Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘କହାନୀ ରାଷ୍ଟ୍ରପତି ଭବନ କୀ’ ସମେତ ୪ ଟି ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ
ଜାତୀୟ ଖବର

‘କହାନୀ ରାଷ୍ଟ୍ରପତି ଭବନ କୀ’ ସମେତ ୪ ଟି ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ

July 19, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ୪ଟି ପୁସ୍ତକ- ୱିଙ୍ଗସ୍ ଟୁ ଆୱାର ହୋପ୍ସ – ଭାଗ ୧ (ଇଂରାଜୀ ଏବଂ ହିନ୍ଦୀ), ରାଷ୍ଟ୍ରପତି ଭବନ: ହେରିଟେଜ୍ ମିଟ୍ସ ଦି ପ୍ରେଜେଣ୍ଟ ଏବଂ କହାନୀ ରାଷ୍ଟ୍ରପତି ଭବନ କୀ ଉନ୍ମୋଚନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ଏବଂ ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ ଯେ ଆଜି ଉନ୍ମୋଚିତ ହୋଇଥିବା ପୁସ୍ତକଗୁଡ଼ିକ ଭାରତୀୟ ଗଣତନ୍ତ୍ରର ପ୍ରତୀକ ରାଷ୍ଟ୍ରପତି ଭବନର ଐତିହ୍ୟରେ ସମୃଦ୍ଧ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୂର୍ବ ଭାଷଣ ଗୁଡ଼ିକର ସଂକଳନ ଆମ ଗଣତନ୍ତ୍ର ଓ ସମଗ୍ର ସମାଜ ପାଇଁ ଏକ ଅମୂଲ୍ୟ ସମ୍ପଦ। ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ବଞ୍ଚିତ ବର୍ଗ ସମୂହ, କୃଷକ, ସଶସ୍ତ୍ର ବାହିନୀ ଓ ଯୁବକଙ୍କ ସମେତ ସମଗ୍ର ଦେଶବାସୀଙ୍କ ପ୍ରତି ରାଷ୍ଟ୍ରପତି ମୁର୍ମୁଙ୍କ ସହାନୁଭୂତିର ଏକ ପ୍ରଭାବଶାଳୀ ପ୍ରତିଫଳନ ହେଉଛି ଏହି ସଂକଳନ। ଏହି ପୁସ୍ତକର ପ୍ରଚ୍ଛଦରେ ଥିବା ଚିତ୍ର ଏବଂ ଶୀର୍ଷକ ଆମ ଗଣତନ୍ତ୍ରର କାହାଣୀକୁ ପ୍ରତିଫଳିତ କରୁଛି।

ପୁସ୍ତକଗୁଡ଼ିକରେ ଥିବା ବାର୍ତ୍ତା ପ୍ରତ୍ୟେକ ଭାରତୀୟଙ୍କୁ ଆଶା ଓ ଅଧିକ ଶୀର୍ଷ ସଫଳତା ପାଇଁ ଲକ୍ଷ୍ୟ ନେଇ ଯାତ୍ରା କରିବାକୁ ପ୍ରେରଣା ଦେବ। ଏହି ପୁସ୍ତକ ଗୁଡ଼ିକରେ ସେ କୃଷି ଓ ଗ୍ରାମ୍ୟ ଉନ୍ନୟନ ସମ୍ବନ୍ଧୀୟ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣମାନ ପାଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଶ୍ରୀ ଚୌହାନ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଭାଷଣର ଏହି ସଂକଳନକୁ ପାଠ କରିବା ଦ୍ୱାରା ଦେଶର ସାମାଜିକ – ଆର୍ଥିକ ଆହ୍ୱାନ ସମୂହ, ସଫଳତାର ଦିଗଗୁଡ଼ିକ ଏବଂ ଆତ୍ମନିର୍ଭରଶୀଳତା ଦେଖାଉ ଥିବା ପଦକ୍ଷେପଗୁଡ଼ିକ ଉପରେ ଆମର ଦୃଷ୍ଟିକୋଣ ବ୍ୟାପକ ହେବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି।

କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ଏହି ପୁସ୍ତକଗୁଡ଼ିକ ପ୍ରକାଶ କରିଥିବାରୁ ପ୍ରକାଶନ ବିଭାଗକୁ ଅଭିନନ୍ଦନ ଜଣାଇବା ସହ ଜନହିତକାରୀ ବିଭିନ୍ନ ବିଷୟଗୁଡ଼ିକ ଉପରେ ନିୟମିତ ଭାବେ ପୁସ୍ତକ ପ୍ରକାଶ କରୁଥିବାରୁ ଏହାକୁ ଶ୍ରେୟ ଦେଇଛନ୍ତି। ଉନ୍ମୋଚିତ ହେଉଥିବା ପୁସ୍ତକଗୁଡ଼ିକ ସମ୍ପର୍କରେ ସେ କହିଛନ୍ତି ଯେ ଏହି ପୁସ୍ତକଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଚିନ୍ତାଧାରାର ସବୁଠାରୁ ପ୍ରାମାଣିକ ସଂକଳନ ଏବଂ ଆଗାମୀ ପିଢ଼ିମାନଙ୍କ ପାଇଁ ଏହା ଏକ ସାରତତ୍ତ୍ୱ ସଂକଳନ ଭାବେ କାର୍ଯ୍ୟ କରିବ।

କାର୍ଯ୍ୟକ୍ରମ ପରେ ବିଶିଷ୍ଟ ବ୍ୟକ୍ତିମାନେ ପୁସ୍ତକର ଏକ କପି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ।

ପୁସ୍ତକଗୁଡ଼ିକ ବିଷୟରେ:

‘ୱିଙ୍ଗସ୍ ଟୁ ଆୱାର ହୋପ୍ସ୍‌’ ପୁସ୍ତକ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାର ପ୍ରଥମ ବର୍ଷରେ ବିଭିନ୍ନ ସମୟରେ ଦେଇଥିବା ଭାଷଣଗୁଡ଼ିକ ରହିଛି। ଜୁଲାଇ ୨୦୨୨ରୁ ଜୁଲାଇ ୨୦୨୩ ମଧ୍ୟରେ ରାଷ୍ଟ୍ରପତି ମୁର୍ମୁ ନିଜର ସରଳତା, ଚିନ୍ତନଶୀଳତା ଏବଂ ବିଦ୍‌ବତ୍ତା ମାଧ୍ୟମରେ ଦେଶବାସୀଙ୍କ ନିକଟରେ ନିଜକୁ ଆକର୍ଷିତ କରିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ଚିନ୍ତାଧାରା ଗୁଡ଼ିକୁ ବାଣ୍ଟିଛନ୍ତି। ଦେଶର ଜୀବନର ବିଭିନ୍ନ ଦିଗଗୁଡ଼ିକୁ ସ୍ପର୍ଶ କରିବା ସହିତ ଏହି ଭାଷଣଗୁଡ଼ିକ ମଧ୍ୟ ଜନସାଧାରଣଙ୍କୁ ଏକ ଆଶାର ବାର୍ତ୍ତା ଦେବା ସଙ୍ଗେ ସଙ୍ଗେ ଦେଶର ପ୍ରଥମ ନାଗରିକଙ୍କର ସେମାନଙ୍କ ନିକଟରେ ପହଞ୍ଚିବାର ଅନ୍ତର୍ନିହିତ ପ୍ରବୃତ୍ତିକୁ ସୂଚାଇ ଥାଏ।

ପ୍ରକାଶନ ବିଭାଗ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ୭୫ଟି ଭାଷଣ ରହିଛି ଯଥା- ରାଷ୍ଟ୍ରକୁ ସମ୍ବୋଧିତ କରିବା, ଶିକ୍ଷା – ସଶକ୍ତିକରଣର ଚାବିକାଠି, କର୍ତ୍ତବ୍ୟ ପଥରେ ସରକାରୀ କର୍ମଚାରୀମାନଙ୍କୁ ମାର୍ଗଦର୍ଶନ କରାଇବା, ଆମ ସେନା ଆମ ଗୌରବ, ସମ୍ବିଧାନ ଓ ଆଇନର ଭାବନା, ଉତ୍କର୍ଷର ପୁରସ୍କାର, ବିଶ୍ୱସ୍ତରୀୟ ପହଞ୍ଚ, ବିବିଧତା ଏବଂ ସମୃଦ୍ଧ ସଂସ୍କୃତିର ପାଳନ, ନିରନ୍ତର ବିକାଶ ପାଇଁ ଉଦ୍ଭାବନ ଏବଂ ପ୍ରଯୁକ୍ତି ବିଦ୍ୟା, ଅତୀତକୁ ସଂରକ୍ଷିତ ରଖିବା, ଭବିଷ୍ୟତକୁ ସୁରକ୍ଷିତ କରିବା ଏବଂ ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହିତ କରିବା।

‘‘ରାଷ୍ଟ୍ରପତି ଭବନ: ହେରିଟେଜ୍ ମିଟସ୍ ଦି ପ୍ରେଜେଣ୍ଟ’’ ହେଉଛି ରାଷ୍ଟ୍ରପତି ଭବନ ଉପରେ ଏକ ଗଭୀର ଅନୁସନ୍ଧାନ, ଯାହାର ଇତିହାସ, ପରମ୍ପରା ଏବଂ ସ୍ଥାପତ୍ୟ ମହିମାକୁ ଏଥିରେ ଅନୁଶୀଳନ କରାଯାଇଛି । ଏହି ପୁସ୍ତକରେ ପାଠକମାନଙ୍କୁ ରାଷ୍ଟ୍ରପତି ଭବନର ଭବ୍ୟତା, ଏହାର ଧାରଣା ଠାରୁ ଆରମ୍ଭ କରି ଭାରତର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଭାବରେ ଏହାର ସାମ୍ପ୍ରତିକ ସ୍ଥିତି ବିଷୟରେ ଏକ ନିବିଡ଼ ଅନୁଧ୍ୟାନ ପ୍ରଦାନ କରାଯାଇଛି। ଏହି ପୁସ୍ତକଟି ଭାରତର ଅନ୍ୟତମ ପ୍ରସିଦ୍ଧ ଐତିହାସିକ ସ୍ଥଳୀ ରାଷ୍ଟ୍ରପତି ଭବନ ପ୍ରତି ଏକ ଶ୍ରଦ୍ଧାର ନିଦର୍ଶନ, ଯାହା ଦେଶର ସମୃଦ୍ଧ ସ୍ଥାପତ୍ୟ ଐତିହ୍ୟ ଏବଂ ଏହାର ଚଳଚଞ୍ଚଳ ବର୍ତ୍ତମାନ ସମୟର ପ୍ରମାଣ ରୂପେ ଦଣ୍ଡାୟମାନ।

ରାଷ୍ଟ୍ରପତି ଭବନର କୋଣ ଅନୁକୋଣକୁ ବିଶଦ ବର୍ଣ୍ଣନା ଏବଂ ଚମତ୍କାର ଫଟୋଚିତ୍ରଗୁଡ଼ିକ ମାଧ୍ୟମରେ ଜୀବନ୍ତ କରାଯାଇଛି। ଏହି ପୁସ୍ତକ ପାଠକମାନଙ୍କୁ ଭବନ ଭିତରେ ଥିବା ବିଭିନ୍ନ କୋଠରୀ ଏବଂ ହଲ ଗୁଡ଼ିକର ପରିଦର୍ଶନରେ ନେଇଯାଏ, ଯେଉଁଗୁଡ଼ିକ ମଧ୍ୟରୁ ପ୍ରତ୍ୟେକଟିର ନିଜର ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଏବଂ ଇତିହାସ ରହିଛି । ଏଥିରେ ସମାବେଶିତ କରାଯାଇଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟରେ ରହିଛି:

ଅଶୋକା ହଲ୍ : ଚମତ୍କାର ଭିତ୍ତିଚିତ୍ର (ଫ୍ରେସ୍କୋ) ଏବଂ ଝାଡ଼ (ଚାନ୍ଦେଲିଅର)ଗୁଡ଼ିକରେ ସଜ୍ଜିତ ଏକ ସୁନ୍ଦର ବଲ୍ ରୁମ୍।

ଦରବାର ହଲ୍ : ଭବ୍ୟ ସମାରୋହ ହଲ୍ ଯେଉଁଠାରେ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରାଯାଇଥାଏ।

ଅମୃତ ଉଦ୍ୟାନ: ମୋଗଲ ଏବଂ ଇଂରାଜୀ ଲ୍ୟାଣ୍ଡସ୍କେପିଂ ଶୈଳୀର ସମ୍ମିଶ୍ରଣକୁ ପ୍ରଦର୍ଶିତ କରୁଥିବା ଏକ ଉତ୍କୃଷ୍ଟ ବଗିଚା।​

ପାଠାଗାର: ଜ୍ଞାନ ଏବଂ ଐତିହାସିକ ଦସ୍ତାବିଜ ଗୁଡ଼ିକର ଭଣ୍ଡାର।

ବୈଠକଖାନା (ଡ୍ରଇଂ ରୁମ୍‌) ଏବଂ ସମ୍ମିଳନୀ ହଲ୍‌ : ଆନୁଷ୍ଠାନିକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ଏବଂ ସଭା ସମିତି ଅନୁଷ୍ଠିତ କରିବା ପାଇଁ ଏକ ସ୍ଥାନ।

ରାଷ୍ଟ୍ରପତିଙ୍କ ଅଧ୍ୟୟନ ପ୍ରକୋଷ୍ଠ: ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ କାର୍ଯ୍ୟକ୍ଷେତ୍ର।

ଏହି ପୁସ୍ତକରେ ରାଷ୍ଟ୍ରପତି ଭବନରେ ରହିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷମାନଙ୍କର ଏକ ମନୋମୁଗ୍ଧକର କାହାଣୀ ମଧ୍ୟ ଦିଆଯାଇଛି। ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପର୍ଯ୍ୟନ୍ତ ଭାରତର ପ୍ରତ୍ୟେକ ରାଷ୍ଟ୍ରପତିଙ୍କ ଯାତ୍ରାକୁ ଏଥିରେ ଦର୍ଶାଯାଇଛି। ଭାରତର ଗଣତନ୍ତ୍ର ଓ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଅବଦାନ ଏବଂ ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ଘଟି ଯାଇଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକୁ ଏଥିରେ ବର୍ଣ୍ଣନା କରାଯାଇଛି, ଯାହା ରାଷ୍ଟ୍ରପତି ଭବନର ଇତିହାସର ସମୃଦ୍ଧ ବିବରଣୀ ପ୍ରଦାନ କରିଥାଏ।

‘କାହାନୀ ରାଷ୍ଟ୍ରପତି ଭବନ କୀ’ ପୁସ୍ତକରେ ପିଲାମାନଙ୍କ ପାଇଁ ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ଭବନ ସମ୍ବନ୍ଧୀୟ ସୂଚନା ରହିଛି। ‘ଆମ ରାଷ୍ଟ୍ରପତି’, ‘ରାଷ୍ଟ୍ରପତି ଭବନର ମୁଖ୍ୟ ଆକର୍ଷଣ’ ଏବଂ ‘ରାଷ୍ଟ୍ରପତି ଭବନ ମ୍ୟୁଜିୟମ୍ କମ୍ପ୍ଳେକ୍ସ’ ଶୀର୍ଷକରେ ତିନି ଗୋଟି ଅଧ୍ୟାୟରେ ବିଭକ୍ତ ଏହି ପୁସ୍ତକରେ ରାଷ୍ଟ୍ରପତି ଭବନର ପ୍ରାୟ ଶହେ ବର୍ଷର ଇତିହାସକୁ ସରଳ ଶବ୍ଦରେ ଉପସ୍ଥାପନ କରାଯାଇଛି। ରାଷ୍ଟ୍ରପତି ଭବନର ବିଭିନ୍ନ ଚିତ୍ରରେ ପରିପୂର୍ଣ୍ଣ ଏହି ପୁସ୍ତକକୁ ଆକର୍ଷଣୀୟ ଶୈଳୀରେ ଉପସ୍ଥାପିତ କରାଯାଇଛି।

କହାନୀ ରାଷ୍ଟ୍ରପତି ଭବନ କୀ ପୁସ୍ତକ ଉନ୍ମୋଚନ ଶିବରାଜ ସିଂହ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୨୧ ତାରିଖ ସୋମବାରରେ ସାତୋଟି ରାଶି ପ୍ରତି ମହାଦେବଙ୍କର ରହିଛି ଆର୍ଶିବାଦ

July 21, 2025

ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର

July 20, 2025

ଭାରତ-ଚୀନ୍ ସୀମାରେ ଶାନ୍ତିର ସଙ୍କେତ! କୈଳାସ ମାନସରୋବର ଯାତ୍ରା ବିଷୟରେ ବଡ଼ କଥା କହିଲେ ଚୀନ୍ ରାଷ୍ଟ୍ରଦୂତ

July 20, 2025

ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

July 20, 2025
Latest News

ଆଜି ଜୁଲାଇ ୨୧ ତାରିଖ ସୋମବାରରେ ସାତୋଟି ରାଶି ପ୍ରତି ମହାଦେବଙ୍କର ରହିଛି ଆର୍ଶିବାଦ

July 21, 2025

ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର

July 20, 2025

ଭାରତ-ଚୀନ୍ ସୀମାରେ ଶାନ୍ତିର ସଙ୍କେତ! କୈଳାସ ମାନସରୋବର ଯାତ୍ରା ବିଷୟରେ ବଡ଼ କଥା କହିଲେ ଚୀନ୍ ରାଷ୍ଟ୍ରଦୂତ

July 20, 2025

ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

July 20, 2025

କଚ୍ଛ ଯିବା ପାଇଁ ମୋଟରସାଇକେଲ ଚାଳକମାନଙ୍କୁ ଉତ୍ସାହିତ କରିବା ଦିଗରେ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.