Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ୧୬ ହଜାର ୯ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଜାତୀୟ ଖବର

ଆଜି ୧୬ ହଜାର ୯ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 5, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ୧୬ ହଜାର ୯ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ନବ ନିଯୁକ୍ତ ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକ ମାନଙ୍କ ପାଇଁ ନିଯୁକ୍ତି ସମାରୋହ ଓ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୁରୁଙ୍କୁ ଏକ ସ୍ଵତନ୍ତ୍ର ସ୍ଥାନ ଦିଆଯାଇଥାଏ। ଆଜିର ଶିକ୍ଷା ବ୍ୟବସ୍ଥାରେ ପ୍ରାଚୀନ ଗୁରୁକୁଳ ପରମ୍ପରା ଆଉ ନାହିଁ, ଆମର ଶିକ୍ଷା ବ୍ୟବସ୍ଥା ଆଧୁନିକତାକୁ ଆପଣାଇଛି। କିନ୍ତୁ, ଏହା ଅନସ୍ଵୀକାର୍ଯ୍ୟ ଯେ ଆଜି ମଧ୍ୟ ମାନବ ଜୀବନକୁ ଗଢି ତୋଳିବାରେ ଶିକ୍ଷକ ହିଁ ସବୁଠାରୁ ବଡ ଭୂମିକା ତୁଲାଇଥାନ୍ତି।

ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ନିଜ ଜୀବନର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି। କଞ୍ଚାମାଟିକୁ ନିଜ ହାତର ସ୍ପର୍ଶ ଦେଇ କୁମ୍ଭାର ଯେମିତି ସୁନ୍ଦର କୃତି ନିର୍ମାଣ କରିଥାଏ, ଠିକ ସେହିପରି, ଏକ ନିଷ୍ପାପ ଶିଶୁକୁ ଦାୟିତ୍ଵସମ୍ପନ୍ନ ତଥା ଜ୍ଞାନୀ ଗୁଣୀ ଭାବେ ଗଢି ତୋଳିବାର ଗୁରୁଦ୍ୱାୟିତ୍ଵ ଆପଣମାନଙ୍କ କାନ୍ଧରେ ରହିଛି।

ଆମ ସରକାର ସଦାସର୍ବଦା କାମରେ ହିଁ ବିଶ୍ବାସ କରିଥାଏ। ଶିକ୍ଷାର ଉନ୍ନତିରେ ଦେଶର ଉନ୍ନତି । ଆଜିର ସରକାର ୧୦୦ ଦିନର ପୁର୍ତ୍ତି ଅବସରରେ ଶିକ୍ଷା ବିଭାଗ ପାଇଁ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଆଣିଛନ୍ତି । ପୂର୍ବ ସରକାର ୫-ଟି ସ୍କୁଲ ରୂପାନ୍ତରଣ ନାମରେ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଅଯଥା ଅର୍ଥ ଖର୍ଚ୍ଚ କରିଚାଲିଲେ।

କିନ୍ତୁ ପ୍ରାଥମିକ ଶିକ୍ଷା ଉପରେ ଧ୍ୟାନ ଦେଲେ ନାହିଁ। ମୂଳରୁ ପିଲା ଦୁର୍ବଳ ହେଲେ ଉଚ୍ଚ ଶ୍ରେଣୀରେ ପାଠ ପଢିବାକୁ କଣ ଯୋଗ୍ୟ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ପ୍ରାଥମିକ ସ୍ତରରୁ ପିଲାଙ୍କୁ ଶିକ୍ଷାକ୍ଷେତ୍ରରେ ମଜବୁତ କରିବା ପାଇଁ ଆମ ସରକାର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା, ଡ୍ରପଆଉଟ୍ ହାରକୁ କମାଇବା ପାଇଁ ମାଧୋସିଂ ହାତଖର୍ଚ୍ଚ ଯୋଜନାରେ ୫ହଜାର ଟଙ୍କାର ସହାୟତା, ନିପୁଣ ଓଡିଶା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରିବେ ।

ମୁଖ୍ୟମନ୍ତ୍ରୀ ନୂତନ ଭାବରେ ଯୋଗଦେଇଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ କହିଥିଲେ ଯେ ସେମାନେ ସଦାସର୍ବଦା ପିଲାମାନଙ୍କ ମଧ୍ୟରେ ସ୍ବପ୍ନ ଦେଖିବା ପାଇଁ ସୁଯୋଗ ସୃଷ୍ଟି କରନ୍ତୁ । ସେହି ସ୍ବପ୍ନକୁ ସାକାର କରିବା ପାଇଁ ବିଦ୍ୟାଳୟରେ ଆପ୍ରାଣ ଉଦ୍ୟମ ଜାରି ରଖନ୍ତୁ । ଓଡିଶାର ଭାଗ୍ୟ ଉଦୟ ହେଉ ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ । ଆପଣମାନେ ନିଜକୁ ସମୟର ସହ ତାଳ ଦେଇ ସମୟାନୁବର୍ତ୍ତିତା, କର୍ମଯୋଗୀ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଏକ ଉତ୍ତମ ଛାତ୍ରର ସ୍ବପ୍ନକୁ ପୂରଣ କରିବାରେ ସହାୟକ ହୁଅନ୍ତୁ ।

ସେ ଆହୁରି ମଧ୍ୟ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ୫ଟି ପରାମର୍ଶ ଦେଇ କହିଥିଲେ ଯେ ଶିକ୍ଷକତାକୁ ପେଶା ନୁହେଁ, ନିଶା ଭାବେ ଗ୍ରହଣ କରନ୍ତୁ। ତାହେଲେ ଆପଣ ଶିକ୍ଷକତା ଜୀବନର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବା ସହିତ ଶିକ୍ଷାଦାନକୁ ମଧ୍ୟ ଆନନ୍ଦମୟ କରିପାରିବେ।

ଶିକ୍ଷାଦାନକୁ ‘ଆନନ୍ଦମୟ’ କରନ୍ତୁ। ଆପଣମାନେ ‘ଶିକ୍ଷାଦାନ କୌଶଳ’ ଏବଂ ‘ଆନନ୍ଦମୟ ଶିକ୍ଷା’ ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିବେ। ଆପଣମାନେ ଜାଣିଛନ୍ତି, ଆଜିକାଲି ଆଉ କର୍ପୋରାଲ୍‌ ଦଣ୍ଡ ବିଧାନ ସ୍କୁଲରେ ନାହିଁ। ତେଣୁ, ଏଥିପ୍ରତି ଧ୍ୟାନ ଦେବେ ଏବଂ ମୁଁ ଯେପରି ଆଗରୁ କହିଛି ଯେ ବିଦ୍ୟାର୍ଥୀ ଆପଣଙ୍କୁ ବନ୍ଧୁ ଭାବେ ଭାବିବା ଆବଶ୍ୟକ।

ବିଦ୍ୟାଦାନ ସମୟରେ ଆଧୁନିକ ଜ୍ଞାନ କୌଶଳକୁ ବ୍ୟବହାର କରନ୍ତୁ। ଗତ ଦୁଇ ଦଶନ୍ଧିରେ ବିଦ୍ୟାଦାନ ପଦ୍ଧତିରେ ଅନେକ ପରିବର୍ତ୍ତନ ଆସିଛି, ଏହି ସବୁ କୌଶଳ ଆଜି କାଲି ବହୁ ସହଜରେ ଉପଲବ୍‌ଧ। ତାକୁ ବହୁଳ ଭାବେ ଆଦୃତ କରି ଶିକ୍ଷାଦାନରେ ବ୍ୟବହାର କରନ୍ତୁ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଆଜି ଆପଣ ମାନେ ଏକ ଗୁରୁ ଦାୟିତ୍ବ ବହନ କରିବାକୁ ଯାଉଛନ୍ତି। ପ୍ରାରମ୍ଭିକ ଶିକ୍ଷା ହିଁ ପିଲାଙ୍କୁ ଦିଗବିଜୟୀ ହେବା ପାଇଁ ଗଢି ତୋଳିଥାଏ। ଓଡିଶାରେ ପ୍ରାୟ ୭୬ ଲକ୍ଷ ୪୯ ହଜାର ପିଲା ବିଦ୍ୟାଳୟରେ ପଢୁଛନ୍ତି।

ସେମାନଙ୍କୁ ଶିକ୍ଷିତ ଓ ନିର୍ଭିକ କରି ଗଢି ତୋଳିବାର ଦାୟିତ୍ବ ଆପଣ ମାନଙ୍କ ଉପରେ। ୨୦୩୬ ମସିହା ବେଳକୁ ବିକଶିତ ଓଡିଶାର ଗଠନର ଲକ୍ଷ୍ୟ ରହିଛି। ଆଜି ଯେଉଁ ପିଲା ୧୨-୧୩ ବର୍ଷ ବୟସରେ ଅଛି ସେତେବେଳକୁ ତାର ଯୁବବସ୍ଥା ହୋଇଥିବ। ଆପଣ ମାନଙ୍କ ନିଷ୍ଠାପର ଉଦ୍ୟମରେ ତାର ଆତ୍ମ ବିଶ୍ବାସ ମଧ୍ୟ ବୃଦ୍ଧି ହୋଇଥିବ। ଆପଣମାନେ ହେଉଛନ୍ତି ସେ ପିଲାମାନଙ୍କ ପାଇଁ ଗୁରୁ ଦ୍ରୋଣାଚାର୍ଯ୍ୟ। ଓଡିଶାରେ ଧନୀ ଲୋକ ନାହାନ୍ତି କିନ୍ତୁ ଜ୍ଞାନୀ ଲୋକଙ୍କ ଅଭାନ ନାହିଁ। ଆଗାମୀ ଦିନରେ ଜ୍ଞାନ ଆଧାରିତ ବିକଶିତ ଭାରତର ମୂଳ କେନ୍ଦ୍ର ହେବେ ଶିକ୍ଷକସମାଜ।

ଅନ୍ୟତମ ଅତିଥି ଭାବେ ରାଜ୍ୟର ବିଦ୍ୟାଳୟ ଓ ଗଣ ଶିକ୍ଷା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ଆଜିର ଏହି କାର୍ଯ୍ୟକ୍ରମ ଏକ ଐତିହାସିକ କାର୍ଯ୍ୟକ୍ରମ। ଓଡିଶା କିପରି ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିବ ସେଥିପାଇଁ ଆପଣ ମାନେ ପ୍ରଚେଷ୍ଠା କରନ୍ତୁ। ଆପଣ ମାନଙ୍କ ନିଯୁକ୍ତି ଓଡିଶା ସରକାରଙ୍କ ପାଇଁ ଏକ ବଡ ଉପଲବ୍ଧି।ଆପଣ ମାନଙ୍କ ନିଯୁକ୍ତି ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ।

ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ନବନିଯୁକ୍ତ ଶିକ୍ଷୟିତ୍ରୀ ଚିନ୍ମୟୀ କର କହିଥିଲେ ଯେ କଠିନ ପରିଶ୍ରମ ଓ ନିଷ୍ଠା ଦ୍ବାରା ସଫଳତା ହାସଲ କରିହେବ ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ସେହିପରି ସମ୍ବଲପୁରର ଭବାନୀ, ନବରଙ୍ଗ ପୁରର ସୌମ୍ୟରଞ୍ଜନ ଦାସ ଏବଂ କଟକର ଦିବ୍ୟାଙ୍ଗ ଶିକ୍ଷୟିତ୍ରୀ ସାବିତ୍ରୀ ଜେନା ନିଜର ଅଭିଜ୍ଞତାରେ କହିଥିଲେ ଯେ ଆମ ରାଜ୍ୟରେ ଗୁରୁ ଓ ଶିକ୍ଷା କ୍ଷେତ୍ରକୁ ବହୁ ସମ୍ମାନ ଦିଆଯାଉଛି। ଶିକ୍ଷା ବିଭାଗର ଅଂଶ ଭାବେ ଆମେ ନିଯୁକ୍ତି ପାଇ ନିଜକୁ ଗର୍ବୀତ ଅନୁଭବ କରୁଛୁ। ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ।ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଧନ୍ୟବାଦ ଦେଇଥିଲେ।

ନିଯୁକ୍ତି ସମାରୋହ ମୋହନ ମାଝୀ ଶିକ୍ଷକ ନିଯୁକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.