ଟ୍ୟାଙ୍କର!

February 17, 2026

ରୋମାଞ୍ଚକର ସ୍ଥିତିରେ ଟି ୨୦ ବିଶ୍ୱକପ୍‌: ଏହି ପାଞ୍ଚଟି ଦଳ ଉପରେ ଝୁଲୁଛି ଖଣ୍ଡା

February 17, 2026

ବିଆଇଏସ୍‌ ମାନକ ଅନୁପାଳନ ନକରିବାରୁ ସ୍ନାପଡିଲ୍‌କୁ ୫ ଲକ୍ଷ ଜରିମାନା

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.