Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଡ଼ି ଓ ଖଣି ଶ୍ରମିକଙ୍କ ପିଲାଙ୍କୁ ମିଳିବ ଛାତ୍ରବୃତ୍ତି, ଜାଣନ୍ତୁ କେମିତି କରିବେ ଆବେଦନ
ଜାତୀୟ ଖବର

ବିଡ଼ି ଓ ଖଣି ଶ୍ରମିକଙ୍କ ପିଲାଙ୍କୁ ମିଳିବ ଛାତ୍ରବୃତ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

August 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚାରୋଟି ନୂତନ ଶ୍ରମ ସଂହିତା କାର୍ଯ୍ୟକାରୀକୁ ସ୍ୱାଗତ କଲା ଭାରତୀୟ ମଜଦୁର ସଂଘ
ଚାରୋଟି ନୂତନ ଶ୍ରମ ସଂହିତା କାର୍ଯ୍ୟକାରୀକୁ ସ୍ୱାଗତ କଲା ଭାରତୀୟ ମଜଦୁର ସଂଘ

ଭୁବନେଶ୍ୱର: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡ଼ି, ସିନେ ଓ ଖଣି (କୋଇଲାକୁ ଛାଡ଼ି) ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଆଗ୍ରହୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ଯୋଜନା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏବଂ ଏକାଦଶରୁ ଊର୍ଦ୍ଧ୍ୱ ଶ୍ରେଣୀର ଛାତ୍ରଛାତ୍ରୀ ୩୧ ଅକ୍ଟୋବର ସୁଦ୍ଧା ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ୍‌             https://scholarships.gov.in  ରେ ଆବେଦନ କରିପାରିବେ।

ଛାତ୍ରବୃତ୍ତି ବାବଦରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପିଲା ବାର୍ଷିକ ୧୦୦୦ ଟଙ୍କା, ପଞ୍ଚମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ୧,୫୦୦ ଟଙ୍କା, ନବମ ଓ ଦଶମ ଶ୍ରେଣୀ ପିଲା ୨ହଜାର ଟଙ୍କା ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପିଲା ୩,୦୦୦ ଟଙ୍କାର ଛାତ୍ରବୃତ୍ତି ପାଇବେ।

ସେହିପରି ଆଇଟିଆଇ, ପଲିଟେକ୍ନିକ୍‌, ବିଏସସି ଏଗ୍ରିକଲଚର୍‌ ସମେତ ସ୍ନାତକ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ୬,୦୦୦ ଟଙ୍କା ଲେଖାଏଁ ବାର୍ଷିକ ଛାତ୍ରବୃତ୍ତି ମିଳିବ। ପେସାଦାର ପାଠ୍ୟକ୍ରମ ପାଇଁ ୨୫,୦୦୦ ଟଙ୍କାର ଛାତ୍ରବୃତ୍ତି ନିର୍ଦ୍ଧାରଣ କରାଯାଇଛି। ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଉପରୋକ୍ତ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ।

ମାସିକ ଦଶ ହଜାର ଟଙ୍କାରୁ କମ୍‌ ଆୟ କରୁଥିବା ବିଡ଼ି ଶ୍ରମିକ, ଲୁହାପଥର, ମାଙ୍ଗାନିଜ୍‌, କ୍ରୋମ୍‌ ଖଣି, ଚୂନପଥର, ଡେଲୋମାଇଟ୍‌ ଖଣିର ଶ୍ରମିକ ଏବଂ ୮ହଜାର ଟଙ୍କାରୁ କମ୍‌ ରୋଜଗାର କରୁଥିବା ସିନେ ଶ୍ରମିକଙ୍କ ପିଲାମାନେ ଏହି ଛାତ୍ରବୃତ୍ତି ପାଇଁ ଯୋଗ୍ୟ ଅଟନ୍ତି।

ଆଗ୍ରହୀ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସେମାନଙ୍କର ସ୍ୱତନ୍ତ୍ର ମୋବାଇଲ୍‌ ନମ୍ବର, ଫଟୋ, ଶ୍ରମିକଙ୍କ ପରିଚୟପତ୍ର, ବ୍ୟାଙ୍କ ପାସ୍‌ ବୁକ୍‌ ବିବରଣୀ, ପୂର୍ବ ଶିକ୍ଷାବର୍ଷର ମାର୍କଶିଟ୍‌ କିମ୍ବା ସାର୍ଟିଫିକେଟ୍‌, କ୍ଷମତାପ୍ରାପ୍ତ ରାଜସ୍ୱ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ଆୟ ପ୍ରମାଣପତ୍ର ସହିତ ବୃତ୍ତି ଯୋଜନା ପାଇଁ ଆବେଦନ କରିପାରିବେ।

ହିତାଧିକାରୀ ଛାତ୍ରଛାତ୍ରୀଙ୍କର ସ୍ୱତନ୍ତ୍ର ବ୍ୟାଙ୍କ ଏକାଉଣ୍ଟ ଥିବା ଆବଶ୍ୟକ। ଡିବିଟି ଜରିଆରେ ବ୍ୟାଙ୍କ ଏକାଉଣ୍ଟକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରାଯିବ। ଏ ସମ୍ପର୍କରେ ଅଧିକ ବିବରଣୀ ପାଇଁ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଶ୍ରମିକ କମିଶନରଙ୍କ କାର୍ଯ୍ୟାଳୟ ଏବଂ ବଡ଼ବିଲସ୍ଥିତ ଉପକଲ୍ୟାଣ କମିଶନରଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇପାରିବ ।

ବିଡି ଶ୍ରମିକ
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପୋଲିସ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବୟାନ

April 7, 2026

ୟୁପିରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଏଟିଏସ୍

April 7, 2026

ନୂଆ ଦଳ ଗଠନ କଲେ ନବଜୋତ କୌର ସିଦ୍ଧୁ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ନେଲେ ବଡ଼ ନିଷ୍ପତ୍ତି

April 7, 2026

ପଶ୍ଚିମବଙ୍ଗ ଭୋଟର ତାଲିକାରୁ ହଟିଲା ୯୧ ଲକ୍ଷ ନାମ: ଜିଲ୍ଲାୱାରୀ ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ 

April 7, 2026
Latest News

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପୋଲିସ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବୟାନ

April 7, 2026

ୟୁପିରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଏଟିଏସ୍

April 7, 2026

ନୂଆ ଦଳ ଗଠନ କଲେ ନବଜୋତ କୌର ସିଦ୍ଧୁ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ନେଲେ ବଡ଼ ନିଷ୍ପତ୍ତି

April 7, 2026

ପଶ୍ଚିମବଙ୍ଗ ଭୋଟର ତାଲିକାରୁ ହଟିଲା ୯୧ ଲକ୍ଷ ନାମ: ଜିଲ୍ଲାୱାରୀ ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ 

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.