ଜମ୍ମୁ କାଶ୍ମୀର ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

Published: Aug 26, 2024, 10:52 am IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ୪୪ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରଥମ ପର୍ଯ୍ୟାୟ ପାଇଁ ୧୫ ଜଣ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ ଜଣ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ୧୯ ଜଣ ପ୍ରାର୍ଥୀଙ୍କ ତାଲିକା ବିଜେପି ପ୍ରକାଶ କରିଛି। ସେପ୍ଟେମ୍ବର-ଅକ୍ଟୋବରରେ ଜମ୍ମୁ କାଶ୍ମୀରରେ ତିନିଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିରେ ପ୍ରଥମ ପର୍ଯ୍ୟାୟ ପାଇଁ ସେପ୍ଟେମ୍ବର ୧୮ ତାରିଖରେ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସେପ୍ଟେମ୍ବର ୨୫ ତାରିଖରେ ଏବଂ ତୃତୀୟ ପର୍ଯ୍ୟାୟରେ ଅକ୍ଟୋବର ୧ ତାରିଖରେ ଭୋଟିଂ କରାଯିବ।

Related posts