Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସାଂସଦ ଅପରାଜିତାଙ୍କ ପୁଣି ସେହି ଏକଲା ଚଲୋ ନୀତି; ନା ଦଳ, ନା ସଭାପତି କାହାକୁ ନାହିଁ ଖାତିର
ଜାତୀୟ ଖବର

ସାଂସଦ ଅପରାଜିତାଙ୍କ ପୁଣି ସେହି ଏକଲା ଚଲୋ ନୀତି; ନା ଦଳ, ନା ସଭାପତି କାହାକୁ ନାହିଁ ଖାତିର

September 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାଂସଦ ଅପରାଜିତାଙ୍କ ପୁଣି ସେହି ଏକଲା ଚଲୋ ନୀତି; ନା ଦଳ, ନା ସଭାପତି କାହାକୁ ନାହିଁ ଖାତିର

ଭୁବନେଶ୍ବର: ଅପରାଜିତା ଷଡଙ୍ଗୀ, ଭୁବନେଶ୍ବର ସାଂସଦ। ଏଥର ନିର୍ବାଚନ ପରେ ତାଙ୍କର ରାଜନୈତିକ ହାବଭାବରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଥିଲା। ହେଲେ ତାହା ହେଲା ନାହିଁ। ତାଙ୍କର ସେହି ପୁରୁଣା ରୋଗ ଏକଲା ଚଲୋ ନୀତିକୁ ପୁଣି ସେ ଆପଣେଇ ନେଲେଣି। ଫଳରେ ସେ ବର୍ତ୍ତମାନ ନା ଦଳକୁ ଖାତିର କରୁଛନ୍ତି ନା ସଭାପତିଙ୍କୁ ନିର୍ଦ୍ଦେଶକୁ  ମାନୁଛନ୍ତି। ତାଙ୍କର ଏପରି ନୀତି ଦେଖି ଦଳ ଭିତରେ ଗୁଂଜରଣ ସୃଷ୍ଟି ହୋଇଥିବା ବେଳେ ତାଙ୍କ ସମର୍ଥକମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି।

ନିକଟରେ ଭୁବନେଶ୍ବରରେ ସୁଭଦ୍ରା ପ୍ରଚାର ରଥ ଗଡିବା ପାଇଁ ବିରାଟ ଆୟୋଜନ କରାଯାଇଥିଲା। ତାହାକୁ ଖୋଦ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ହେଲେ ଆଶ୍ଚର୍ଯ୍ୟର କଥା, ସେଠାକୁ ଖୋଦ ଭୁବନେଶ୍ବର ସାଂସଦଙ୍କୁ ଦେଖା ମିଳିଲା ନାହିଁ। ଶୁଣିବାକୁ ମିଳିଲା ଯେ, କୁଆଡେ ମ୍ୟାଡମ ରାଗିଛନ୍ତି। ସେଥିପାଇଁ ସଭାକୁ ଆସିଲେ ନାହିଁ।

ରାଗିବାର କାରଣ ହେଲା ଯେ, ତାଙ୍କ ସମର୍ଥକଙ୍କୁ କାହିଁକି ଦଳ ନିଲମ୍ବନ କଲା। ତାଙ୍କ ସହିତ ଆଲୋଚନା ନ କରି ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ କର୍ମିମାନଙ୍କୁ ଦଳ କାହିଁକି ନିଲମ୍ବନ କଲା। ତାହାର କୈଫତ କୁଆଡେ ଅପରାଜିତା ମାଗିଥିଲେ। ହେଲେ ଦଳ ତରଫରୁ କୁହାଗଲା ଯେ ଯାହା ହୋଇଛି ଠିକ ହୋଇଛି। ସେହି ରାଗରେ ଅପରାଜିତା ସବୁ ନିଲମ୍ବିତ ନେତାଙ୍କୁ ତାଙ୍କ ମଞ୍ଚରେ ଡାକି ବସାଇଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବଡ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଏକଦା ସଭାପତି ମନମୋହନ ସାମଲ ଏବଂ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ବେଶ ଭଲ ପଡୁଥିଲା। ଅପରାଜିତା ଯେତେ କାର୍ଯ୍ୟକ୍ରମ କଲେ ମନମୋହନଙ୍କୁ ଡାକୁଥିଲେ। ଆଉ ମନମୋହନ ଭଦ୍ରକରେ ଯାହା କାର୍ଯ୍ୟକ୍ରମ କଲେ ଅପରାଜିତାଙ୍କୁ ନେଉଥିଲେ। ହେଲେ ନିର୍ବାଚନ ପରେ କଣ ହେଲା କେଜାଣି ଆଉ ଉଭୟଙ୍କ ମଧ୍ୟରେ କୁଆଡେ କଥାବାର୍ତ୍ତା ନାହିଁ। ମୁଖ୍ୟତଃ ତାଙ୍କ ସମର୍ଥକଙ୍କୁ ନିଲମ୍ବନ କରିବା ପରେ ଅପରାଜିତା ମନମୋହନଙ୍କଠାରୁ କୁଆଡେ ମୁହଁ ବୁଲାଇ ନେଇଛନ୍ତି।

ବର୍ତ୍ତମାନ ସବୁଠାରୁ ବଡ ଆଶ୍ଚର୍ଯ୍ୟ ଘଟଣା ହେଉଛି ଯେ, ଅପରାଜିତା ଦଳିୟ ଶୃଙ୍ଖଳ ଭାଙ୍ଗି ନିଲମ୍ବିତ ନେତାଙ୍କୁ ପାଖରେ ବସାଇ ସଭା କରିଥିଲେ ମଧ୍ୟ ବିଜେପି କୌଣସି ପ୍ରତିକ୍ରିୟା ଦେଉ ନାହିଁ। ଏପରିକି ଅପରାଜିତାଙ୍କୁ ଏକ କାରଣ ଦର୍ଶା ନୋଟିସଟିଏ ମଧ୍ୟ ପଠାଇ ପାରୁ ନାହିଁ। ତେଣୁ ଦଳରେ ଅପରାଜିତା ବଡ ନା ମନମୋହନ ତାହା ଜାଣିବା କର୍ମିମାନଙ୍କ ପାଇଁ କଷ୍ଟକର ହୋଇପଡିଛି।

ଅପରାଜିତାଙ୍କ ସମର୍ଥକଙ୍କ ଅନୁସାରେ ସେ ବର୍ତ୍ତମାନ ଏକଲା ଚଲୋ ନୀତିରେ କାର୍ଯ୍ୟ କରିବେ। ରାଜ୍ୟ ନେତାଙ୍କୁ ସେ ଖାତିର କରିବେ ନାହିଁ। ଯାହା କରିବେ କୁଆଡେ ଦିଲ୍ଲୀର ନିର୍ଦ୍ଦେଶ ଅନୁସାରେ କରିବେ। ଏ ସବୁ ଜାଣିବା ପରେ ଅପରାଜିତାଙ୍କ ଭୂମିକା ଆଗାମୀ ଦିନର କଣ ହେବ ତାହା ଦେଖିବା ପାଇଁ ବିଭିନ୍ନ ମହଲରେ ଉତ୍ସୁକୁତା ପ୍ରକାଶ ପାଇଛି।

Aparajita Sarangi ଅପରାଜିତା ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.