Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବେଦାନ୍ତ ବିରୋଧରେ ତାତିଲେ ଆଦିବାସୀ, କାଶୀପୁର ଥାନାରେ ଭଙ୍ଗାରୁଜା, ନିଆଁ ଜାଳି କଲେ ପ୍ରତିବାଦ ( Video)
ଜାତୀୟ ଖବର

ବେଦାନ୍ତ ବିରୋଧରେ ତାତିଲେ ଆଦିବାସୀ, କାଶୀପୁର ଥାନାରେ ଭଙ୍ଗାରୁଜା, ନିଆଁ ଜାଳି କଲେ ପ୍ରତିବାଦ ( Video)

September 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବେଦାନ୍ତ ବିରୋଧରେ ତାତିଲେ ଆଦିବାସୀ, କାଶୀପୁର ଥାନାରେ ଭଙ୍ଗାରୁଜା, ନିଆଁ ଜାଳି କଲେ ପ୍ରତିବାଦ

ରାୟଗଡା: ବେଦାନ୍ତ କଂପାନୀ ବିରୋଧରେ ତାତିଛନ୍ତି ଆଦିବାସୀ। ଆଜି ଅପରାହ୍ନରେ ଉତ୍ୟେକ୍ତ ଆଦିବାସୀମାନେ ରାୟଗଡା ଜିଲ୍ଲା କାଶୀପୁର ଥାନା ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ଏଥିସହିତ ଥାନା ବାହାରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି। ପରିସ୍ଥିତି ଉତ୍ତେଜନା ରହିବାରୁ ଅଧିକ ଫୋର୍ସ ମୁତୟନ କରାଯାଇଛି।

ଘଟଣାରୁ ପ୍ରକାଶ ଯେ, କାଶୀପୁର ଥାନା ପୋଲିସ ଜଣେ ଆଦିବାସୀଙ୍କୁ ଗିରଫ କରିଛନ୍ତି। ତାଙ୍କ ନାମ ହେଉଛି କାର୍ତ୍ତିକ ନାୟକ। ତାଙ୍କ ଗିରଫ ପ୍ରତିବାଦରେ ଚାରିଖଣ୍ଡ ଆଦିବାସୀ ଗ୍ରାମର ପ୍ରାୟ 400 ରୁ 500 ମହିଳା ଓ ପୁରୁଷ ଏକ ଶୋଭାଯାତ୍ରା କରି କାଶୀପୁର ଥାନା ଆଡକୁ ମାଡିଆସିଥିଲେ। ସେମାନେ ବେଦାନ୍ତ କଂପାନୀ ଗୋ ବ୍ୟାକ୍, ମୈତ୍ରୀ କଂପାନୀ ଗୋ ବ୍ୟାକ୍ କହି ଥାନା ଘେରାଉ କରିଥିଲେ।

https://thesamikhsya.com/odia/wp-content/uploads/2024/09/Vedant.mp4

ଉତ୍ୟେକ୍ତ ଆଦିବାସୀ ହାତରେ ସେମାନଙ୍କ ପାରଂପାରିକ ହତିୟାର ଧରି ଥାନା ଭିତରେ ପ୍ରବେଶ କରିଥିଲେ। ସେଠାରେ ଗିରଫ କାର୍ତ୍ତକଙ୍କୁ ଛାଡି ଦିଅ ବୋଲି ଦାବୀ କରିଥିଲେ। ଏହା ଭିତରେ ପୋଲିସ ଏବଂ ଆଦିବାସୀଙ୍କ ମଧ୍ୟରେ ଉଚ୍ଚବାଚ ହେବାରୁ ଗଣ୍ଡୋଗଳ ହୋଇଥିଲା। ଥାନା ଭିତରେ ଆଦିବାସୀମାନେ ଭଙ୍ଗାରୁଜା କରିଥିଲେ। ବାହାରକୁ ଆସି ଟାୟାର ଜାଳି ଗିରଫ ବିରୋଧରେ ପ୍ରତିବାଦ କରିଥିଲେ।

ବେଦାନ୍ତ କଂପାନୀ ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ଥିବା ସିଜିମାଳି ଖଣି ଅଧିଗ୍ରହଣ କରିବାକୁ ଚେଷ୍ଠା କରୁଛି। ସେଥିପାଇଁ କଂପାନୀ ମୈତ୍ରୀ ନାମକ ଏକ କଂପାନୀକୁ ନିଯୁକ୍ତି ଦେଇଛି। ମୈତ୍ରୀ କଂପାନୀ ତାହାକୁ ଦଖଲ କରିବା ବେଳେ ସ୍ଥାନୀୟ ଆଦିବାସୀମାନେ ବିରୋଧ କରିଥିଲେ। ପରେ ପୋଲିସ କାର୍ତ୍ତିକଙ୍କୁ ଗିରଫ କରିଛି। ଯାହାକୁ ନେଇ ଆଦିବାସୀମାନେ ପ୍ରତିବାଦ କରିଛନ୍ତି।

https://thesamikhsya.com/odia/wp-content/uploads/2024/09/kashipur2.mp4

ଜଣେ ଆଦିବାସୀ ନେତାଙ୍କ କହିବା କଥା ଯେ, ବେଦାନ୍ତ କଂପାନୀ ଜୋର ଜବରଦସ୍ତ ସିଜିମାଳି ଖଣିକୁ ଅଧିଗ୍ରହଣ କରିବା ପାଇଁ ଚେଷ୍ଠା କରୁଛି। ଏହି କାର୍ଯ୍ୟ କରିବା ପାଇଁ ବେଦାନ୍ତ ମୈତ୍ରୀ ନାମକ ଅନ୍ୟ ଏକ କଂଣ୍ଟାରକ୍ଟର କଂପାନୀକୁ ନିୟୋଜନ କରିଛି। ସେହି କଂପାନୀର ଅଧିକାରୀମାନେ ବିଭିନ୍ନ ସମୟରେ ଆଦିବାସୀଙ୍କୁ ମାରଧର କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି।

ବର୍ତ୍ତମାନ ସେଠାରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଅଧିକ ପୋଲିସ ମୁତୟନ କରାଯାଇଛି। ସ୍ଥାନୀୟ ତହସିଲଦାର ଏବଂ ବିଡିଓଙ୍କୁ ମଧ୍ୟ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Vedanta Vedanta Company Vedanta Lanjigarh କାଶୀପୁର ବେଦାନ୍ତ ବେଦାନ୍ତ କଂପାନୀ ମୈତ୍ରୀ କଂପାନୀ ଲାଞ୍ଜିଗଡ ବେଦାନ୍ତ କଂପାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026
Latest News

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026

ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ବାଚସ୍ପତି ଓ ବିଧାନସଭା ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୨୯ରେ ପରବର୍ତ୍ତୀ ଶୁଣାଣି

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.