Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗୁରୁଦିବସ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ନିପୁଣ ଓଡ଼ିଶା’ ଓ ‘ଡିପ୍’ କାର୍ଯ୍ୟକ୍ରମ
ଜାତୀୟ ଖବର

ଗୁରୁଦିବସ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ନିପୁଣ ଓଡ଼ିଶା’ ଓ ‘ଡିପ୍’ କାର୍ଯ୍ୟକ୍ରମ

September 5, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଗୁରୁଦିବସ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଘୋଷଣା କଲେ  ‘ନିପୁଣ ଓଡ଼ିଶା’ ଓ ‘ଡିପ୍’ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗୁରୁ କେବଳ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସେମାନେ ପୁରା ସମାଜର ଭବିଷ୍ୟତ ନିର୍ମାଣ କରନ୍ତି। ସେମାନେ ସମାଜର ମାର୍ଗଦର୍ଶକ।

ସେ କହିଲେ ଯେ ଆଜିର ଗୁରୁମାନଙ୍କ ହାତରେ ହିଁ ଭବିଷ୍ୟତର ସୁରକ୍ଷା ଦାୟିତ୍ଵ। ରାଜ୍ୟ ସରକାର ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଶିକ୍ଷା ବ୍ୟବସ୍ଥାର ଢ଼ାଞ୍ଚା ପ୍ରସ୍ତୁତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହି ଦିଗରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷକମାନେ କେବଳ ଉତ୍ତମ ଶିକ୍ଷାରେ ସନ୍ତୁଷ୍ଟ ନ ହୋଇ ପିଲାମାନେ ଯେପରି ଜୀବନରେ ମୂଲ୍ୟବୋଧ, ନୀତି ଓ ଆଦର୍ଶକୁ ଅନୁସରଣ କରିବେ, ସେଥିପ୍ରତି ଗୁରୁତ୍ୱ ଦେବା ଉଚିତ୍।

ନିଜର ଶିକ୍ଷକତା ଜୀବନକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନଙ୍କ ଭବିଷ୍ୟତ ନିର୍ମାଣ ପାଇଁ ଶିକ୍ଷକମାନେ ଯେଉଁ ତ୍ୟାଗ କରନ୍ତି ତାହା ଅମୂଲ୍ୟ। ଛାତ୍ରଛାତ୍ରୀଙ୍କ ସଫଳତାରେ ହିଁ ଶିକ୍ଷକମାନେ ଜୀବନର ସାର୍ଥକତା ଅନୁଭବ କରିଥାନ୍ତି। ସେଥିପାଇଁ ସମସ୍ତେ ଗୁରୁମାନଙ୍କୁ ସମ୍ମାନ ଜଣାଇବା ଆବଶ୍ୟକ।

ଆମ ଦେଶର ଗୁରୁ ଶିଷ୍ୟ ପରମ୍ପରା ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ରଖିଥିଲା। କିନ୍ତୁ ବିଦେଶୀ ଶାସନ ସମୟରେ ଆମର ସଂସ୍କୃତିଭିତ୍ତିକ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଦିଆଯାଇଥିଲା। ବର୍ତ୍ତମାନ ଧିରେ ଧିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେଉଛି ଏବଂ ନୂତନ ଶିକ୍ଷା ବ୍ୟବସ୍ଥାରେ ସଂସ୍କୃତି ଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ରାଜ୍ୟରେ ଡ୍ରପ ଆଉଟ୍ ହାର କମାଇବା ପାଇଁ ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା କାର୍ଯ୍ୟକାରୀ କରିବେ ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ଦ୍ୱାରା ୩ ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀ ଉପକୃତ ହେବେ ଓ ଡ୍ରପ ଆଉଟ୍‌ ହାର ହ୍ରାସ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ସହିତ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନା କାର୍ଯ୍ୟକାରୀ କରିବେ। ଏଥିରେ ପ୍ରତି ପଞ୍ଚାୟତର ଗୋଟିଏ ଲେଖାଏଁ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରାଯିବ।

କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ କହିଲେ ଯେ ଗୁରୁ ବିନା ଜ୍ଞାନ ପ୍ରାପ୍ତି ଅସମ୍ଭବ। ବାପା ମା’ ଙ୍କ ପରେ ଯଦି କିଏ ପିଲାମାନଙ୍କର ମଙ୍ଗଳ ଚିନ୍ତା କରିଥାନ୍ତି ତେବେ ସେ ହେଉଛନ୍ତି ଗୁରୁ ବା ଶିକ୍ଷକ। ଶିକ୍ଷା ଜୀବନ ନିର୍ମାଣ କରିଥାଏ, ଶିକ୍ଷା ଚରିତ୍ର ଗଠନ କରିଥାଏ। ଆମ ସରକାର ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ ଓଡିଶାର ଶିକ୍ଷାକ୍ଷେତ୍ର କିପରି ଆଗ୍ରାଧିକାର ପାଇବ ସେଥିପାଇଁ ଆମର ପ୍ରୟାସ ଜାରି ରହିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ କହିଲେ ଆଜିର ଯେ, ସମ୍ବର୍ଦ୍ଧିତ ହେଉଥିବା ବିଦ୍ୟାର୍ଥୀମାନେ ମନେରଖିବା ଉଚିତ୍ ଯେ ଏହା ସେମାନଙ୍କ ସମ୍ବର୍ଦ୍ଧନା ନୁହେଁ ବରଂ ଏକ ସଂକଳ୍ପ।

ସମଗ୍ର ବିଶ୍ବରେ ଭାରତର ଶିକ୍ଷା ଏବଂ ସଭ୍ୟତାର ସ୍ବତନ୍ତ୍ର ପରିଚୟ ରହିଛି। ଆଗାମୀ ଦିନରେ ଓଡିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ସେ କହିଥିଲେ। ଗୁରୁ ଏବଂ ବିଦ୍ୟାର୍ଥୀମାନଙ୍କର ଅଦମ୍ୟ ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ପାଇଁ ଓଡ଼ିଶା ଭବିଷ୍ୟତ ପିଢ଼ିମାନଙ୍କୁ ଶ୍ରେଷ୍ଠ କରି ଗଢ଼ିବାରେ ସଫଳ ହୋଇପାରିଛି। ଶିକ୍ଷା ସହ କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶାର ବିଦ୍ୟାର୍ଥୀମାନେ ବିଶ୍ଵରେ ପ୍ରଶଂସିତ ହେଉଛନ୍ତି ବୋଲି ସେ କହିଥିଲେ।

ଏହି ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ କାର୍ଯ୍ୟକ୍ରମର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କରାଯାଇଥିଲା।

(କ) ‘ନିପୁଣ ଓଡ଼ିଶା’ : ପ୍ରାଥମିକ ବିଦ୍ୟାଳୟରେ ସାର୍ବଜନୀନ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ହାସଲ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ଶିକ୍ଷକମାନେ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ (FLN)ର ଅନୁମୋଦିତ କୌଶଳକୁ ବ୍ୟବହାର କରି ପିଲାମାନଙ୍କ ଶିକ୍ଷଣକୁ ସୁନିଶ୍ଚିତ କରିବେ ।

(ଖ) ‘ଡିଜିଟାଲ ଏଜୁକେସନ ଏମ୍ପାୱାରମେଣ୍ଟ କାର୍ଯ୍ୟକ୍ରମ’ (ଡିପ୍) : ବିଦ୍ୟାର୍ଥୀଙ୍କୁ ଡିଜିଟାଲ ସାକ୍ଷରତା ଏବଂ କୋଡିଂ ଶିକ୍ଷା ଦେବା ପାଇଁ ‘ଡିଜିଟାଲ ଏଜୁକେସନ ଏମ୍ପାୱାରମେଣ୍ଟ କାର୍ଯ୍ୟକ୍ରମ’ (ଡିପ୍)ର ଶୁଭାରମ୍ଭ କରାଯାଇଛି। ଏହାଦ୍ଵାରା ବିଦ୍ୟାର୍ଥୀମାନେ ଆଗାମୀ ଦିନରେ କମ୍ପ୍ୟୁଟର ଶିକ୍ଷା ଓ କୋଡିଂରେ ସଫଳତା ପାଇବେ।

(ଗ) ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ପୋର୍ଟାଲ (ଶିକ୍ଷା ଜ୍ୟୋତି): ଏହି ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ସମ୍ବନ୍ଧୀୟ ସମସ୍ତ ସୂଚନା, ଏକାଡେମିକ୍ କ୍ୟାଲେଣ୍ଡର, ପରୀକ୍ଷା କାର୍ଯ୍ୟସୂଚୀ, ଫଳାଫଳ ଏବଂ ବିଜ୍ଞପ୍ତି ସହଜରେ ପାଇପାରିବେ । ଏହି ୱେବସାଇଟକୁ ଉପଭୋକ୍ତା-ଅନୁକୂଳ କରାଯାଇଛି, ଯାହାଦ୍ବାରା ସମସ୍ତେ ଏହାକୁ ସହଜରେ ବ୍ୟବହାର କରି ଆବଶ୍ୟକୀୟ ସୂଚନା ପାଇପାରିବେ। ଏହି ପୋର୍ଟାଲରେ ଶୈକ୍ଷିକ ଆଳାପ ପାଇଁ ବ୍ୟବସ୍ଥା ରହିଛି ।

(ଘ)କ୍ୟାରିୟର ଗାଇଡାନ୍ସ ପୋର୍ଟାଲ: କ୍ୟାରିୟର ଗାଇଡାନ୍ସ ପୋର୍ଟାଲ ମାଧ୍ୟମରେ ବିଦ୍ୟାର୍ଥୀମାନେ ବିଭିନ୍ନ ପ୍ରକାର କ୍ୟାରିଅର ବିଷୟରେ ସୂଚନା ପାଇପାରିବେ । ଏହା ମାଧ୍ୟମରେ ପ୍ରାୟ ୧୬ ଲକ୍ଷ ବିଦ୍ୟାର୍ଥୀ ଉପକୃତ ହେବେ। ଯାହା କ୍ୟାରିଅର ବିଷୟରେ ସୂଚନା ଦେବା ସହ ବିଦ୍ୟାର୍ଥୀମାନଙ୍କୁ ସଶକ୍ତ କରାଇବ। ଏହା ବିଭାଗର ୧୦୦ ଦିନିଆ କାର୍ଯ୍ୟ ଯୋଜନାର ଏକ ଅଂଶ।

(ଙ) ଘରୋଇ ବିଦ୍ୟାଳୟ ପରିଚାଳନା ପୋର୍ଟାଲ: ରାଜ୍ୟରେ ଥିବା ସମସ୍ତ ଘରୋଇ ବିଦ୍ୟାଳୟର ପରିଚାଳନା ପ୍ରକ୍ରିୟାକୁ ସରଳ କରିବା ପାଇଁ ଏହି ପୋର୍ଟାଲର ଶୁଭାରମ୍ଭ ହୋଇଛି। ବିଦ୍ୟାଳୟ ଖୋଲିବା, ମାନ୍ୟତା ପ୍ରମାଣପତ୍ର ଏବଂ ‘ନୋ ଅବଜେକ୍ସନ ସାର୍ଟିଫିକେଟ୍’ ଭଳି ବିଭିନ୍ନ ସେବା ପାଇଁ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ଏହି ପୋର୍ଟାଲ ମାଧ୍ୟମରେ ଅପଲୋଡ୍ କରାଯାଇପାରିବ ।

ଗୁରୁଦିବସ ଡିପ୍ ନିପୁଣ ଓଡ଼ିଶା
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025

ଭଦ୍ରକ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ

August 20, 2025
Latest News

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025

ଭଦ୍ରକ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ

August 20, 2025

ଇଣ୍ଟରଗ୍ରୁପ୍ ସୈନିକସ୍କୁଲ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଉଦଘାଟିତ

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.