Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରିଲାଏନ୍ସ ଜିଓ ଆଣିଲା ଭାରତର ସବୁଠୁ ଶସ୍ତା ୪ଜି ଫୋନ, ଦାମ୍ ଓ ଫିଚର ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଜାତୀୟ ଖବର

ରିଲାଏନ୍ସ ଜିଓ ଆଣିଲା ଭାରତର ସବୁଠୁ ଶସ୍ତା ୪ଜି ଫୋନ, ଦାମ୍ ଓ ଫିଚର ଜାଣିଲେ ହେବେ ଆଶ୍ଚର୍ଯ୍ୟ

October 15, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍ସ ଜିଓ ଆଣିଲା ଭାରତର ସବୁଠୁ ଶସ୍ତା ୪ଜି ଫୋନ, ଦାମ୍ ଓ ଫିଚର ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପକ୍ଷରୁ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ଦୁଇଟି ନୂତନ ୪ଜି ଫିଚର ଫୋନ୍ ଶୁଭାରମ୍ଭ କରାଯାଇଛି। ଜିଓଭାରତ ଭି୩ ଏବଂ ଜିଓଭାରତ ଭି୪ ନାମିତ ଏହି ଦୁଇ ୪ଜି ଫିଚର ଫୋନ ଜିଓଭାରତ ସିରିଜ୍ ଅଧୀନରେ ଆରମ୍ଭ କରାଯାଇଛି।

ନୂଆ ମଡେଲଗୁଡିକ ୧୦୯୯ ଟଙ୍କା ମୂଲ୍ୟରେ ବଜାରରେ ଉପଲବ୍ଧ ହେବ। ଗତ ବର୍ଷ ଜିଓଭାରତ ଭି୨ ମଡେଲ୍ ଶୁଭାରମ୍ଭ କରାଯାଇଥିଲା, ଯାହା ଭାରତୀୟ ଫିଚର ଫୋନ୍ ବଜାରରେ ଆଲୋଡ଼ନ ସୃଷ୍ଟି କରିଥିଲା​​। କମ୍ପାନୀ ଅନୁଯାୟୀ, ଲକ୍ଷ ଲକ୍ଷ ୨ଜି ଗ୍ରାହକ ଜିଓଭାରତ ଫିଚର ଫୋନ୍ ମାଧ୍ୟମରେ ୪ଜିକୁ ପରିବର୍ତ୍ତିତ ହୋଇସାରିଛନ୍ତି ।

ଆଗାମୀ ପିଢ଼ିର ଏହି ନୂଆ ଫିଚର ଫୋନ ଆଧୁନିକ ଡିଜାଇନ୍, ଶକ୍ତିଶାଳୀ ୧୦୦୦ ଏମଏଏଚ (mAh) ବ୍ୟାଟେରୀ, ୧୨୮ ଜିବି ପର୍ଯ୍ୟନ୍ତ ବିସ୍ତାରଯୋଗ୍ୟ ଷ୍ଟୋରେଜ୍ ଏବଂ ୨୩ଟି ଭାରତୀୟ ଭାଷାକୁ ସମର୍ଥନ କରୁଛି । ଜିଓଭାରତ ଫୋନରେ ମାସିକ ମାତ୍ର ୧୨୩ ଟଙ୍କାରେ ରିଚାର୍ଜ କରାଯାଇପାରିବ ଯେଉଁଥିରେ ଅସୀମିତ ଭଏସ୍ କଲ୍ ଏବଂ ଦୈନିକ ଅଧା ଜିବି ହିସାବରେ ମୋଟ ୧୪ ଜିବି ହାଇ-ସ୍ପିଡ଼ ଡାଟା ମଧ୍ୟ ଉପଲବ୍ଧ ହେବ।

ଉଭୟ ଭି୩ ଏବଂ ଭି୪ ମଡେଲ ଜିଓ-ଟିଭି, ଜିଓ-ସିନେମା, ଜିଓ-ପେ ଏବଂ ଜିଓ-ଚାଟ୍ ଭଳି ଉପଯୋଗୀ ପ୍ରି-ଲୋଡେଡ଼ ଆପ୍ ସହିତ ଆସିବ। ୪୫୫ ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ସହିତ ଚଳଚ୍ଚିତ୍ର, ଭିଡିଓ ଏବଂ କ୍ରୀଡା ବିଷୟବସ୍ତୁ ମଧ୍ୟ ମାତ୍ର ଗୋଟିଏ କ୍ଲିକରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଅନ୍ୟପକ୍ଷରେ, ଜିଓ-ପେ ସହଜରେ ନିରବଛିନ୍ନ ଦେୟ ପ୍ରଦାନ ସୁବିଧା ପ୍ରଦାନ କରୁଥିବା ବେଳେ ଜିଓଚାଟ ଅସୀମିତ ଭଏସ୍ ମେସେଜିଂ, ଫଟୋ ସେୟାର ଏବଂ ଗ୍ରୁପ୍ ଚାଟ୍ ବିକଳ୍ପ ପ୍ରଦାନ କରିଥାଏ ।

ଜିଓଭାରତ ଭି୩ (JioBharat V3) ଏବଂ ଜିଓଭାରତ ଭି୪ (JioBharat V4) ଖୁବ୍ ଶୀଘ୍ର ସମସ୍ତ ମୋବାଇଲ୍ ଷ୍ଟୋର୍ ସହିତ ଜିଓମାର୍ଟ ଏବଂ ଆମାଜନରେ ମଧ୍ୟ ଉପଲବ୍ଧ ହେବ।

୪ଜି ଫିଚର ଫୋନ 4ଜି ଫୋନ JioBharat V3 JioBharat V4 ଜିଓ ଫୋନ ଜିଓଭାରତ ଭି୩ ଜିଓଭାରତ ଭି୪ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025
Latest News

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

କାରରୁ ମିଳିଲା ଦକ୍ଷିଣ କୋରିଆର ଅଭିନେତା ସୋଙ୍ଗ ୟଙ୍ଗ-କ୍ୟୁଙ୍କ ମୃତଦେହ: କାରଣ ଅସ୍ପଷ୍ଟ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.