ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ଏନସି ମେଣ୍ଟ ଟ୍ରେଣ୍ଡରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ସକାଳ ୯ ଟା ପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସ ଏବଂ ଏନସି ୪୬ ଟି ସିଟ୍ ଆଗରେ ଥିବା ବେଳେ ୨୯ ଟି ଆସନରେ ବିଜେପି ଆଗୁଆ ଅଛି। ଏହା ପ୍ରାରମ୍ଭିକ ଟ୍ରେଣ୍ଡ। ସୂଚନା ଅନୁଯାୟୀ ବର୍ତ୍ତମାନ ୨ୟ ରାଉଣ୍ଡ ଗଣତି ଜାରି ରହିଛି।
ସକାଳ ୯ ଟା ପର୍ଯ୍ୟନ୍ତ ଟ୍ରେଣ୍ଡରେ ଜାମ୍ମୁ ଡିଭିଜନରେ ବିଜେପି କୁ ୨୩, କଂଗ୍ରେସ ୧୩, ପିଡିପି ଶୂନ୍ୟ ଏବଂ ଅନ୍ୟମାନେ ୬ ରେ ଆଗରେ ଅଛନ୍ତି। କାଶ୍ମୀର ଡିଭିଜନରେ ବିଜେପି ୬, କଂଗ୍ରେସ ୩୦, ପିଡିପି ୫ ଏବଂ ଅନ୍ୟମାନେ ୧୨ ରେ ଆଗରେ ଅଛନ୍ତି। ଭାରତର ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ସକାଳ ୯ ଟା ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରରେ ବିଜେପି ୧୦ ରେ, ଜେକେଏନ୍ ୫, କଂଗ୍ରେସ ୧ ଏବଂ ଅନ୍ୟମାନେ ୧ ରେ ଆଗୁଆ ଅଛନ୍ତି।