Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜୀବନରେ ପ୍ରକୃତ ସଫଳତା କଣ? ଏହାର କଣ ଶେଷ ଅଛି ?
ଜାତୀୟ ଖବର

ଜୀବନରେ ପ୍ରକୃତ ସଫଳତା କଣ? ଏହାର କଣ ଶେଷ ଅଛି ?

August 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
success-

ଜୀବନର ସଫଳତାର ରାସ୍ତା : ଯେବେ ମୁଁ ଜନ୍ମ ହେଲି ବାପା-ମା ଭାବିଲେ ଏଇଟା ତାଙ୍କର ସଫଳତା। ତାପରେ ଯେତେବେଳେ ଚାଲି ଶିଖିଲି ଆଉ କଥା କହି ପାରିଲି ସେତେବେଳେ ଲାଗିଲା ଏଇଟା ହିଁ ସଫଳତା। ତା ପରେ ସ୍କୁଲ ଗଲି ଆଉ ସେଠାରେ ଜାଣିଲି ଯେ କ୍ଲାସ ରେ ପ୍ରଥମ ହେବା ମାନେ ସବୁଠୁ ବେଶି ମାର୍କ ରଖିବା ମାନେ ହିଁ ସଫଳତା।

ତା ପରେ ବୁଝିଲି ଯେ ଅସଲ ସଫଳତା ତ ମାଧ୍ୟମିକ ରେ ଭଲ ନମ୍ବର ର ରଖିଲେ ମିଳେ।
ତା ପରେ ପୁଣି ଭୁଲ ଭାଙ୍ଗିଲା, ଜାଣିବାକୁ ପାଇଲି ଯେ ଉଚ୍ଚ ମାଧ୍ୟମିକ ରେ ଭଲ ରେଜଲ୍ଟ କୁ ସଫଳତା କୁହାଯାଏ।

ଏଇଠି ଶେଷ ନାହିଁ ଏହା ପରେ ବୁଝିଲି ଯେ ଭଲ ବିଷୟ ନେଇ ଭଲ କଲେଜରେ ଚାନ୍ସ ପାଇବା ହିଁ ସଫଳତା, କାହିଁକି ନା ସେଠି ପଢିଲେ ଭଲ ଚାକିରୀ ମିଳିବ। ତା ପରେ ପୁଣି ଜାଣିବାକୁ ପାଇଲି ଯେ କଲେଜ ଶେଷରେ ଭଲ ଚାକିରୀ ଆଉ ବହୁତ ଟଙ୍କା ରୋଜଗାରକୁ ସଫଳତା କୁହାଯାଏ।

ତା ପରେ ଜାଣିଲି ସେଇଟା ମଧ୍ୟ ସଫଳତା ନୁହେଁ, ନିଜ ଟଙ୍କା ରେ ଗୋଟେ ଭଲ ଫ୍ଲାଟ କିଣିବା ଟା ହିଁ ସଫଳତା। ପରେ ପୁଣି ଭୁଲ ଭାଙ୍ଗିଲା। ଜାଣିବାକୁ ପାଇଲି ଯେ ବାହା ହେଇ ଘର ସଂସାର କରିବା ଟା ହିଁ ସଫଳତା।

ବହୁତ ବର୍ଷ ବିତିଗଲା ,ବାହାଘର ପରେ ପିଲାପିଲି ହେଲେ, ପିଲା କୁ ଭଲ ଭାବରେ ଲାଳନ ପାଳନ କରିବା ଟା ହିଁ ସଫଳତା, ପୁଣି ପିଲା ବଡ଼ ହେଲେ ତାକୁ ପ୍ରତିଷ୍ଠିତ କରେଇବା ଟା ହିଁ ସଫଳତା ଆଉ ଝିଅ କୁ ଭଲ ଘର ଦେଖି ଆଉ ଭଲ ଚାକିରିଆ ବର ସହ ବାହା କରେଇ ଦେବା ଟା ହେଉଛି ସଫଳତା।

ଏହା ପରେ ଆସିଲା ମୋ ରିଟାୟାରମେଣ୍ଟ ଟାଇମ,ଜାଣିଲି ସାରା ଜୀବନ ଜମେଇଥିବା ଟଙ୍କା ର ଠିକ ବିନିଯୋଗ କରିବା ତା ହିଁ ସଫଳତା। ଏହା ପରେ ଯେତେବେଳେ ସମସ୍ତେ ମିଶି ମତେ ଚିତାରେ ଉଠାଇ ଦେଲେ,ମରିବାର କିଛି ସମୟ ଆଗରୁ ବୁଝି ପାରିଲି ଯେ ପୃଥିବୀ ରେ ସଫଳତା ବୋଲି କୌଣସି ସ୍ଥାୟୀ ଜିନିଷ ନାହିଁ। କେବଳ ଅନ୍ୟମାନଙ୍କ ଠାରୁ ଆଗେଇ ଯିବା ପାଇଁ ଗୋଟେ ପ୍ରତିଯୋଗତା, ଯାହା ମୂଳରେ ଅଛି ଆକାଶ ଛୁଇଁବାର ଆକାଂକ୍ଷା, ଯାହା କେବେ ପୂରଣ ହେବାର ନାହିଁ।

ଯେତେବେଳେ ବୁଝି ପାରିଲି, ଜୀବନ ର ପ୍ରତି ମୁହୂର୍ତ୍ତ ଆନନ୍ଦ ସହ ସୁସ୍ଥ ରହିବା,ଅନ୍ୟ ଦୁଃଖ ରେ ଦୁଃଖୀ ହେବା ଅନ୍ୟ ପାଇଁ ଖୁସି ହେବା ଟା ହିଁ ଅସଲ ସଫଳତା। କିନ୍ତୁ ଏଇଟା ବୁଝିବା ପାଇଁ ଅନେକ ଡେରି ହେଇଯାଇଥିଲା। ଜୀବନ କୁ ବୁଝନ୍ତୁ….ନିଜକୁ ଭଲ ପାଅନ୍ତୁ, ଅନ୍ୟକୁ ସମ୍ମାନ ଦିଅନ୍ତୁ,ଆଉ ସମସ୍ତଙ୍କୁ ଭଲ ପାଅନ୍ତୁ। ଏଇଟା ହିଁ ଅସଲି ସଫଳତା ବୋଲି ଜାଣିଲି। ହେଲେ ସେତେବେଳକୁ ଡେରି ହୋଇଯାଇଥିଲା।

ଜାବନର ସଫଳତା ସଫଳତା
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ୟୁଏଇ: ପାକିସ୍ତାନ କାହିଁକି ଚିନ୍ତିତ?

June 24, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026
Latest News

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ୟୁଏଇ: ପାକିସ୍ତାନ କାହିଁକି ଚିନ୍ତିତ?

June 24, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026

ରିପବ୍ଲିକାନ୍ ଶିବିରରେ ଫାଟ? ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.