ଛାଡପତ୍ର ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ ଖେଳ, ଅନ୍ୟ କାହାର ନାମରେ କରିଦେଇଛନ୍ତି ସମ୍ପତ୍ତି

Published: Jul 19, 2024, 8:56 am IST

ନୂଆଦିଲ୍ଲୀ: ଛାଡପତ୍ର ଦେବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୂର୍ବତନ ପତ୍ନୀ ନତାଶାଙ୍କୁ କ୍ଷତିପୂରଣ ହିସାବରେ ବିପୁଳ ପରିମାଣର ଅର୍ଥ ଦେବାକୁ ପଡିପାରେ। ଅହମ୍ମଦାବାଦ ମିରରର ଏକ ରିପୋର୍ଟରେ କୁହାଯାଇଛି ଯେ, ଛାଡପତ୍ର ପରେ ହାର୍ଦ୍ଦିକଙ୍କୁ ତାଙ୍କ ସମ୍ପତ୍ତିର ୭୦ ପ୍ରତିଶତ ନତାଶାଙ୍କୁ ଦେବାକୁ ପଡିବ।

ବର୍ତ୍ତମାନ ଏଭଳି ପରିସ୍ଥିତିରେ ଜାଣିବା ଜରୁରୀ ଯେ, ହାର୍ଦ୍ଦିକଙ୍କର କେତେ କୋଟି ସମ୍ପତ୍ତି ଅଛି? ତେବେ ଏହି କ୍ରିକେଟର ୯୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ। ମୁମ୍ବାଇରେ ହାର୍ଦ୍ଦିକଙ୍କ ୩୦ କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ଘର ଅଛି। ଏହା ବ୍ୟତୀତ ବଡୋଦରାଠାରେ ତାଙ୍କର ଏକ ବିଳାସପୂର୍ଣ୍ଣ ଘର ମଧ୍ୟ ଅଛି। ଏହା ବ୍ୟତୀତ ତାଙ୍କର ଅନେକ ବିଳାସପୂର୍ଣ୍ଣ କାର ମଧ୍ୟ ଅଛି।

ଗୁଜବ ଅନୁଯାୟୀ ଯଦି ହାର୍ଦ୍ଦିକଙ୍କୁ ତାଙ୍କ ସମ୍ପତ୍ତିର ୭୦ ପ୍ରତିଶତ ସମ୍ପତ୍ତି ତାଙ୍କ ପୂର୍ବତନ ପତ୍ନୀଙ୍କୁ ଦେବାକୁ ପଡିବ, ତେବେ ସେ ମୋଟ ୬୨ କୋଟି ଟଙ୍କା ହରାଇବେ। କିନ୍ତୁ ଏକ କୌତୁହଳର ବିଷୟ ହେଉଛି ଛାଡପତ୍ର ପୂର୍ବରୁ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସମ୍ପତ୍ତିର ୫୦ ପ୍ରତିଶତ ଅନ୍ୟ କାହା ନାମରେ କରିଦେଇଥିଲେ।

ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ କହିଛନ୍ତି ଯେ, ସେ ତାଙ୍କ ଘର ଠାରୁ କାର ପର୍ଯ୍ୟନ୍ତ ସବୁକିଛି ତାଙ୍କ ମା’ଙ୍କ ନାମକୁ ସ୍ଥାନାନ୍ତର କରିଛନ୍ତି। ଭିଡିଓରେ ହାର୍ଦ୍ଦିକ କୁହନ୍ତି ଯେ, ‘ମୋର କୌଣସି ବିଶ୍ୱାସ ନାହିଁ, ତେଣୁ ମୁଁ ମୋ ନାମରେ କିଛି ନେବି ନାହିଁ। ଆଗକୁ ଯାଇ ଅନ୍ୟ କାହାକୁ ମୁଁ ପଚାଶ ପ୍ରତିଶତ ଦେବାକୁ ଚାହେଁ ନାହିଁ। ଏହା ମୋତେ ବହୁତ ଆଘାତ ଦେବ।

Related posts