Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ହରିୟାଣାର ଝିର୍କା ବିଧାନସଭା ଆସନରେ କଂଗ୍ରେସ କାହିଁକି ଜିତିଲା, ଆସିଲା ଏକ ବଡ କାରଣ
ଜାତୀୟ ଖବର

ହରିୟାଣାର ଝିର୍କା ବିଧାନସଭା ଆସନରେ କଂଗ୍ରେସ କାହିଁକି ଜିତିଲା, ଆସିଲା ଏକ ବଡ କାରଣ

October 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହରିୟାଣାର ଝିର୍କା ବିଧାନସଭା ଆସନରେ କଂଗ୍ରେସ କାହିଁକି ଜିତିଲା, ଆସିଲା ଏକ ବଡ କାରଣ

ନୂଆଦିଲ୍ଲୀ: ନିକଟରେ ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମାମ୍ମାନ ଖାନ, ନୁହା ଜିଲ୍ଲାରେ ଥିବା ଝିର୍କା ବିଧାନସଭା ଆସନରୁ ୯୮,୪୪୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ଖାନ ମୋଟ ୧,୩୦,୪୯୭ ଭୋଟ୍ ପାଇଛନ୍ତି। ତେବେ ଖାନଙ୍କ ବିଜୟକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି।

ବିବାଦର କାରଣ ହେଲା ୨୦୨୩ ଜୁଲାଇ ୩୧ତାରିଖରେ ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକୁ ଉତ୍ତେଜିତ କରିବାରେ ତାଙ୍କର ଭୂମିକା ଅଛି ବୋଲି ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ବର୍ତ୍ତମାନ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଝୁଲି ରହିଛି।

ତେବେ ପ୍ରକୃତ କଥା ହେଲା ଖାନଙ୍କ ସଫଳତା ପଛରେ ସ୍ଥାନୀୟ ମୁସଲମାନ ସମ୍ପ୍ରଦାୟର ଦୃଢ ସମର୍ଥନ ବୋଲି ସ୍ପଷ୍ଟ ହୋଇଛି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ସେ ଏହି ଅଞ୍ଚଳରେ ରହୁଥିବା ବେଆଇନ ରୋହିଙ୍ଗ୍ୟା ପ୍ରବାସୀମାନଙ୍କଠାରୁ ମଧ୍ୟ ସେ ସମର୍ଥନ ହାସଲ କରି ଏପରି ବିଜୟ ହୋଇଛନ୍ତି।

ହରିୟାଣାର ନୁହା ହେଉଛି ଏପରି ଏକ ଜିଲ୍ଲା ଯେଉଁଠି ୮୦ ପ୍ରତିଶତ ମୁସଲମାନ ବସବାସ କରନ୍ତି। ବେଆଇନ ରୋହିଙ୍ଗ୍ୟା ପ୍ରବାସୀଙ୍କ ସଂଖ୍ୟା ହେତୁ ଏହି ଜନସଂଖ୍ୟା ଆହୁରି ବୃଦ୍ଧି ପାଇଥିବାର ଜଣାଯାଇଛି। ନୁହରେ ହୋଇଥିବା ହିଂସା ପରେ ସାମ୍ପ୍ରଦାୟିକ ଅଶାନ୍ତିରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ଅନେକ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଗିରଫ କରିଥିଲା।

ତେବେ ସେହି ହିଂସାକାଣ୍ଡ ପଛରେ ଏକ ବଡ ଷଢଯନ୍ତ୍ର ଅଛି ବୋଲି ସନ୍ଦେହ କରାଯାଇଛି। ଯାହାକୁ ପୋଲିସ ଖୋଳତାଡ କରିବାରେ ଲାଗିଛି। ସେଠାକାରା ଏକ ସାପ୍ତାହିକ ପତ୍ରିକା ଅରଗାନାଇଜରେ ଏକ ଭିଡି ଜାରୀ କରିଛି। ଯେଉଁଥିରେ ମାଦ୍ରାସା ପିଲାମାନଙ୍କୁ ହିଂସାତ୍ମକ କାର୍ଯ୍ୟକଳାପ କରିବା ପାଇଁ ଶିକ୍ଷା ପ୍ରଦାନ କରାଯାଉଛି। ସେଥିରେ କୁହାଯାଇଛି ଯେ, ଅଣବିଶ୍ବାସୀମାନେ ନର୍କରେ ଜଳିବେ। ଯାହାକୁ ନେଇ ସେ ଅଞ୍ଚଳରେ ଚର୍ଚ୍ଚା ଜାରୀ ରହିଛି।

ସେହି ମାଦ୍ରାସା ଶିକ୍ଷକମାନେ ସ୍ୱୀକାର କରିଛନ୍ତି ଯେ ସେମାନେ (ବର୍ମା)ରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିଛନ୍ତି। ସେମାନେ ଗର୍ବର ସହିତ କହିଥିଲେ ଯେ ସେମାନେ ନୁହରେ କୌଣସି ସମସ୍ୟାର ସମ୍ମୁଖୀନ ହେଉ ନାହାଁନ୍ତି ଏବଂ ଏଠାରେ ‘ମେହମାନ’ ବା ଅତିଥି ଭାବରେ ବାସ କରୁଛନ୍ତି।

ବିଭିନ୍ନ ମିଡିଆ ହାଉସର ସାମ୍ବାଦିକମାନଙ୍କ କ୍ୟାମେରା ଆଗରେ କହିଛନ୍ତି ଯେ, ସେମାନେ ପିଲାମାନଙ୍କୁ ଉର୍ଦ୍ଦୁ, ପାଶ୍ଟୁ, ଫାର୍ସି, ଇଂରାଜୀ ଏବଂ ହିନ୍ଦୀ ଶିକ୍ଷା ଦେଇ ଗର୍ବ କରୁଛନ୍ତି। ସାମ୍ବାଦିକମାନଙ୍କୁ ଡାକ୍ତର କିମ୍ବା ଇଞ୍ଜିନିୟରଙ୍କ ଭଳି କ୍ୟାରିୟର କରିବା କଥା ପଚାରିଲେ ସେମାନେ “ହାଫିଜ୍” ହେବାକୁ ଇଚ୍ଛା କରୁଛନ୍ତି ବୋଲି କହିଛନ୍ତି।

ଜଣେ ରୋହିଙ୍ଗ୍ୟା ଶରଣାର୍ଥୀ ଖୋଲାଖୋଲି ଭାବେ ସ୍ୱୀକାର କରିଛନ୍ତି ଯେ ମିଆଁମାରରେ ହୋଇଥିବା ହିଂସାରୁ ରକ୍ଷା ପାଇବା ପାଇଁ ସେମାନେ ୨୦୧୬ ରେ ବାଂଲାଦେଶରୁ ବେଆଇନ ଭାବେ ଭାରତ ଆସିଥିଲେ। ସେ ସ୍ବୀକାର କରିଛନ୍ତି ଯେ, ପାସପୋର୍ଟ କିମ୍ବା ଭିସା ବିନା ଏକ ଦଲାଲ ସାହାଯ୍ୟରେ ସୀମା ପାର ହୋଇ ଭାରତରେ ପ୍ରବେଶ କରିଛନ୍ତି।

ବର୍ତ୍ତମାନ ସେଠାରୁ କଂଗ୍ରେସ ନେତା ବିଜୟ ଲାଭକୁ ନେଇ ବହୁ ପ୍ରଶ୍ନ ଛିଡା କରିଛି। କଂଗ୍ରେସ କଣ ଜାଣିଶୁଣି ଏହି ବାହାର ଲୋକଙ୍କୁ ସମର୍ଥନ କରୁଛି କି? ଯେଉଁମାନେ ରୋହିଙ୍ଗ୍ୟାମାନଙ୍କୁ ଆଶ୍ରୟ ଦେଉଛନ୍ତି ସେମାନଙ୍କ ସହ କଂଗ୍ରେସ କାହିଁକି ପକ୍ଷ ରଖିଛି? ଦଳ ରୋହିଙ୍ଗ୍ୟାମାନଙ୍କୁ ଭୋଟ୍ ବ୍ୟାଙ୍କ ଭାବରେ ବ୍ୟବହାର କରୁଛି କି? ଦଳ ବିଜୟରେ ରୋହିଙ୍ଗ୍ୟାଙ୍କ ଭୂମିକା ଉପରେ ଦଳ ସ୍ପଷ୍ଟ କରିବ କି? ତେବେ କଂଗ୍ରେସର ଏପରି ସମର୍ଥନ ଆଉ ଖେଳ କେତେ ଦିନ ଚାଲିବ ସେନେଇ ଆମକୁ ଅପେକ୍ଷା କରିବାକୁ ପଡିବ।

ହରିୟାଣା
Share. Facebook Twitter LinkedIn Email WhatsApp Copy Link

Related Posts

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026
Latest News

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.