Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମଣିପୁର କେବେ ଯିବେ ପ୍ରଧାନମନ୍ତ୍ରୀ?: ମୋଦିଙ୍କ ୟୁକ୍ରେନ ଗସ୍ତ ପୂର୍ବରୁ କଂଗ୍ରେସର ପ୍ରଶ୍ନ
ଜାତୀୟ ଖବର

ମଣିପୁର କେବେ ଯିବେ ପ୍ରଧାନମନ୍ତ୍ରୀ?: ମୋଦିଙ୍କ ୟୁକ୍ରେନ ଗସ୍ତ ପୂର୍ବରୁ କଂଗ୍ରେସର ପ୍ରଶ୍ନ

July 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜୟରାମ ରମେଶ
ମହଙ୍ଗା ପଡିଲା "ନମସ୍ତେ ଟ୍ରମ୍ପ": ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁକ୍ରେନ ଗସ୍ତ ଉପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଆକ୍ରମଣ କରିଛନ୍ତି। ୟୁରୋପୀୟ ରାଷ୍ଟ୍ର ଗସ୍ତ ପୂର୍ବରୁ କିମ୍ବା ପରେ ଜାତିଗତ ସଂଘର୍ଷ ପ୍ରଭାବିତ ମଣିପୁର ରାଜ୍ୟ ପରିଦର୍ଶନ କରିବେ କି ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଜି ଜୟରାମ ରମେଶ ପଚାରିଛନ୍ତି।

ଜୟରାମ ରମେଶ ଏହା ଉପରେ ଲେଖିଛନ୍ତି ଯେ, ନୂଆଦିଲ୍ଲୀର ନୀତି ଆୟୋଗ ବୈଠକରେ ମଣିପୁରର ମୁଖ୍ୟମନ୍ତ୍ରୀ ଯୋଗଦିଅନ୍ତି। ମଣିପୁରର ଲୋକମାନେ ପଚାରୁଥିବା ସରଳ ପ୍ରଶ୍ନ ହେଉଛି ଏନ ବିରେନ ସିଂ ନରେନ୍ଦ୍ର ମୋଦୀଙ୍କୁ ପୃଥକ ଭାବରେ ଭେଟିଥିଲେ ଏବଂ ୩ ମଇ ୨୦୨୩ ରାତିରୁ ଜଳୁଥିବା ମଣିପୁରର ପରିସ୍ଥିତି ଉପରେ ଆଲୋଚନା କରିଥିଲେ କି?”

ପ୍ରଧାନମନ୍ତ୍ରୀ ମଣିପୁରକୁ ନ ଯିବା ନେଇ କଂଗ୍ରେସ କ୍ରମାଗତ ଭାବେ ପ୍ରଶ୍ନ ଉଠାଉଛି:

ଜୟରାମ ରମେଶ ଆହୁରି ପ୍ରଶ୍ନ କରିଛନ୍ତି ଯେ, ଏନ ବିରେନ ସିଂ ନରେନ୍ଦ୍ର ମୋଦୀଙ୍କୁ ୟୁକ୍ରେନ ଗସ୍ତ ପୂର୍ବରୁ କିମ୍ବା ପରେ ମଣିପୁର ଗସ୍ତ କରିବାକୁ ନିମନ୍ତ୍ରଣ କରିଛନ୍ତି କି? ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ରାଜ୍ୟ ପରିଦର୍ଶନ କରିନଥିବାରୁ କଂଗ୍ରେସ ଏହି ପ୍ରସଙ୍ଗରେ କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରୁଛି।

ଅଗଷ୍ଟ ୨୪ ରେ ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ ପ୍ରସ୍ତାବ:

ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଗଷ୍ଟ ୨୪ ତାରିଖରେ ୟୁକ୍ରେନ ଗସ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି। କୁହାଯାଉଛି ଯେ, ଏହି ଯାତ୍ରା ସମୟରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବେ ଏବଂ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ। ଫେବୃଆରୀ ୨୦୨୨ ରେ ରୁଷର ୟୁକ୍ରେନ ଉପରେ ଆକ୍ରମଣ ପରେ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ଗସ୍ତ। ଜୁନ୍ ମାସରେ କ୍ରମାଗତ ତୃତୀୟ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିବା ବିଶ୍ୱ ନେତାଙ୍କ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଥିଲେ। ପ୍ରଧାନମନ୍ତ୍ରୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ଋଷ ଥିଲା, ଯାହାକୁ ଜେଲେନସ୍କି ‘ଶାନ୍ତି ପ୍ରୟାସ ପାଇଁ ଭୟଙ୍କର ଝଟକା’ ବୋଲି ବର୍ଣ୍ଣନା କରିଥିଲେ। ୟୁକ୍ରେନ ଯୁଦ୍ଧ ସତ୍ତ୍ୱେ ଋଷରୁ ତୈଳ କ୍ରୟ ଜାରି ରଖିଥିବାରୁ ପାଶ୍ଚାତ୍ୟ ଦେଶଗୁଡିକ ଭାରତକୁ ସମାଲୋଚନା କରିଥିଲେ।

Congress Jairam Ramesh narendra modi Ukraine
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଚୁକ୍ତିଭିତ୍ତିକ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ କଲେ ନିୟମିତ

March 20, 2026

ମମତା ବାନାର୍ଜୀ ଜାରି କଲେ ଇସ୍ତାହାର: ମହିଳାମାନଙ୍କୁ ମାସିକ ୧୫୦୦, ବେକାରଙ୍କ ପାଇଁ ପକେଟ ଖର୍ଚ୍ଚ

March 20, 2026

ପେଟ୍ରୋଲ ପରେ ମହଙ୍ଗା ହେଲା ଶିଳ୍ପ ଡିଜେଲ: ପ୍ରତି ଲିଟର ପ୍ରାୟ ୨୨ ଟଙ୍କାକୁ ବୃଦ୍ଧି

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.