Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଝାଡଖଣ୍ଡର ୬୮ ଟି ଆସନରେ ଲଢିବ ବିଜେପି: ଜାଣନ୍ତୁ ସହଯୋଗୀ ଦଳଙ୍କୁ ମିଳିଲା କେତେ ସିଟ୍?
ଜାତୀୟ ଖବର

ଝାଡଖଣ୍ଡର ୬୮ ଟି ଆସନରେ ଲଢିବ ବିଜେପି: ଜାଣନ୍ତୁ ସହଯୋଗୀ ଦଳଙ୍କୁ ମିଳିଲା କେତେ ସିଟ୍?

October 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମଧ୍ୟରେ ଆସନ ବଣ୍ଟନ ଘୋଷଣା କରାଯାଇଛି। ଆଜି ବିଜେପି ଏବଂ ଆଜସୁ ରାଞ୍ଚିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ ବାଣ୍ଟିବା ଘୋଷଣା କରିଛନ୍ତି। ଝାଡ଼ଖଣ୍ଡର ଏନଡିଏ ମଧ୍ୟରେ ବିଜେପି ୬୮ ଟି ଆସନରେ, ୧୦ ରେ AJSU, ୨ ରେ JDU ଏବଂ LJP (ରାମ ବିଲାସ) ଦଳ ୧ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ନିର୍ବାଚନ ପାଇଁ ସହଯୋଗୀ ଦଳ ସହିତ ବିଜେପି ଆସନ ବଣ୍ଟନ ନିଷ୍ପତ୍ତି ନେଇଛି। ବିଜେପିର ନିର୍ବାଚନ ପ୍ରଭାରୀ ଥିବା ଶିବରାଜ ସିଂ ଚୌହାନ ଏବଂ ସହ-ପ୍ରଭାରେ ଥିବା ହିମନ୍ତ ବିଶ୍ୱ ସରମା ରାଞ୍ଚିରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ତଥା ଝାଡ଼ଖଣ୍ଡ ନିର୍ବାଚନ ପ୍ରଭାରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, “ବିଜେପି, ଆଜସୁ, ଜେଡିୟୁ ଏବଂ ଏଲଜେପି ରାମ ବିଲାସ ରାଜ୍ୟରେ ଏକାଠି ନିର୍ବାଚନ ଲଢିବେ। ଆମେ ମଧ୍ୟ ଏକାଠି ପ୍ରଚାର କରିବୁ। ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସରମା, ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡି, ଆଜସୁ ମୁଖ୍ୟ ସୁଦେଶ ମହତୋ ମଧ୍ୟ ଉପସ୍ଥିତ ଥିଲେ।

ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ:

ଦୁଇଟି ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ଏବଂ ଅକ୍ଟୋବର ୨୮ ତାରିଖରେ ନାମାଙ୍କନପତ୍ରର ଯାଞ୍ଚ କରାଯିବ। ପ୍ରାର୍ଥୀମାନେ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିପାରିବେ।

ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡ ବିଧାନସଭାରେ ୮୧ଟି ସିଟ୍ ଅଛି, ସେଥିମଧ୍ୟରୁ ୪୪ ଟି ସିଟ ଅଣସଂରକ୍ଷିତ। ଏହା ବ୍ୟତୀତ ଏସଟି ପାଇଁ ୨୮ ଟି ସିଟ୍ ଏବଂ ଏସସି ବର୍ଗ ପାଇଁ ୯ ଟି ସିଟ୍ ସଂରକ୍ଷିତ। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ପ୍ରାୟ ୨.୬ କୋଟି ଭୋଟର ଅଛନ୍ତି।

BJP Breaking News Jharkhand Assembly Elections 2024
Share. Facebook Twitter LinkedIn Email WhatsApp Copy Link

Related Posts

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026
Latest News

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.