Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Rocky the Slave: ମୁକ୍ତିଲାଭ ପୂର୍ବରୁ ଚର୍ଚ୍ଚାରେ ଓଡିଆ ଅଭିନେତ୍ରୀ ଲେସଲି ତ୍ରିପାଠୀଙ୍କ ଅଭିନିତ ହିନ୍ଦି ଫିଲ୍ମ
ଜାତୀୟ ଖବର

Rocky the Slave: ମୁକ୍ତିଲାଭ ପୂର୍ବରୁ ଚର୍ଚ୍ଚାରେ ଓଡିଆ ଅଭିନେତ୍ରୀ ଲେସଲି ତ୍ରିପାଠୀଙ୍କ ଅଭିନିତ ହିନ୍ଦି ଫିଲ୍ମ

July 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Rocky the Slave
Rocky the Slave: ମୁକ୍ତିଲାଭ ପୂର୍ବରୁ ଚର୍ଚ୍ଚାରେ ଓଡିଆ ଅଭିନେତ୍ରୀ ଲେସଲି ତ୍ରିପାଠୀଙ୍କ ଅଭିନିତ ହିନ୍ଦି ଫିଲ୍ମ

Rocky the Slave: ଓଡିଆ ଅଭିନେତ୍ରୀ ଲେସଲି ତ୍ରିପାଠୀଙ୍କ ସର୍ବଶେଷ ହିନ୍ଦୀ ଚଳଚ୍ଚିତ୍ର ‘ରକ୍କି ଦ ସ୍ଲାଭ୍’ ଆସନ୍ତାକାଲି ଜୁଲାଇ 26 ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଖ୍ୟାତ ଆକ୍ସନ୍ ମାଷ୍ଟର ଜେମ୍ସ ଜନ୍ ବାର୍ଲାଙ୍କ ନିର୍ଦ୍ଦେଶିତ ତଥା ଶୋଭା ବାର୍ଲାଙ୍କ ଦ୍ବାରା ନିର୍ମିତ ଏହି ଆକ୍ସନ୍ ଥ୍ରୀଲର ମୁକ୍ତିଲାଭ ପୂର୍ବରୁ ବେଶ ଚର୍ଚ୍ଚାକୁ ଆସିଛି।

ଲେସଲି ଏହି ଚଳଚିତ୍ରରେ ରୀତା ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ଲେସଲି ଯେପରି ଭାବପ୍ରବଣ ଗଭୀରତା ଏବଂ ଶକ୍ତିଶାଳୀ ଅଭିନୟ କରିଛନ୍ତି ସେଥିରେ ସେ ଅନେକ ପୁରସ୍କାର ଅର୍ଜନ କରିବ ବୋଲି ଆଶା କରାଯାଇଛି। ଏଥିରେ ଜାର୍କି ସରାଫ, ଗାଭିନ ପାକର୍ଡ, ସୁଦେଶ ବେରି, ଶକ୍ତିକାପୁର, ପ୍ରତୋଷ ତ୍ରିପାଠୀ ଏବଂ ପ୍ରୀତି ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି।

ସବୁବେଳେ ଭିନ୍ନ ଧରଣର କାମ ପାଇଁ ପରିଚିତ ଜେମ୍ସ ବାର୍ଲାଙ୍କ ଏହି ଚଳଚିତ୍ରରେ ରୋମାଞ୍ଚକର ଦୃଶ୍ୟ ଭରି ରହିଛି। ଏଥିରେ ଲେସଲି ଆକ୍ସନ୍ ରୋଲ୍ କୁ ବେଶ ଭଲ ଭାବରେ ପ୍ରଦର୍ଶନ କରିପାରିଛନ୍ତି। ଏଥିସହିତ ତାଙ୍କର ଚିତ୍ତାକର୍ଷକ ସଂଗୀତ ଦୃଶ୍ୟ ଆଉ ଏକ ଆକର୍ଷଣୀୟ ଦିଗ ହୋଇ ରହିଛି।

ଏହି ଚଳଚ୍ଚିତ୍ରର ଆକର୍ଷଣରେ ଗୀତ ହେଉଛି ଜୀନା ୟାହାଁ, ଯେଉଁଥିରେ ଲେସଲି ଏବଂ ଆଇକନିକ୍ ସୁଦେଶ ବେରୀ ଅଛନ୍ତି। ବଲିଉଡର ମେଲୋଡି ରାଣୀ ଅଲକା ୟାଗନିକ ଗାଇଥିବା ଏହି ରୋମାଣ୍ଟିକ ଟ୍ରାକ ଅଡିଓ ରିଲିଜ ପରେ ତତକ୍ଷଣାତ୍ ହିଟ୍ ହୋଇପାରିଛି। ଅଲକା ୟାଗନିକଙ୍କ ଯାଦୁକର ସ୍ୱର ସଙ୍ଗୀତପ୍ରେମୀଙ୍କ ଉପରେ ବଡ ପ୍ରଭାବ ପକାଇଛି।

https://x.com/search?q=Rocky%20the%20Slave&src=typed_query

ପୂର୍ବରୁ ଲେସଲି ତ୍ରିପାଠୀଙ୍କ ବିଭିନ୍ନ ଭାଷା ଚଳଚିତ୍ରରେ ପୁରସ୍କାର ହାସଲ କରି ଆସିଛନ୍ତି। ତାଙ୍କ ଅଭିନିତ ହିନ୍ଦୀ ଚଳଚ୍ଚିତ୍ର W- Being Woman, ଛତିଶଗଡ ଚଳଚ୍ଚିତ୍ର ‘ରଙ୍ଗରସିଆ’ ଏବଂ ‘ରଙ୍ଗବତୀ’, ଯାହା ମାନସିକ ରୋଗୀଙ୍କ ଜୀବନ ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ କମେଡି କ୍ଷୁଦ୍ର ଚଳଚ୍ଚିତ୍ର ‘ଭଡା’ ରେ ସେ ପୁରସ୍କୃତ ହୋଇଛନ୍ତି।

ସେ ଓଡିଆ, ତେଲୁଗୁ, ଭୋଜପୁରୀ, ବଙ୍ଗାଳୀ, ହରିୟାଣୀ, ଏବଂ ମରାଠୀ ଚଳଚ୍ଚିତ୍ରରେ କାର୍ଯ୍ୟ କରି ବେଶ ପ୍ରଶଂସା ହାସଲ କରିଛନ୍ତି। ଏହା ସହିତ, ଲେସଲି ଉଭୟ ଅଭିନୟ ସହିତ କୁଇନ୍ ଅଫ୍ କୁଇନ୍ସ ଏବଂ ଆଇକନିକ୍ ବିୟୁଟିର ଟାଇଟଲ୍ ହାସଲ କରିଛନ୍ତି। ଭୁବନେଶ୍ବର ବାସିନ୍ଦା ଲେସଲି ବର୍ତ୍ତମାନ ବହୁ ବର୍ଷ ଧରି ମୁମ୍ବାଇରେ ଅବସ୍ଥାନ କରୁଛନ୍ତି। ତାଙ୍କ ଅଭିନିତ ଓଡିଆ ଆଲବମ ବେଶ ଚହଳ ପକାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

Ethiopia Volcano Impact: ଜ୍ୱାଳାମୁଖୀ ବିସ୍ଫୋରଣ ପରେ ପ୍ରଭାବିତ ହେଲା ବିମାନ ସେବା

November 25, 2025

ଓଡିଶା ଆସିବେ ରାଷ୍ଟ୍ରପତି, ବିଧାନସଭାରେ ରଖିବେ ଅଭିଭାଷଣ, ସୁରକ୍ଷା ବ୍ୟବସ୍ଥା କଡାକଡି

November 25, 2025

Clean Energy Transition: ଓଡ଼ିଶା ଓ ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ମଧ୍ୟରେ ବୁମଣାପତ୍ର ସ୍ୱାକ୍ଷରିତ

November 25, 2025

Utkalika Handloom: ଭୁବନେଶ୍ଵର ବିମାନ ବନ୍ଦର ଖୋଲିଲା ନୂତନ ବିକ୍ରୟ କେନ୍ଦ୍ର “ଉତ୍କଳିକା ଆତିଥ୍ୟ” 

November 25, 2025
Latest News

Ethiopia Volcano Impact: ଜ୍ୱାଳାମୁଖୀ ବିସ୍ଫୋରଣ ପରେ ପ୍ରଭାବିତ ହେଲା ବିମାନ ସେବା

November 25, 2025

ଓଡିଶା ଆସିବେ ରାଷ୍ଟ୍ରପତି, ବିଧାନସଭାରେ ରଖିବେ ଅଭିଭାଷଣ, ସୁରକ୍ଷା ବ୍ୟବସ୍ଥା କଡାକଡି

November 25, 2025

Clean Energy Transition: ଓଡ଼ିଶା ଓ ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ମଧ୍ୟରେ ବୁମଣାପତ୍ର ସ୍ୱାକ୍ଷରିତ

November 25, 2025

Utkalika Handloom: ଭୁବନେଶ୍ଵର ବିମାନ ବନ୍ଦର ଖୋଲିଲା ନୂତନ ବିକ୍ରୟ କେନ୍ଦ୍ର “ଉତ୍କଳିକା ଆତିଥ୍ୟ” 

November 25, 2025

IFFI 2025: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଯୋଗ ଦେଲେ ନିର୍ଦ୍ଦେଶକ ରାଜୁ ହିରାନୀ, କହିଲେ..

November 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.