Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Budget Reaction: ବଜେଟକୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କଣ କହିଲେ?
ଜାତୀୟ ଖବର

Budget Reaction: ବଜେଟକୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କଣ କହିଲେ?

July 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Budget Reaction
Budget Reaction: ବଜେଟକୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କଣ କହିଲେ?

Budget Reaction: ଆଜି କେନ୍ଦ୍ରରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାନ ପରିପ୍ରେକ୍ଷୀରେ ଓଡିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି ଯେ ଚଳିତ କେନ୍ଦ୍ର ବଜେଟରେ ଓଡିଶା ପ୍ରତି ବିଶେଷ ଭାବେ ଧ୍ୟାନ ଦିଆ ଯାଇଛି ଯାହା ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ।

ବଜେଟ୍ ରେ ଗରୀବ, ମହିଳା, ଯୁବକ, ପର୍ଯ୍ୟଟନ, କୃଷି ଓ ଶକ୍ତି ଦକ୍ଷତା ବିକାଶ ଆଦି ଅନେକ କ୍ଷେତ୍ରରେ ଧ୍ୟାନ ଦିଆ ଯାଇଛି। ବଜେଟ ସମ୍ବନ୍ଧରେ ଶ୍ରୀ ସିଂହଦେଓ କହିଲେ ଯେ ଗତ କିଛି ଦିନ ପୂର୍ବରୁ ବଜେଟ ସମ୍ବନ୍ଧିତ ଅର୍ଥମନ୍ତ୍ରୀମାନଙ୍କ ବୈଠକରେ ମୁଁ ପ୍ରତିନିଧିତ୍ବ କରି ଓଡିଶା ସରକାରଙ୍କ ତରଫରୁ ଯାହା ଯାହା ଦାବି ରଖିଥିଲୁ ,ସେ ସମସ୍ତ ଏହି ବଜେଟରେ ପ୍ରତିଫଳିତ ହୋଇଛି।

ବଜେଟରେ ପର୍ଯ୍ୟଟନ କ୍ଷେତ୍ରକୁ ସଦୃଢ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କବା ଯାଇଛି। ଓଡିଶାର ଦୀର୍ଘ ସମୁଦ୍ର ତଟ, ଐତିହ, ଜଙ୍ଗଲ ଏବଂ ଇକୋ ଟୁରିଜିମ୍ କୁ ନେଇ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ। ଓଡିଶାର କୃଷି କ୍ଷେତ୍ରରେ ଲୋକେ ଦାଦନ ଖଟିବାକୁ ନ ଯାଇ ଏଠି ମଧ୍ୟ ସେମାନଙ୍କୁ ଭରପୁର କାମ ମିଳି ପାରିବ ବୋଲି ବଜେଟରେ ଦର୍ଶା ଯାଇଛି। ଓଡିଶାବାସୀ ଓ ଓଡିଶା ସରକାରଙ୍କ ତରଫରୁ ଶ୍ରୀ ସିଂହ ଦେଓ ଏଭଳି ଲୋକାଭିମୁଖି ବଜେଟ ପାଇଁ ଉଭୟ ପ୍ରଧାନ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ନିର୍ବାଚନ ସମୟରେ ଓଡିଶା ଆଗମନ ପରିପ୍ରେକ୍ଷୀରେ ପ୍ରଧାନ ମନ୍ତ୍ରୀ ଯାହା ସବୁ ପ୍ରତିଶୃତି ଦେଇଥିଲେ ତାକୁ ଧ୍ୟାନରେ ରଖି ବଜେଟ ପ୍ରାବଧାନ କରାଯାଇଛି। ଓଡିଶାକୁ ଚଳିତ ଆର୍ଥିକ ବର୍ଷରେ ଯାହା ମିଳିଛି ତାହା ପୂର୍ବରୁ କେବେ ମିଳି ନ ଥିଲା ବୋଲି ଶ୍ରୀ ସିଂହ ଦେଓ ପ୍ରକାଶ କରିବା ସହ ଏହା ଓଡିଶା ପାଇଁ ଏକ ବୃହତ୍ ବଜେଟ ଏବଂ ସାଧାରଣ ଜନତା ଏହାକୁ ସ୍ବାଗତ କରିଛନ୍ତି ବୋଲି କହିଛନ୍ତି।

ଗତ ୨୪ ବର୍ଷର ସରକାର ଓଡିଶାର ଉନ୍ନତି ପାଇଁ କିଛି କରି ନ ଥିଲେ। ଏହି ବଜେଟରେ ଓଡିଶାକୁ ପ୍ରତ୍ଯେକଟି କ୍ଷେତ୍ରରେ ବିଶେଷ ଭାବେ ଧ୍ୟାନ ଦିଆ ଯାଇଛି , ଯାହାଦ୍ବାରା ଓଡିଶାର ଲୋକମାନେ ବିଶେଷ ଭାବେ ଉପକୃତ ହେବେ । ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଓଡିଶାକୁ ଯେତିକି ସହାୟତା ଦରକାର ସେ ସମସ୍ତ ବ୍ୟବସ୍ଥା ବଜେଟରେ ରହିଛି । ବର୍ତ୍ତମାନର ଓଡିଶା ସରକାର ଏ ଦିଗରେ ପ୍ରଯତ୍ନ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ସିଂଦେଓ କହିଛନ୍ତି ।

Budget Reaction Kanak Bardhan Singhdeo ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
Share. Facebook Twitter LinkedIn Email WhatsApp Copy Link

Related Posts

ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ

February 13, 2026

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

February 13, 2026

ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାମ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

February 13, 2026

ଓଡ଼ିଶାରେ ସମବାୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମୀକ୍ଷା

February 13, 2026
Latest News

ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ

February 13, 2026

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

February 13, 2026

ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାମ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

February 13, 2026

ଓଡ଼ିଶାରେ ସମବାୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମୀକ୍ଷା

February 13, 2026

ଆଜି ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.