ରାହୁଲ ଗାନ୍ଧୀଙ୍କ ବଢିପାରେ ସମସ୍ୟା!, ବର୍ତ୍ତମାନ ଜୁଲାଇ ୨୬ରେ କୋର୍ଟରେ ହେବେ ହାଜର

Published: Jul 24, 2024, 8:32 pm IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାୟବରେଲି ଲୋକସଭା ଆସନରୁ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର (ଜୁଲାଇ ୨୬ ତାରିଖ) ସୁଲତାନପୁରର ସାଂସଦ ବିଧାୟକ କୋର୍ଟରେ ହାଜର ହେବେ। ଅମିତ ଶାହା ହେଟ ସ୍ପିଚ ମାମଲାରେ ଜୁଲାଇ ୨୬ ତାରିଖକୁ କୋର୍ଟ ପରବର୍ତ୍ତୀ ତାରିଖ ଦେଇଥିଲେ। ଗତ ଶୁଣାଣି ସମୟରେ ବିଚାରପତି କହିଥିଲେ ଯେ, ଯଦି ରାହୁଲ ଜୁଲାଇ ୨୬ ତାରିଖରେ ଶାରୀରିକ ଭାବେ ହାଜର ନ ହୁଅନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜୁଲାଇ ୨ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ସୁଲତାନପୁରର ସାଂସଦ ବିଧାୟକ କୋର୍ଟରେ ହାଜର ହେବେ। ଯେହେତୁ ରାହୁଲଙ୍କ ଓକିଲ ସଂସଦରେ ବ୍ୟସ୍ତ ଥିବା ଦର୍ଶାଇ ହାଜିରୀ କ୍ଷମା ମାଗିଥିଲେ। ଏହା ପରେ କୋର୍ଟ ଏହାକୁ ଗ୍ରହଣ କରି ରାହୁଲ ଗାନ୍ଧୀଙ୍କୁ ଜୁଲାଇ ୨୬ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

Related posts