Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନର ଏମିତି ଜବାବ ରଖିଲେ ବିଜେପି ନେତା ସମୀର ମହାନ୍ତି
ଜାତୀୟ ଖବର

ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନର ଏମିତି ଜବାବ ରଖିଲେ ବିଜେପି ନେତା ସମୀର ମହାନ୍ତି

October 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନର ଏମିତି ଜବାବ ରଖିଲେ ବିଜେପି ନେତା ସମୀର ମହାନ୍ତି

ଭୁବନେଶ୍ବର: ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଜେଡି ଦଳ ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି । ଓଡ଼ିଆ ଲୋକଙ୍କ ନିଷ୍ପତିକୁ ନିଜ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହାନ୍ତି ବୋଲି ରାଜ୍ୟ ବିଜେପିର ପୂର୍ବତନ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେପିର ଲୋକକଲ୍ୟାଣକାରୀ ଯୋଜନାରେ ଇର୍ଷାନ୍ୱିତ ହୋଇ ବିଜେଡି ନେତା ଏଭଳି ମନ୍ତବ୍ୟ ଦେଉଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡି ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କୁ ଦଳରୁ କୋଣଠେସା କରି ଟିକେଟ୍ ଦେଉନଥିଲା? ଏ କଥାକୁ ବୋଧେ ସେ ଭୁଲି ଯାଉଛନ୍ତି।

ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ଯେଉଁ ଟିପ୍ପଣୀ ଦେଇଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ନା ପାର୍ଟିରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏପରି ମନ୍ତବ୍ୟ ଦେଉଛନ୍ତି ? ଯଦି ନବୀନ ବାବୁଙ୍କ ପ୍ରତି ଲୋକପ୍ରିୟତା ଥିଲା ବୋଲି ସେ କହୁଛନ୍ତି ତେବେ ନିକଟ ସାଧାରଣ ନିର୍ବାଚନରେ ନବୀନ ବାବୁ ଲଢୁଥିବା କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ୧୬,୩୪୪ଟି ଭୋଟ୍ ବ୍ୟବଧାନରେ ହାରିଲେ କେମିତି?

ଦୀର୍ଘ ୨୪ ବର୍ଷ ଧରି ଲୋକଙ୍କୁ ପ୍ରତାରିତ କରିବା ତଥା ପ୍ରତିଶ୍ରୁତି ପୂରଣ ନ କରିବା ପରାଜୟର କାରଣ ନୁହେଁ କି? ନବୀନ ବାବୁ କ୍ରମାଗତ ଭାବେ ନିଜର ଆସ୍ଥା ଓ ବିଶ୍ୱାସ ଓଡ଼ିଶାବାସୀଙ୍କ ଠାରୁ ହରାଇ ବସିଛନ୍ତି। ଏହି କଥାକୁ ଶ୍ରୀ ଆଚାର୍ଯ୍ୟ ଗ୍ରହଣ କାହିଁକି କରୁନାହାନ୍ତି? ଚଳିତଥର ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ବିଜେଡି ସଭାପତି କେତେ ଭୋଟ ବ୍ୟବଧାନରେ ଜିତିଛନ୍ତି, ତାହା ନବୀନ ବାବୁଙ୍କୁ ପଚାରିଲେ ଭଲ ହୁଅନ୍ତା।

ବିଗତ କିଛି ବର୍ଷ ଧରି ବିଜେଡି ଦଳରେ ମନ୍ତ୍ରୀ ଓ ବିଧାୟକମାନଙ୍କ ସ୍ଥିତି କ’ଣ ଥିଲା, ଏହା ମଧ୍ୟ ଶ୍ରୀ ଆଚାର୍ଯ୍ୟ ଅନୁଭବ କରିଥିବେ । ବର୍ତମାନ ଯେତେବେଳେ ବିଜେପି ରାଜ୍ୟରେ ରାଜନୈତିକ ସଂସ୍କୃତି ଓ ପରମ୍ପରାକୁ ପାଳନ କରିବା ସହ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠା କରି ଶାସନଭାର ସମ୍ଭାଳିଛି, ତାହା ତାଙ୍କୁ କାହିଁକି କଷ୍ଟ ଦେଉଛି? ଏବେ ବି ବିଜୁ ଜନତା ଦଳ ମଧ୍ୟରେ ଚାଲିଥିବା ଅନ୍ତଃକନ୍ଦଳ ଦିବାଲୋକରେ ସ୍ପଷ୍ଟ।

ବିଜେଡି ନେତା ଏହି ସବୁ ପ୍ରସଙ୍ଗରେ କହିବା ପୂର୍ବରୁ ଥରେ ଚିନ୍ତା କରିବା ଦରକାର। ରାଜ୍ୟରେ ବିଜେପି ସରକାର ଗଠନର ଶହେ ଦିନ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତିକୁ ଅବିଳମ୍ବେ ପାଳନ କରୁଛି। ବିଜେପିର ଲୋକପ୍ରିୟତା ନେଇ ବିଜେଡି ନେତାଙ୍କୁ ଚିନ୍ତା ଘାରିବା ସ୍ୱାଭାବିକ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ପ୍ରସନ୍ନ ଆଚାର୍ଯ୍ୟ ବିଜେଡି ବନାମ ବିଜେପି ସମୀର ମହାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026
Latest News

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.