Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପିଏମ୍‌-ପୋଷଣ ଚାଉଳ ପାଇଁ ଜାରୀ ହେଲା ସ୍ୱତନ୍ତ୍ର ମାର୍ଗଦର୍ଶିକା, ଜାଣନ୍ତୁ ଏଥିରେ ରହିଛି କଣ
ଜାତୀୟ ଖବର

ପିଏମ୍‌-ପୋଷଣ ଚାଉଳ ପାଇଁ ଜାରୀ ହେଲା ସ୍ୱତନ୍ତ୍ର ମାର୍ଗଦର୍ଶିକା, ଜାଣନ୍ତୁ ଏଥିରେ ରହିଛି କଣ

August 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପିଏମ୍‌-ପୋଷଣ ଚାଉଳ ପାଇଁ ଜାରୀ ହେଲା ସ୍ୱତନ୍ତ୍ର ମାର୍ଗଦର୍ଶିକା, ଜାଣନ୍ତୁ ଏଥିରେ ରହିଛି କଣ

ଭୁବନେଶ୍ୱର: ପିଏମ୍‌-ପୋଷଣ ଯୋଜନା ଅନ୍ତର୍ଗତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଓ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ପିଏମ୍‌-ପୋଷଣ ଚାଉଳ ଯୋଗାଣରେ ହେଉଥିବା ଅବ୍ୟବସ୍ଥାର ମୁକାବିଲା କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି ।

ଜିଲ୍ଲାପାଳଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମଧ୍ୟାହ୍ନ ଭୋଜନ ଚାଉଳ ପରିବହନ କଣ୍ଟ୍ରାକcର ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଠାରୁ ଚାଉଳ ବିତରଣ ସମ୍ବନ୍ଧୀୟ ବିବରଣୀ ଗ୍ରହଣ କରି ନିଜସ୍ୱ ପରିବହନ ଯାନ ଦ୍ୱାରା ଖାଦ୍ୟ ଯୋଗାଣ ନିଗମଠାରୁ ପୋଷଣଯୁକ୍ତ ଚାଉଳ ସଂଗ୍ରହ କରି ସିଧାସଳଖ ବିଦ୍ୟାଳୟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ରାଜ୍ୟ ଯୋଗାଣ ନିଗମରୁ ଉତ୍ତମ ମାନର ଚାଉଳ ଉଠାଣ କରାଯିବ । ପିଏମ୍‌-ପୋଷଣ ଚାଉଳ ଗ୍ରହଣ କରୁଥିବା ଅଧିକାରୀ ଚାଉଳର ପରିମାଣ ଓ ମାନ ଉଭୟ ଉପରେ ଗୁରୁତ୍ୱ ଦେବେ। ଚାଉଳ ଯୋଗାଣରେ ଥିବା କଣ୍ଟ୍ରାକ୍ଟରମାନେ ନିଜ ସହ ଓଜନ ମେସିନ୍‌ ରଖିବେ।

ଯୋଗାଣ ସମୟରେ ଉପସ୍ଥିତ ଅଧିକାରୀ ବିତରଣ ଚାଲାଣକୁ ପ୍ରଥମେ ଯାଞ୍ଚ କରିବେ । ଯଦି ଚାଉଳର ଗୁଣବତ୍ତା ନିମ୍ନ ମାନର ଥିବା କିମ୍ବା ନିର୍ଦ୍ଧାରିତ ପରିମାଣଠାରୁ କମ୍‌ ଥିବ ତେବେ ସେମାନେ ଚାଉଳ ଗ୍ରହଣ କରିବେ ନାହିଁ ଏବଂ ଏହି ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ । ସମ୍ପୃକ୍ତ ଅଧିକାରୀ ଚାଉଳର ପରିମାଣ, କେତେ ସଂଖ୍ୟକ ଚାଉଳ ବସ୍ତା ରହିଛି ଓ ଗୁଣବତ୍ତାକୁ ବିତରଣ ଚାଲାଣରେ ଲେଖିବେ ।

ଏଥିସହିତ ଚାଲାଣରେ ନିଜେ ଦସ୍ତଖତ କରିବା ସହ ତାରିଖ ମଧ୍ୟ ଲେଖିବେ । ପିଏମ୍‌-ପୋଷଣ ଚାଉଳ ପରିବହନ ଓ ବିତରଣ ବ୍ୟବସ୍ଥାରେ ଦେଖାଯାଉଥିବା ଅବ୍ୟବସ୍ଥାକୁ ପ୍ରତିହତ କରିବା ପାଇଁ ଜିଲ୍ଲାସ୍ତରରେ ଏସ.ଏମ.ଏସ ଆଲର୍ଟ ସିଷ୍ଟମର ମଧ୍ୟ ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସୂଚନାଯୋଗ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ୨୦୧୫ ମସିହାରେ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବହୃତ ଚାଉଳର ଯୋଗାଣ ସମ୍ବନ୍ଧୀୟ ପ୍ରାମାଣିକ ଧାରା (ଏସ.ଓ.ପି) କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।

ବର୍ତ୍ତମାନ ରାଜ୍ୟ ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟ (ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ)ଙ୍କ ପତ୍ର ସଂଖ୍ୟା- ୫୪୫ ତା- ୦୩.୦୮.୨୦୨୪ ରିଖରେ ପୁଷ୍ଟିକର ଚାଉଳ ଉଠାଣ ଓ ବିତରଣ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଉଲ୍ଲେଖ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

September 16, 2025

୧୮ ରୁ ବିଧାନସଭାର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

September 16, 2025
Latest News

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

September 16, 2025

୧୮ ରୁ ବିଧାନସଭାର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

September 16, 2025

ବାଣପୁର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ଆସନ୍ତାକାଲି ପାଳନ ହେବ ‘ସେବା ପକ୍ଷ’

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.