Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରୁଷର ବଡ ଦାବି: ମୋଦୀ ସରକାରକୁ ହଟାଇବା ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଷଡଯନ୍ତ୍ର କରୁଛି ଆମେରିକା !
ଜାତୀୟ ଖବର

ରୁଷର ବଡ ଦାବି: ମୋଦୀ ସରକାରକୁ ହଟାଇବା ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଷଡଯନ୍ତ୍ର କରୁଛି ଆମେରିକା !

August 20, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରୁଷର ଦାବି: ମୋଦୀ ସରକାରକୁ ହଟାଇବା ପାଇଁ ଚନ୍ଦ୍ରବାବୁ ନାଇଡୁ ସହ ଷଡଯନ୍ତ୍ର କରୁଛି ଆମେରିକା !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱସ୍ତରୀୟ ନେତା ଭାବେ ଉଭା ହୋଇଛନ୍ତି। ବିଶ୍ଵର ଅଧିକାଂଶ ଦେଶ ମୋଦୀଙ୍କ କଥା ଶୁଣନ୍ତି ବୋଲି ବିଶ୍ୱାସ କରାଯାଏ। ଭାରତ କୌଣସି ବିଦେଶୀ ଶକ୍ତି ଆଗରେ ମୁଣ୍ଡ ନୂଆଁଏ ନାହିଁ। ରୁଷରୁ ତୈଳ କିଣିବା ସହ ଭାରତର ଅନେକ ବୈଦେଶିକ ନୀତି ଯୋଗୁଁ ଆମେରିକା ସମେତ ଅନେକ ଦେଶ ଭାରତ ଉପରେ ଅସନ୍ତୁଷ୍ଟ ଅଛନ୍ତି।

ଏହି ଭିତରେ ଏକ ବଡ ଖବର ଆସିଛି। ତାହା ହେଲା ମୋଦୀ ସରକାରକୁ ହଟାଇବା ପାଇଁ ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ପରଦା ପଛରେ ରହି କୁଆଡେ ବଡ ଉଦ୍ୟମ କରୁଛି। ରୁଷର ସରକାରୀ ଗଣମାଧ୍ୟମ ସ୍ପୁଟନିକ୍ ତାହାର ରିପୋର୍ଟରେ ଏହା କହିଛି। ଏହି ରିପୋର୍ଟ କହିଛି ଯେ, ସିଆଇଏ ଆନ୍ଧ୍ରପ୍ରଦେଶର ବ୍ୟାପିଷ୍ଟ ଚର୍ଚ୍ଚ ଏବଂ ବିରୋଧୀ ଦଳର ନେତାଙ୍କ ସହ ଯୋଗାଯୋଗରେ ଅଛି। ଏଥିରେ ଆମେରିକା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହାୟତାରେ ମୋଦୀ ସରକାରକୁ ହଟାଇବା ପାଇଁ ଏକ ବଡ ଷଡଯନ୍ତ୍ର କରୁଛି। ସ୍ପୁଟନିକ୍ ମିଡିଆର ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସାରା ବିଶ୍ବରେ ହଇଚଇ ସୃଷ୍ଟି ହୋଇଛି।

ଏହାପୂର୍ବରୁ ଆମେରିକା ମଧ୍ୟ ବାଂଲାଦେଶ ସରକାରକୁ ଅଡୁଆରେ ପକାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସ୍ପୁଟନିକ୍ ଏହାର ରିପୋର୍ଟରେ ବିଜେପି ସରକାରକୁ ହଟାଇବା ପାଇଁ ଆମେରିକାର ଷଡଯନ୍ତ୍ର କରୁଛି ବୋଲି ଦାବି କରିଛି। ଏହାକୁ ସମର୍ଥନ କରି କିଛି ଘଟଣା ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆମେରିକାର ରାଷ୍ଟ୍ରଦୂତ ଏବଂ କିଛି ଅଧିକାରୀ ବାରମ୍ବାର ଭାରତର ବିରୋଧୀଦଳ ନେତାଙ୍କ ସହ ଆଲୋଚନା କରୁଥିବା ନେଇ ରୁଷର ଗଣମାଧ୍ୟମ ଉଦବେଗ ପ୍ରକାଶ କରିଛି।

ରୁଷର ଗଣମାଧ୍ୟମ ଅନୁଯାୟୀ, ଖୁବ ଶୀଘ୍ର ମୋଦୀ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଅଣାଯାଇପାରେ। ଏଥିପାଇଁ ଏକ ବଡ଼ ଧରଣର ପ୍ରଚେଷ୍ଠା କରାଯାଉଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ବିରୋଧୀଦଳର ନେତାଙ୍କ ସହ ନିରନ୍ତର ଯୋଗାଯୋଗରେ ଥିବା ଆମେରିକାର ଗୁପ୍ତଚର ସଂସ୍ଥା ସିଆଇଏ କିଛି ନେତାଙ୍କ ସହ ସାକ୍ଷାତ କରି ଆଲୋଚନା କରିଛି।

ଆମେରିକାର ରାଷ୍ଟ୍ରଦୂତ ଜେନିଫର୍ ଲାରସନ୍ ନିକଟରେ ହାଇଦ୍ରାବାଦରେ AIMIM ନେତା ଅସଦୁଦ୍ଦିନ ଓୱାଇସିଙ୍କୁ ଭେଟିଥିଲେ। ଏହାପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ମଧ୍ୟ ଭେଟିଥିଲେ। କେବଳ ଏତିକି ନୁହେଁ ସେ ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ରୁଷିଆ ଗଣମାଧ୍ୟମ ଏହି ରିପୋର୍ଟରେ ଏହି ସବୁ ଘଟଣା ବିଷୟରେ ଉଲ୍ଲେଖ କରିଛି।

ରିପୋର୍ଟରେ କୁହାଯାଇଛି ଯେ, ଲାରସନ ହାଇଦ୍ରାବାଦରେ ଆମେରିକୀୟ ମିଶନ ସଂଗଠନର ନେତୃତ୍ୱ ନେଉଛନ୍ତି ଏବଂ ଏହି ସଂଗଠନ ମାଧ୍ୟମରେ ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ବାପିଷ୍ଟ ଚର୍ଚ୍ଚର ସହାୟତା ପାଇବାକୁ ଚେଷ୍ଟା କରୁଛି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଚନ୍ଦ୍ରବାବୁ ନାଇଡୁ ମୋଦୀ ସରକାରରୁ ପ୍ରଥମେ ସମର୍ଥନ ପ୍ରତ୍ୟାହାର କରନ୍ତୁ ବୋଲି ସିଆଇଏର ଲକ୍ଷ୍ୟ। ବାପିଷ୍ଟ ଚର୍ଚ୍ଚ ମାଧ୍ୟମରେ ନାଇଡୁଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ଚେଷ୍ଟା କରାଯାଉଛି। ରିପୋର୍ଟରେ କୁହାଯାଇଛି ଯେ, ଯଦି ନାଇଡୁ ସମର୍ଥନ ପ୍ରତ୍ୟାହାର କରିବାକୁ ଦ୍ୱିଧା ପ୍ରକାଶ କରନ୍ତି, ତେବେ ବିରୋଧୀ ଦଳ ଏଥିପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମେରିକାର ରାଷ୍ଟ୍ରଦୂତ ଏବଂ କୂଟନୀତିଜ୍ଞଙ୍କ ଦ୍ଵାରା ବିରୋଧୀ ଦଳର ନେତାଙ୍କ ସହ ଏ ନେଇ ଆଲୋଚନା ଚାଲିଛି ବୋଲି ରୁଷର ଗଣମାଧ୍ୟମ କହିଛି।

ରୁଷ କହିଛି ଯେ, ଏହି ଅଭିଯାନ ପାଇଁ ଭାରତର ବିରୋଧୀ ନେତା, ସାମାଜିକ କର୍ମୀ, ସୋସିଆଲ ମିଡିଆ ବ୍ୟକ୍ତିତ୍ୱ, ଶିଳ୍ପପତି ଏବଂ କଳାକାରଙ୍କ ସମେତ ଅନେକ ଲୋକଙ୍କୁ ବ୍ୟବହାର କରାଯାଉଛି। ରୁଷର ସ୍ପୁଟନିକ୍ ଏହାର ରିପୋର୍ଟରେ କହିଛି ଯେ, ଜୁଲାଇ ୨୦୨୪ ରେ ଆମେରିକାର ଦୂତାବାସ ଭାରତରେ ‘ଇନଫ୍ଳୁଏନ୍ସ ଟୁ ଇମ୍ପାକ୍ଟ’ ବା ପ୍ରଭାବ ପକାଇବା ପାଇଁ ପ୍ରଭାବ ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମରେ ଅଭିଷେକ ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲା, ଯିଏ କଂଗ୍ରେସ ପ୍ରଚାରକମାନଙ୍କୁ ପ୍ରୋତ୍ସାହିତ କରନ୍ତି ଏବଂ ୟୁଟ୍ୟୁବ ମାଧ୍ୟମରେ ଅର୍ଦ୍ଧ ସତ୍ୟ ପ୍ରଚାର କରି ମୋଦୀ ସରକାରଙ୍କ ବିରୋଧରେ କାର୍ଯ୍ୟ କରନ୍ତି।

ସ୍ପୁଟନିକ୍ ଏହି ରିପୋର୍ଟରେ କହିଛି ଯେ, ଭାରତରେ ରହୁଥିବା ସମୟରେ ହିନ୍ଦୁ ପର୍ବ, ରୀତିନୀତି ଏବଂ ଦେବତାଙ୍କ ବିରୁଦ୍ଧରେ କହିଥିବା ତଥା ଭାରତ ବିରୋଧୀ ଆଭିମୁଖ୍ୟ ରଖିଆସିଥିବା ଆରଜେ ସୈୟମା ତାଙ୍କୁ ‘ରାଷ୍ଟ୍ରଦୂତ ସମାନତା’ ରେ ସମ୍ମାନିତ କରିଛନ୍ତି। ସ୍ପୁଟନିକ୍ କହିଛି ଯେ, ମୋଦୀ ସରକାରଙ୍କ ବିରୋଧରେ ଭାରତର ଲୋକଙ୍କୁ ପ୍ରବର୍ତ୍ତାଇବା ପାଇଁ ଏହି ସବୁ ଯୋଜନାବଦ୍ଧ ଷଡଯନ୍ତ୍ରର ଗୋଟିଏ ଅଂଶ। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଭାରତ ରାଜନୀତିରେ ହଇଚଇ ସୃଷ୍ଟି ହୋଇଯାଇଛି।

ଏନ ଚନ୍ଦ୍ରବାବୁ ନାଇଡୁ ଚନ୍ଦ୍ରବାବୁ ନାଇଡୁ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….

November 18, 2025

ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ ଗିଲ ଏବଂ କୁଲଦୀପ?: ଜାଣନ୍ତୁ ଗୌହାଟିରେ ଭାରତର ପ୍ଲେଇଂ ଇଲେଭେନ

November 18, 2025

ବିହାର ନିର୍ବାଚନରେ ୩୧ଟି ଆସନରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଫଳାଫଳ ଥିଲା ଆଶ୍ଚର୍ଯ୍ୟଜନକ

November 18, 2025

ଶେଖ ହସିନାଙ୍କ ଫାଶୀଦଣ୍ଡର ପ୍ରଭାବ?: ଭାରତ-ବାଂଲାଦେଶ ସିରିଜ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ବିସିସିଆଇ 

November 18, 2025
Latest News

ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….

November 18, 2025

ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ ଗିଲ ଏବଂ କୁଲଦୀପ?: ଜାଣନ୍ତୁ ଗୌହାଟିରେ ଭାରତର ପ୍ଲେଇଂ ଇଲେଭେନ

November 18, 2025

ବିହାର ନିର୍ବାଚନରେ ୩୧ଟି ଆସନରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଫଳାଫଳ ଥିଲା ଆଶ୍ଚର୍ଯ୍ୟଜନକ

November 18, 2025

ଖୋର୍ଦ୍ଧା ରୋଡ ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ ଚଳାଚଳ ବାତିଲ

November 18, 2025

ଚିଲିକାରୁ ୪୪ ମୃତ ବିଦେଶୀ ପକ୍ଷୀ ଜବତ: ଦୁଇ ଶିକାରୀ ଗିରଫ

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.