Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ
ଜାତୀୟ ଖବର

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

October 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

ନୂଆଦିଲ୍ଲୀ: ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ସାରା ଦେଶରେ ବିଜୟ ଦଶମୀ ପାଳନ କରାଯାଉଛି। ଶାରଦୀୟ ନବରାତ୍ରୀର ସମାପ୍ତି ପରେ ଦଶହରା ପାଳନ କରାଯାଇ ଥାଏ। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଭଗବାନ ରାମ ଦଶହରା ଦିନ ରାବଣକୁ ହତ୍ୟା କରିଥିଲେ। ପାପ ଉପରେ ପୂଣ୍ୟର ବିଜୟ ଲାଭ ହୋଇ ଥିଲା। ଏହି ପର୍ବ ସାରା ଦେଶରେ ବହୁତ ଉତ୍ସାହର ସହିତ ପାଳନ କରାଯାଇଥାଏ। ତେବେ ଚଳିତ ବର୍ଷ କରୋନା ପାଇଁ ଏହା ଫିକା ପଡିଯାଇଛି।

ତେବେ ଅନେକ ଲୋକ ଜାଣନ୍ତି ନାହିଁ ଯେ, ଏହି ପର୍ବରେ ଏପରି ଜିନିଷ ଅଛି ଯାହା ଦେଖିଲେ ଅତ୍ୟନ୍ତ ଶୁଭ ପ୍ରାପ୍ତ ହୋଇଥାଏ। ଜ୍ୟୋତିଷମାନେ ମଧ୍ୟ ବିଶ୍ବାସ କରନ୍ତି, ଯଦି ଦଶହରା ଦିନରେ ଏହି ଚାରୋଟି ଜିନିଷ ଦେଖନ୍ତି, ତେବେ ତାହା ସମଗ୍ର ବର୍ଷ ଅତ୍ୟନ୍ତ ଶୁଭ ଏବଂ ଭାଗ୍ୟ ଉଜ୍ଜ୍ୱଳ ହେବାର ସମ୍ଭାବନା ରହିଛି।

ଏହି ଚାରୋଟି ଜିନିଷ ହେଲା..

୧- ବିଜୟା ଦଶମୀକୁ ସାଧାରଣତଃ ଯାତ୍ରାର ଦିନ ବୋଲି ଧରାଯାଇଥାଏ। ଏହି ଦିନ ଯଦି କୁଆଡେ ଯାତ୍ରା କରାଯାଏ ତେବେ ସେଥିରେ ନିଶ୍ଚିତ ବିଜୟ ହେବ ବୋଲି ବିଶ୍ବାସ ରହିଛି। ଯଦି ଆପଣ ଏହି ଦିନ କୈଣସି ସ୍ଥାନକୁ ଯାତ୍ରା କରୁଛନ୍ତି, ତେବେ ଯିବା ପୂର୍ବରୁ ମନ୍ଦିରକୁ ଯାଇ ଭଗବାନଙ୍କୁ ଦର୍ଶନ କରନ୍ତୁ। ବିଶେଷ କରି ଦଶହରାରେ ରାମମନ୍ଦିର କିମ୍ବା ଶିବ ମନ୍ଦିର ଯିବା ସବୁଠାରୁ ଶୁଭ ଦାୟକ ଅଟେ।

୨- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଦଶହରା ଦିନ ନୀଳକଣ୍ଠ ପକ୍ଷୀ ଦୃଷ୍ଟିକୁ ଆସେ, ତେବେ ଏହା ବୁଝିବା ନେବା ଉଚିତ ଯେ ଭଲ ସମୟ ଆରମ୍ଭ ହେବାକୁ ଯାଉଛି। ନୀଳକଣ୍ଠ ପକ୍ଷୀ ହେଉଛି ଏପରି ଏକ ପକ୍ଷୀ ଯାହାର କଣ୍ଠ ନୀଳବର୍ଣ୍ଣ ଦେଖାଯାଇଥାଏ। ଏହା ବିଶ୍ୱାସ କରାଯାଏ ଯେ ଭଗବାନ ରାମ ନୀଳକଣ୍ଠ ପକ୍ଷୀକୁ ଦେଖିବା ପରେ ରାବଣକୁ ହତ୍ୟା କରିଥିଲେ। ନୀଳକଣ୍ଠ ପକ୍ଷୀ ଭଗବାନ ଶିବଙ୍କ ରୂପ ବୋଲି ମଧ୍ୟ ବିବେଚନା କରାଯାଏ।

୩- ବିଜୟା ଦଶମୀ ଦିନ ପାନ ଖାଇବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ବିଶେଷ ଦିନରେ ଭଗବାନ ରାମଙ୍କ ଶ୍ରେଷ୍ଠ ଭକ୍ତ ହନୁମାନଙ୍କୁ ପାନ ଅର୍ପଣ କଲେ ସମସ୍ତ ଇଚ୍ଛା ପୂରଣ ହୁଏ। ଯେହେତୁ ପାନ ହେଉଛି ବିଜୟର ପ୍ରତୀକ ଏବଂ ପାନ ଶବ୍ଦର ମହତ୍ତ୍ୱ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ ପାନକୁ ଦଶହରାରେ ଶୁଭ ବୋଲି ମନେ କରାଯାଇଥାଏ।

୪- ଦଶହରା ସମୟରେ ଆଉ ଏକ ଶୁଭ ଦୃଶ୍ୟ ହେଉଛି ପାଣିରେ ମୀନ ଖେଳୁଥିବାର ଦେଖିବା। ଯଦି ଆପଣ ନଦୀ କିମ୍ବା ପୋଖରୀରେ ମାଛ ଖେଳୁଥିବାର ନଜରକୁ ଆସେ ତେବେ ତାହା ଏକ ଶୁଭଦାୟକ ଦୃଶ୍ୟ ଭାବେ ବିବେଚନା କରାଯାଇଛି।

DurgaPuja DurgaPuja2024 ଦୁର୍ଗାପୂଜା
Share. Facebook Twitter LinkedIn Email WhatsApp Copy Link

Related Posts

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026
Latest News

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.