Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସ୍ବାଧୀନତା ସଂଗ୍ରାମୀ ପରିବାରକୁ ମିଳିବ ଭତ୍ତା, କ୍ରାନ୍ତି ଦିବସରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଜାତୀୟ ଖବର

ସ୍ବାଧୀନତା ସଂଗ୍ରାମୀ ପରିବାରକୁ ମିଳିବ ଭତ୍ତା, କ୍ରାନ୍ତି ଦିବସରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 9, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସ୍ତରୀୟ କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ କହିଲେ ସ୍ବାଧୀନତା ସଂଗ୍ରାମୀଙ୍କୁ ଦିଆଯିବ ପରିଚୟ ପତ୍ର

ଭୁବନେଶ୍ବର: ବର୍ତ୍ତମାନ ସମୟର ସବୁ ସଫଳତା ଓ ସବୁ ଆନନ୍ଦ ପଛରେ ରହିଛି ଆମର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଚରମ ତ୍ୟାଗ ଓ ବଳିଦାନ। ତେଣୁ ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରକୁ ଚିହ୍ନଟ କରି ସେମାନଙ୍କୁ ପରିଚୟ ଦେବା ସହିତ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ । ଆଜି ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ କ୍ରାନ୍ତି ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର କୁଟୁମ୍ବ ଯୋଜନାରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରକୁ ପେନ୍‌ସନ୍‌ ପ୍ରଦାନ କରିବା ପାଇଁ ମଧ୍ୟ ବିଚାର କରୁଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଥମେ ଶହୀଦ ସ୍ତମ୍ବରେ ପୁଷ୍ପ ପ୍ରଦାନ କରି ଶହୀଦ ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଉପସ୍ଥିତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରର ସଦସ୍ୟମାନଙ୍କୁ ସମ୍ମାନିତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଭାରତର ସଂଗ୍ରାମ ଇତିହାସର ଏକ ପବିତ୍ର ଦିନ। ଅଗଷ୍ଟ କ୍ରାନ୍ତି ଦେଶର ଇତିହାସର ଦିଗ ପରିବର୍ତ୍ତନ କରିଥିଲା ଏବଂ ସ୍ୱାଧୀନତା ପାଇଁ ପଥ ଉନ୍ମୁକ୍ତ କରିଥିଲା। ଆଜିର ଦିନଟି ହେଉଛି ଦେଶ ପାଇଁ ଅସୀମ ତ୍ୟାଗ କରିଥିବା ସଂଗ୍ରାମୀମାନଙ୍କ ସଂଘର୍ଷ ଓ ବଳିଦାନକୁ ସ୍ମରଣ କରି ସେମାନଙ୍କ ଜୀବନରୁ ପ୍ରେରଣା ନେବାର ଦିନ।

ମହତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାହା ସାରା ଭାରତର କୋଣ ଅନୁକୋଣରେ ପରିବ୍ୟାପ୍ତ ହୋଇଥିଲା। ଭାରତଛାଡ ଆନ୍ଦୋଳନ ଥିଲା ବାସ୍ତବରେ ଏକ ସର୍ବଭାରତୀୟ ଆନ୍ଦୋଳନ। ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ, ଧନୀ ଗରିବ ସମସ୍ତେ ଏ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ।

ସେ କହିଥିଲେ ଯେ ଓଡିଶାରେ ମଧ୍ୟ ଏ ଆନ୍ଦୋଳନର ପ୍ରଭାବ ସର୍ବବ୍ୟାପୀ ଥିଲା। କଟକ ଠାରୁ ଆରମ୍ଭକରି କୋରାପୁଟ ପର୍ଯ୍ୟନ୍ତ, ବାଲେଶ୍ୱରଠାରୁ ଆରମ୍ଭ କରି ବରଗଡ ପର୍ଯ୍ୟନ୍ତ, ଏ ଆନ୍ଦୋଳନ ଓଡିଶାର ପୁରପଲ୍ଲୀରେ ସଂଗ୍ରାମର ଶିଖା ପ୍ରଜ୍ଜ୍ୱଳିତ ହୋଇଥିଲା। ନବକୃଷ୍ଣ ଚୌଧରୀ, ହରେକୃଷ୍ଣ ମହତାବ, ବିଶ୍ୱନାଥ ଦାସ, ଆଚାର୍ଯ୍ୟ ହରିହର ଓ ଆହୁରି ଅନେକ ନେତୃବୃନ୍ଦ ଗିରଫ ହୋଇଥିଲେ। କୋରାପୁଟରେ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ଜୋରଦାର ଆନ୍ଦୋଳନ ହୋଇଥିଲା। ଶେଷରେ ଲକ୍ଷ୍ମଣ ନାୟକଙ୍କୁ ଚରମ ବଳିଦାନ ଦେବାକୁ ପଡିଥିଲା ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏ ସଂଗ୍ରାମ, ଏ ତ୍ୟାଗ ବାସ୍ତବରେ ଆଜିର ସମାଜ ପକ୍ଷରେ ଚିନ୍ତା କରିବା ମଧ୍ୟ କଷ୍ଟସାଧ୍ୟ। ସେଇ ମହାପୁରୁଷମାନଙ୍କ ତ୍ୟାଗର ଫଳ ହେଉଛି ଆଜିର ଉଦିତ ଭାରତ। ଆଜି ଆମର ବ୍ୟକ୍ତିଗତ ବା ସାମୁହିକ- ଯେ କୌଣସି କ୍ଷେତ୍ରରେ ଆମେ ଯଦି କିଛି ସଫଳତା ହାସଲ କରୁଛୁ, ଆମେ ଯଦି ଖୁସି ବା ଆନନ୍ଦିତ ହେଉଛୁ, ତେବେ ମନେ ରଖିବା ଦରକାର ଯେ ଆମର ଏ ସଫଳତା, ଖୁସି, ଆନନ୍ଦ ପଛରେ ରହିଛି ଆମର ସଂଗ୍ରାମୀମାନଙ୍କର ମହାନ ତ୍ୟାଗ।

ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଶହୀଦ ମାଧୋ ସିଂହ ଙ୍କ ସଂଗ୍ରାମର କାହାଣୀ ବର୍ଣ୍ଣନା କରିଥିଲେ।

ଆଜି ମଧ୍ୟ ଓଡିଶାରେ ଏକ କ୍ରାନ୍ତି ଆରମ୍ଭ ହେବାକୁ ଯାଉଛି। ଓଡିଆ ଅସ୍ମିତା ଆଜି ଆମର ଜନମାନସକୁ ଆଚ୍ଛାଦିତ କରିଛି। ଅସ୍ମିତାକୁ ସାଥିରେ ଧରି ବିକାଶର ମାର୍ଗରେ ଅଗ୍ରସର ହେବା ପାଇଁ ଓଡିଆ ଜାତି ଏକ ନୂଆ ଯାତ୍ରା ଆରମ୍ଭ କରିଛି।

ସେ କହିଥିଲେ ଯେ ୨୦୩୬ରେ ସ୍ୱତନ୍ତ୍ର ଓଡିଶାର ଶତ ବାର୍ଷିକୀ ପାଳିତ ହେବ । ୨୦୪୭ରେ ସ୍ୱାଧୀନତାର ଶତ ବାର୍ଷିକୀ ମଧ୍ୟ ପାଳିତ ହେବ। ‘ବିକଶିତ ଭାରତ’ ଏବଂ ‘ବିକଶିତ ଓଡିଶା’ ଆମର ଲକ୍ଷ୍ୟ। ଏଥିପାଇଁ ଆମେ ରୋଡମ୍ୟାପ ମଧ୍ୟ ପ୍ରସ୍ତୁତ କରୁଛୁ। ବିକଶିତ ଓଡିଶା ପାଇଁ ଆମର ଯାତ୍ରା ଓଡିଶା ଇତିହାସରେ ଆଣିବ ‘ବିକାଶର ଏକ ନୂଆ କ୍ରାନ୍ତି’। ସେ କ୍ରାନ୍ତିରେ ପ୍ରତ୍ୟେକ ଓଡିଆ ହେବେ ଜଣେ ଜଣେ ସଂଗ୍ରାମୀ । ଶିକ୍ଷା, ସ୍ୱାସ୍ଥ୍ୟ, ଜ୍ଞାନ ବିଜ୍ଞାନ- ସବୁ କ୍ଷେତ୍ରରେ ଓଡିଆ ହେବେ ଅଗ୍ରଣୀ ବୋଲି ସେ କହିଥିଲେ।

ଶେଷରେ ସମସ୍ତେ ଏ ନୂଆ ସଂଗ୍ରାମରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ବିକାଶର ଏ ନୂଆ କ୍ରାନ୍ତିରେ ଆମେ ପ୍ରତ୍ୟେକ ନିଜର ବ୍ୟକ୍ତିଗତ ସ୍ତରରେ ଯଥା ସମ୍ଭବ ଅବଦାନ ରଖିବା। ଆମର ଏ କ୍ରାନ୍ତି ନିଶ୍ଚୟ ସଫଳ ହେବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ ଯେତେବେଳେ ସମଗ୍ର ଦେଶ ଏକାଠି ହୋଇ ବ୍ରିଟିଶ ସରକାର ବିରୁଦ୍ଧରେ ଲଢିଲେ ସେତେବେଳେ ସ୍ୱାଧୀନତାର ରାସ୍ତା ଫିଟିଥିଲା। ଯେତେବେଳେ ଅନ୍ୟାୟ ଅତ୍ୟାଚାର ବଢିଛି ସେତେବେଳେ କ୍ରାନ୍ତି ଆରମ୍ଭ ହୋଇଛି। ସେ ପ୍ରକ୍ରିୟା ଆଜି ବି ଜାରି ରହିଛି ବୋଲି ସେ କହିଥିଲେ।

କ୍ରୀଡା ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ଶହୀଦ ସ୍ତମ୍ଭ ଆଜି ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଦେଉଛି, ପ୍ରୋତ୍ସାହନ ଦେଉଛି। ଆଜିର ଏଭଳି କାର୍ଯ୍ୟକ୍ରମ ସାମୁହିକ ସ୍ତରରେ ହେବା ଆବଶ୍ୟକ ବୋଲି ସେ କହିଥିଲେ । ଅନେକ ପ୍ରଚ୍ଛଦପଟର ସଂଗ୍ରାମୀମାନଙ୍କୁ ଚିହ୍ନଟ କରିବାର ଦାୟିତ୍ୱ ସଂସ୍କୃତି ବିଭାଗ ଗ୍ରହଣ କରିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟ ମଧ୍ୟ ଯୋଗ ଦେଇ ଶହୀଦମାନଙ୍କ ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଶ୍ରୀ ବିରୁପାକ୍ଷ ତ୍ରିପାଠୀ ଓ ଶ୍ରୀ ଉପେନ୍ଦ୍ର ପାଢୀ ସଞ୍ଚାଳନ କରିଥିଲେ।

ଅଗଷ୍ଟ କ୍ରାନ୍ତି ଦିବସ କ୍ରାନ୍ତି ଦିବସ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସିପି ରାଧାକୃଷ୍ଣନ, ପ୍ରସ୍ତାବକ ହେଲେ ପ୍ରଧାନମନ୍ତ୍ରୀ ମୋଦି

August 20, 2025

ବ୍ରଡବ୍ୟାଣ୍ଡ ସଂଯୋଗରେ ମିଳୁଛି 6,000 ଟଙ୍କାର ରିହାତି, ଅନେକ OTT ମାଗଣାରେ ଉପଲବ୍ଧ

August 20, 2025

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025
Latest News

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସିପି ରାଧାକୃଷ୍ଣନ, ପ୍ରସ୍ତାବକ ହେଲେ ପ୍ରଧାନମନ୍ତ୍ରୀ ମୋଦି

August 20, 2025

ବ୍ରଡବ୍ୟାଣ୍ଡ ସଂଯୋଗରେ ମିଳୁଛି 6,000 ଟଙ୍କାର ରିହାତି, ଅନେକ OTT ମାଗଣାରେ ଉପଲବ୍ଧ

August 20, 2025

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025

ଗତ ୧୦ ଦିନ ଧରି ସୁନା ଦରରେ ନିରନ୍ତର ହ୍ରାସ, ଜାଣନ୍ତୁ ଭବିଷ୍ୟତର ଧାରା

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.