Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଅଧ୍ୟକ୍ଷ ଗୁଲାପାଲ୍ଲୀ ଏନ ରାଓଙ୍କୁ ମିଳିଲା ଆନ୍ତର୍ଜାତୀୟ ସମ୍ମାନ
ଜାତୀୟ ଖବର

ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଅଧ୍ୟକ୍ଷ ଗୁଲାପାଲ୍ଲୀ ଏନ ରାଓଙ୍କୁ ମିଳିଲା ଆନ୍ତର୍ଜାତୀୟ ସମ୍ମାନ

September 19, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଅଧ୍ୟକ୍ଷ ଗୁଲାପାଲ୍ଲୀ ଏନ ରାଓଙ୍କୁ ବିରଳ ଆନ୍ତର୍ଜାତୀୟ ସମ୍ମାନ

ନୂଆଦିଲ୍ଲୀ: ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଗୁଲାପାଲ୍ଲୀ ଏନ ରାଓ ୨୦୨୪ ପାଇଁ ଆନ୍ତର୍ଜାତୀୟ ଚକ୍ଷୁ ଚିକିତ୍ସା ପରିଷଦ ଦ୍ୱାରା ଦିଆ ଯାଉଥିବା ସମ୍ମାନଜନକ ଆଇସିଓ ଜୁଲେସ୍ ଫ୍ରାଙ୍କୋଇସ୍ ସ୍ବର୍ଣ୍ଣ ପଦକରେ ସମ୍ମାନିତ ହୋଇଛନ୍ତି। ସେ କାନାଡାର ଭାନକୋଭର ଠାରେ ଅନୁଷ୍ଠିତ ବିଶ୍ୱ ଚକ୍ଷୁ ଚିକିତ୍ସା କଂଗ୍ରେସ ୨୦୨୪ (ଡବ୍ଲ୍ୟୁଓସି ୨୦୨୪) ସମାରୋହ ରେ ଏହି ପୁରସ୍କାର ଗ୍ରହଣ କରିଥିଲେ।

ଆଇସିଓ ଜୁଲେସ୍ ଫ୍ରାଙ୍କୋଇସ୍ ଗୋଲ୍ଡେନ୍ ପଦକ ପ୍ରତି ଚାରି ବର୍ଷରେ ଥରେ ଚକ୍ଷୁ ଚିକତ୍ସା ରେ ସର୍ବୋଚ୍ଚ ବୈଜ୍ଞାନିକ ମାନର କାର୍ଯ୍ୟ ପାଇଁ ଦିଆ ଯାଇଥାଏ। ଡକ୍ଟର ରାଓ ହେଉଛନ୍ତି ସମ୍ମାନଜନକ ଆଇସିଓ ଜୁଲେସ୍ ଫ୍ରାଙ୍କୋଇସ୍ ସ୍ବର୍ଣ୍ଣ ପଦକ ରେ ସମ୍ମାନିତ ହୋଇଥିବା ପ୍ରଥମ ଭାରତୀୟ ଓ ବିଶ୍ୱର କେବଳ ଏଗାର ଜଣ ଚକ୍ଷୁ ବିଶେଷଜ୍ଞଙ୍କ ମଧ୍ୟରୁ ଜଣେ।

ଏହି ସ୍ୱର୍ଣ୍ଣ ପଦକ ବେଲଜିୟମର ଚକ୍ଷୁ ବିଶେଷଜ୍ଞ ଡକ୍ଟର ଜୁଲେସ୍ ଫ୍ରାଙ୍କୋଇସ୍ ଙ୍କ ନାମରେ ନାମିତ ହୋଇଛି ଯିଏ ଏହି କ୍ଷେତ୍ରରେ ୧,୫୦୦ ରୁ ଅଧିକ ଗବେଷଣା ମୂଳକ ଲେଖା ପ୍ରକାଶ କରିଥିଲେ। ବିଶ୍ୱ ଚକ୍ଷୁ ଚିକିତ୍ସାର ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ବିବେଚିତ ହୋଇଥିବା ଡକ୍ଟର ଫ୍ରାଙ୍କୋଇସ୍ ତାଙ୍କର ଅଧିକାଂଶ ବୃତ୍ତିଗତ ଜୀବନ ପାଇଁ ଗେଣ୍ଟ ମେଡିକାଲ୍ ସ୍କୁଲର ଚକ୍ଷୁ ବିଭାଗର ପ୍ରଫେସର ଥିଲେ ଏବଂ ୧୯୮୪ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ୧୯୮୬ ମସିହାରେ ଆନ୍ତର୍ଜାତୀୟ ଚକ୍ଷୁ ଚିକିତ୍ସା ପରିଷଦ (ଆଇସିଓ) ପ୍ରତିଷ୍ଠା କରାଯାଇଥିଲା। ତାଙ୍କ ନାମରେ ଏକ ସ୍ୱର୍ଣ୍ଣ ପଦକ, ପ୍ରତି ଚାରି ବର୍ଷରେ ଚକ୍ଷୁ ବିଶେଷଜ୍ଞମାନଙ୍କୁ ଉତ୍କୃଷ୍ଟ ବୈଜ୍ଞାନିକ ଅବଦାନ ପାଇଁ ଦିଆ ଯାଇଥାଏ।

ଏହି ସ୍ୱର୍ଣ୍ଣ ପଦକ ରେ ସମ୍ମାନିତ ହୋଇଥିବା ଭାରତର ପ୍ରଥମ ଚକ୍ଷୁ ଚିକିତ୍ସକ ଡକ୍ଟର ରାଓ ଅଗଷ୍ଟ ୧୬, ୨୦୨୪, ରେ କାନାଡାର ଭାନକୋଭରରେ ବିଶ୍ୱ ଚକ୍ଷୁ ଚିକିତ୍ସା କଂଗ୍ରେସ ର ଉଦଘାଟନୀ ସମାରୋହରେ ବିଶ୍ୱ ଚକ୍ଷୁ ଚିକିତ୍ସା ସମ୍ପ୍ରଦାୟର ବାର୍ଷିକ ବୈଠକ ଏବଂ ଆନ୍ତର୍ଜାତୀୟ ଚକ୍ଷୁ ଚିକିତ୍ସା ପରିଷଦର ସମାବେଶ ରେ ଯୋଗ ଦେଇଥିଲେ।

ଆଇସିଓ ଏହାର ସଦସ୍ୟମାନଙ୍କ ପ୍ରତିନିଧିତ୍ୱ କରେ ଏବଂ ଏଥିରେ ଜାତୀୟ, ଆଞ୍ଚଳିକ ଏବଂ ସ୍ୱତନ୍ତ୍ର ଚକ୍ଷୁ ଚିକିତ୍ସା ସମାଜ ଅନ୍ତର୍ଭୁକ୍ତ। ଏହା ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ସହିତ ଯୋଡି ହୋଇଥିବା  ଏକମାତ୍ର ଚକ୍ଷୁ ଚିକିତ୍ସା ସଂଗଠନ ଅଟେ। ଏହାର ବାର୍ଷିକ ବୈଠକ ରେ, ଆଇସିଓ ଆନ୍ତର୍ଜାତୀୟ ଚକ୍ଷୁ ଚିକିତ୍ସାର ବୈଜ୍ଞାନିକ ମାନଙ୍କୁ ସମ୍ମାନିତ କରେ ଯେଉଁମାନେ ସେମାନଙ୍କ ସାଥୀମାନଙ୍କ ଦ୍ୱାରା ମନୋନୀତ ହୋଇଥାନ୍ତି ।

ଏହା ପୂର୍ବରୁ ୨୦୧୩ ରେ ଡକ୍ଟର ରାଓ ବିଶ୍ୱ ଚକ୍ଷୁ ଚିକିତ୍ସା ରେ ନେତୃ ସ୍ତରୀୟ ଅବଦାନ ପାଇଁ ସମ୍ମାନଜନକ ଜିଓଏଚ ନୌମାନ ଆୱାର୍ଡରେ ସମ୍ମାନିତ ହୋଇଥିଲେ।

“ଆନ୍ତର୍ଜାତୀୟ ଚକ୍ଷୁ ଚିକିତ୍ସା ପରିଷଦ ଦ୍ୱାରା ଦିଅ ଯାଇଥିବା ଏହି ଆୱାର୍ଡ ର ମୁଁ ଆଦରର ସହ ସମ୍ମାନ କରୁଛି ଏହା ମୋ ପାଇଁ ଏକ ଅଭୁଲା ମୁହୂର୍ତ ହୋଇ ରହିବ,” ଗ୍ରହଣ କରିବା ଅବସର ରେ ଡକ୍ଟର ରାଓ କହିଥିଲେ।

ଡକ୍ଟର ଗୁଲାପାଲ୍ଲୀ ଏନ ରାଓ ହେଉଛନ୍ତି ଏକାଡେମୀଆ ଓପିଥାଲମୋଲୋଜିକା ଇଣ୍ଟରନ୍ୟାସନାଲିସର ପୂର୍ବତନ ଅଧ୍ୟକ୍ଷ। ଏକାଡେମୀଆ ଓପିଥାଲମୋଲୋଜିକା ଇଣ୍ଟରନ୍ୟାସନାଲିସ ବିଶ୍ୱର ୮୦ ଜଣ ପ୍ରମୁଖ ପ୍ରତିଷ୍ଠିତ ଚକ୍ଷୁ ଚିକିତ୍ସା ଶିକ୍ଷାବିତ ଙ୍କର ଏକ ଅନୁଷ୍ଠାନ| ସେ ଦୃଷ୍ଟିହୀନତା ନିବାରଣ ପାଇଁ ଆନ୍ତର୍ଜାତୀୟ ଏଜେନ୍ସିର ଚେୟାରମ୍ୟାନ୍ ଥିଲେ, ଯେଉଁଠାରେ ସେ  ଅନ୍ଧତାକୁ ଦୂର କରିବା ପାଇଁ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ, ‘ଭିଜନ ୨୦୨୦: ଦ ରାଇଟ ଟୁ ସାଇଟ’, ର ସଫଳତା ରେ ଉଲ୍ଲେଖନୀୟ ସହଯୋଗ କରିଥିଲେ।

ତାଙ୍କର ୩୦୦ ରୁ ଅଧିକ ଗବେଷଣାତ୍ମକ ଲେଖା ପ୍ରକାଶିତ ହୋଇଛି ଓ ସେ ଅନେକ ପତ୍ରିକାରେ ସମ୍ପାଦକୀୟ ବୋର୍ଡ ପଦବୀ ଧାରଣ କରିଥିଲେ। ଦୁନିଆର ଅନେକ ବିଶ୍ୱବିଦ୍ୟାଳୟରେ ଭ୍ରମଣକାରୀ ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି। ସେ ଇଣ୍ଟରନ୍ୟାସନାଲ ଏଜେନସି ଫର ଦ ପ୍ରିଭେନସନ ଅଫ ବ୍ଲାଇଣ୍ଡନେସ (ଆଇଏପିବି) ର ପୂର୍ବତନ ଚେୟାରମ୍ୟାନ୍ ତଥା ସିଇଓ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି।

୧୯୮୭ ରେ ପ୍ରତିଷ୍ଠିତ, ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ), ୩ କୋଟି ୬୮ ଲକ୍ଷ ବ୍ୟକ୍ତିଙ୍କୁ  ସେବା ପ୍ରଦାନ କରିଛି, ଏବଂ ବର୍ତମାନ ପର୍ଯ୍ୟନ୍ତ ୫୦% ରୁ ଅଧିକ ବ୍ୟକ୍ତିଙ୍କୁ  ବିନା ମୂଲ୍ୟରେ ଚକ୍ଷୁ ଚିକିତ୍ସା ପ୍ରଦାନ କରା ଯାଇଛି। ଏହା ଦୃଷ୍ଟିହୀନତା ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ଏକ ସହଯୋଗ କେନ୍ଦ୍ର ଓ ବ୍ୟାପକ ଚକ୍ଷୁ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରୁଥିବା ଦେଶର ଏକ ପ୍ରମୁଖ ଅନୁଷ୍ଠାନ।

ଏଲଭିପିଇଆଇ  ଅନେକ ବିଶ୍ୱ ଏବଂ ଜାତୀୟ ସ୍ତରୀୟ ଅନୁଷ୍ଠାନ ସହିତ ସକ୍ରିୟ ସହଯୋଗରେ ମଧ୍ୟ କାର୍ଯ୍ୟ କରି ଆସୁଛି। ଆଜି ପର୍ଯ୍ୟନ୍ତ ୫,୦୦୦ ରୁ ଅଧିକ ଗବେଷଣାତ୍ମକ ଲେଖା ଅନୁଷ୍ଠାନ ଦ୍ୱାରା ପ୍ରକାଶିତ ହୋଇଛି। ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ର ଚକ୍ଷୁ ବିଶେଷଜ୍ଞ ମାନେ ଚକ୍ଷୁ ଚିକତ୍ସା ବିଜ୍ଞାନ ର ଆଧୁନିକ ଟେକ୍ନୋଲୋଜି ଓ ଅନୁସନ୍ଧାନ ରେ ନିୟୋଜିତ।

ସେମାନଙ୍କର ଗବେଷଣା ର ପରିସର ଚକ୍ଷୁ ରୋଗର ଜେନେଟିକ ଏବଂ ମଲିକୁଲାର ଆଧାର ଅନୁସନ୍ଧାନ ଠାରୁ ଆରମ୍ଭ କରି ଦୃଷ୍ଟିଶକ୍ତି ପ୍ରତି ବିପଦ ସୃଷ୍ଟି କରୁଥିବା ଅବସ୍ଥା ର ସୃଜନଶୀଳ ସମାଧାନ ବାହାର କରିବା ପର୍ଯ୍ୟନ୍ତ ବିସ୍ତୃତ। ସେମାନେ ଅନେକ କ୍ଲିନିକାଲ୍ ପରୀକ୍ଷଣରେ ମଧ୍ୟ ଜଡିତ, ଯାହା ନୂତନ ଔଷଧ ଏବଂ ଉପକରଣଗୁଡ଼ିକର ନିରାପତ୍ତା ଏବଂ କାର୍ଯ୍ୟକାରିତା ର ମୂଲ୍ୟାଙ୍କନ ରେ ସହାୟକ ହୋଇଥାଏ।

Dr G N Rao L V Prasad ଏଲ ଭି ପ୍ରସାଦ ଡ. ଜି ଏନ ରାଓ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.