Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆମାଜନ ୱେବ ସର୍ଭିସେସ୍ କର୍ମଚାରୀଙ୍କୁ ଶୁଣାଇଲା ଚରମବାଣୀ, ସପ୍ତାହରେ ପାଞ୍ଚଦିନ କାମ କର ନଚେତ କଂପାନୀ ଛାଡ..
ଜାତୀୟ ଖବର

ଆମାଜନ ୱେବ ସର୍ଭିସେସ୍ କର୍ମଚାରୀଙ୍କୁ ଶୁଣାଇଲା ଚରମବାଣୀ, ସପ୍ତାହରେ ପାଞ୍ଚଦିନ କାମ କର ନଚେତ କଂପାନୀ ଛାଡ..

October 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆମାଜନ ୱେବ ସର୍ଭିସେସ୍ କର୍ମଚାରୀଙ୍କୁ ଦେଲା ଚରମବାଣୀ, ସପ୍ତାହରେ ପାଞ୍ଚଦିନ କାମ କର ନଚେତ କଂପାନୀ ଛାଡ..

New Policy Of AWS: ଆମାଜନ ୱେବ ସର୍ଭିସେସ ବା AWS କଂପାନୀର ବଡ ନିଷ୍ପତି। କଂପାନୀର କର୍ମଚାରୀଙ୍କୁ ରୋକଠୋକ ନିର୍ଦ୍ଦେଶ ସପ୍ତାହକୁ ପାଞ୍ଚଦିନ କାମ ଭଲରେ କର ନଚେତ କଂପାନୀ ଛାଡ। କର୍ମଚାରୀଙ୍କ ଏକ ବୈଠକରେ ଏହା ଜଣାଇଛନ୍ତି AWS ର ସିଇଓ ମ୍ୟାଟ ଗାରମାନ। କଂପାନୀ ଆସନ୍ତା ଜାନୁୟାରୀରୁ ସପ୍ତାହରେ ପାଞ୍ଚଦିନିଆ କାମ ନୀତିକୁ ଲାଗୁ କରିବାକୁ ଯାଉଥିବାରୁ ଗାରମାନ ଏହି ଚରମ ବାଣୀ ଶୁଣାଇ ଦେଇଛନ୍ତି।

ଗାରମାନ କହିଛନ୍ତି ଯେ ଯଦି କୌଣସି କର୍ମଚାରୀ ଏପରି ନୀତିରେ ଭଲ କାମ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି ତାହା ହେଲେ କିଛି ଅସୁବିଧା ନାହିଁ। ଆମ ଚାରିପାଖରେ ବହୁତ କଂପାନୀ ରହିଛି। ସେମାନେ ସୁବିଧାରେ ସେଠାକୁ ଯାଇ କାମ କରିପାରିବେ। ଅର୍ଥାତ ଗାରମାନ ସିଧା ସିଧା କହିଛନ୍ତି ଯେ, ଆମ କଂପାନୀ ଛାଡି ଚାଲିଯାଅ। ସେ କହିଛନ୍ତି ସପ୍ତାହରେ ପାଞ୍ଚଦିନିଆ କାମ ଯଦି ଠିକରେ ନ କରିବ ତେବେ ତାହା ଭଲ କଥା ହେବ ନାହିଁ।

ଗାରମାନ କହିଛନ୍ତି ଯେ, ଆମାଜନ ପୂର୍ବରୁ ବହୁ ସଂଘର୍ଷ କରିଛି। ଏପରିକି କର୍ମଚାରୀଙ୍କୁ ତିନିଦିନ ଅଫିସରେ କାମ କରିବା ପାଇଁ କୁହାଯାଇଛି। ହେଲେ ସେଥିରେ କାମ କରିବାର ଯେଉଁ କଷ୍ଟ ତାହା ସେହି ଲୋକମାନେ ହିଁ ଜାଣିଛନ୍ତି। ହେଲେ ବର୍ତ୍ତମାନ ତାଠାରୁ ଆହୁରି ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ଏହାକୁ ଯଦି କୌଣସି କର୍ମଚାରୀ ଠିକରେ ଗ୍ରହଣ କରିବ ନାହିଁ ତେବେ ତାହା ଦୁର୍ଭାଗ୍ୟ ଜନକ ବୋଲି ସେ କହିଛନ୍ତି।

ଗର୍ମନଙ୍କ କହିବାନୁସାରେ, ବର୍ତ୍ତମାନର ତିନି ଦିନିଆ ନୀତି କର୍ମଚାରୀମାନଙ୍କୁ ଏକାଠି କରିବା ଏବଂ ଏକାଠି କାମ କରିବା କଷ୍ଟକର ହୋଇପଡ଼ିଥିଲା। କାରଣ ସେମାନେ ପ୍ରାୟତଃ ବିଭିନ୍ନ ଦିନ ଅଫିସରେ ରହିବେ। ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ଆମାଜନର ନେତୃତ୍ୱ ନୀତି, ଯାହା କମ୍ପାନୀ କିପରି କାର୍ଯ୍ୟ କରେ ତାହା ଅନ୍ୟମାନଙ୍କୁ ମାର୍ଗଦର୍ଶନ କରେ।

ପାଞ୍ଚ ଦିନିଆ କାର୍ଯ୍ୟ ଦିବସକୁ ନେଇ ଅନେକ ଆମାଜନ କର୍ମଚାରୀ ସମାଲୋଚନା କରିଛନ୍ତି। ସେମାନଙ୍କ ମତରେ ବର୍ତ୍ତମାନ ଥିବା ତିନି ଦିନିଆ ନୀତିକୁ ପାଳନ କରି ନ ଥିବା କିଛି କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଭାବରେ ଇସ୍ତଫା ଦେବା ପାଇଁ କୁହାଯାଇଛି।

ଗାରମାନ କହିଛନ୍ତି ଯେ, ମୁଁ ବ୍ୟକ୍ତିଗତ ଭାବେ ପାଞ୍ଚଦିନିଆ କାମ ନୀତିକୁ ନେଇ ବେଶ ଖୁସି ରହିଛି। ଅନ୍ୟମାନେ ମଧ୍ୟ ଖୁସି ଅଛନ୍ତି। ହେଲେ ସେମାନେ ବାହାରେ ପ୍ରକାଶ କରୁ ନାହାଁନ୍ତି। ଗୁଗୁଲ, ମେଟା, ଏବଂ ମାଇକ୍ରୋସଫ୍ଟ ପରି ଅନ୍ୟାନ୍ୟ ବୈଷୟିକ କମ୍ପାନୀ ଅପେକ୍ଷା ଆମାଜନର ରିଟର୍ନ-ଟୁ-ଅଫିସ୍ ଆଭିମୁଖ୍ୟ ଅଧିକ କଠୋର ଅଟେ, ଯାହା ଦୁଇ-ତିନି ଦିନ ଅଫିସ୍ କାର୍ଯ୍ୟ ଆବଶ୍ୟକ କରୁଥିବା ଅଧିକ ନମନୀୟ ନୀତି ଆପଣେଇଛି। ଏଥିରେ ଯେଉଁମାନେ କାମ କରିବେ କରନ୍ତୁ ନଚେତ କଂପାନୀ ଛାଡନ୍ତୁ। ଆମାଜନର ଏପରି ନୀତିକୁ ନେଇ ବିଶ୍ବବ୍ୟାପି ବେଶ ଚର୍ଚ୍ଚା ଚାଲିଛି।

ଆମାଜନ
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026
Latest News

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.