Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରିଲାଏନ୍ସ ଜୁଏଲ୍ସର ସ୍ୱତନ୍ତ୍ର ବିବାହମ୍ କଲେକ୍ସନ ଶୁଭାରମ୍ଭ
ଜାତୀୟ ଖବର

ରିଲାଏନ୍ସ ଜୁଏଲ୍ସର ସ୍ୱତନ୍ତ୍ର ବିବାହମ୍ କଲେକ୍ସନ ଶୁଭାରମ୍ଭ

October 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଭାରତର ଅନ୍ୟତମ ପ୍ରମୁଖ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ଆଗାମୀ ପାର୍ବଣ ଋତୁ ପାଇଁ ଏହାର ନୂତନ ‘ ବିବାହମ୍‌’ୱେଡିଂ କଲେକ୍ସନର ଶୁଭାରମ୍ଭ ଘୋଷଣା କରି ଉତ୍ସାହିତ ରହିଛି। ଏହି ସ୍ୱତନ୍ତ୍ର କଲେକ୍ସନ ପରମ୍ପରା ଓ ଆଧୁନିକ ବିଳାସପୂର୍ଣ୍ଣତାର ସୌନ୍ଦର୍ଯ୍ୟକୁ ଧାରଣ କରିଥିବା ବ୍ରାଇଡାଲ ଜୁଏଲାରୀ ପ୍ରଦାନ କରିବା ପାଇଁ ବ୍ରାଣ୍ଡର ପ୍ରତିବଦ୍ଧତାକୁ ସୁଦୃଢ କରିଛି। ନୂଆ କରି ଶୁଭାରମ୍ଭ ହୋଇଥିବା ଏହି କଲେକ୍ସନରେ ସୁନ୍ଦର ଭାବେ ନିର୍ମିତ ଚୋକର, ବ୍ୟାଙ୍ଗେଲ, ଇୟରିଙ୍ଗ୍‌, ନେକ୍‌ଲେସ୍‌, ହାଥ୍ ଫୁଲ୍‌, ମାଙ୍ଗ ଟିକା, ନୋଜ୍ ରିଙ୍ଗ ଓ ୱେଷ୍ଟ ବେଲ୍ଟ ଆଦି ସାମିଲ ରହିଛି।

ବିବାହମ୍ କଲେକ୍ସନରେ ୮ଟି ସ୍ୱତନ୍ତ୍ର ପିସ୍ ରହିଛି ଯାହାକୁ ଉଭୟ ସୁନା ଓ ହୀରାରେ ନିର୍ମାଣ କରାଯାଇଛି ଏବଂ ଏହା ଆଧୁନିକ ବଧୁଙ୍କ ପାଇଁ ବିଳାସପୂର୍ଣ୍ଣତା ଓ ଆଧୁନିକତାକୁ ଧାରଣ କରିଛି। ଏହି କଲେକ୍ସନରେ ଆଂଚଳିକ ବିବାହ ଅଳଙ୍କାରର ଏକ ବିସ୍ତୃତ ଶୃଙ୍ଖଳା ଅନ୍ତର୍ଭୁକ୍ତ ରହିଛି ଯାହା ବିଭିନ୍ନ ଅଂଚଳର ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟକୁ ପ୍ରତିଫଳନ କରୁଛି। ପରମ୍ପରା ଓ ଆଧୁନିକ ପ୍ରବୃତିର ଏହି ଚିନ୍ତାଶୀଳ ମିଶ୍ରଣ ସୁନିଶ୍ଚିତ କରୁଛି ଯେ, ପ୍ରତ୍ୟେକ ବଧୁ ଏକ ପାରମ୍ପରିକ ସମାରୋହ ହେଉ କିମ୍ବା ଏକ ଗ୍ଲାମରସ୍ ରିସେପ୍ସନ କିମ୍ବା ପାର୍ବଣ ଉତ୍ସବ, ତାଙ୍କର ଅନନ୍ୟ ଶୈଳୀକୁ ପ୍ରତିଫଳନ କରୁଥିବା ଉପଯୁକ୍ତ ପିସ୍‌କୁ ଅନ୍ୱେଷଣ କରିପାରିବେ। ଏହି ଶୁଭାରମ୍ଭକୁ ପାଳନ କରିବା ପାଇଁ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ‘ବ୍ରାଇଡ୍‌ସ ଅଫ୍ ବିବାହମ୍‌’ କ୍ୟାମ୍ପେନ ଶୁଭାରମ୍ଭ କରାଯାଇଛି ଯାହା ଆଧୁନିକ ବଧୁଙ୍କର ଜୀବନ୍ତ ଉତ୍ସାହକୁ ଚିତ୍ରଣ କରିଛି କାରଣ ସେ ଅନନ୍ୟ ଅଳଙ୍କାରଗୁଡିକରେ ସୁସଜ୍ଜିତ ହୋଇ ନିଜର ସ୍ୱତନ୍ତ୍ର ମହୁର୍ତ୍ତକୁ ସେଲିବ୍ରେଟ୍ କରୁଛନ୍ତି- https://www.youtube.com/watch?v=Oy7jKV8zswo

ବିବାହମ କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନୀଲ ନାୟକ କହିଛନ୍ତି, “ ଭାରତରେ ବିବାହ ଗଭୀର ଭାବନାତ୍ମକ ଓ ସାଂସ୍କୃତିକ ମହତ୍ୱକୁ ଧାରଣ କରିଥାଏ ଏବଂ ବ୍ରାଇଡାଲ ଜୁଏଲାରୀ ହେଉଛି ଏହି ଉତ୍ସବଗୁଡିକର କେନ୍ଦ୍ରବିନ୍ଦୁ। ଆମର ବିବାହମ କଲେକ୍ସନ ଏହି ପରମ୍ପରା ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଅଟେ। କଲେକ୍ସନର ପ୍ରତ୍ୟେକ ସେଟ୍ ଚମତ୍କାର ଭାବେ ଆଂଚଳିକ ଐତିହ୍ୟକୁ ଆଧୁନିକତା ସହ ମିଶ୍ରଣ କରୁଛି, ଯାହାକୁ ଆଜିର ବଧୁମାନଙ୍କ ପାଇଁ ନିର୍ମାଣ କରାଯାଇଛି, ଯିଏକି ନିଜର ବ୍ୟକ୍ତିତ୍ୱ ଓ ବ୍ୟକ୍ତିଗତ ଷ୍ଟାଇଲକୁ ଧାରଣ କରିଥାନ୍ତି। କେବଳ ଗୁରୁତ୍ୱପୂର୍ଣ୍ଣ ସମାରୋହରେ ପରିଧାନ କରାଯିବା ପରିବର୍ତେ ଏହି ଜୁଏଲାରୀ ପିସ୍‌ଗୁଡିକ ଭବିଷ୍ୟତରେ ଆଗମୀ ବର୍ଷଗୁଡିକ ପାଇଁ ବହୁମୂଲ୍ୟ ସ୍ମୃତିରେ ପରିଣତ ହୋଇଥାଏ।”

ବିବାହ ଋତୁ ପାଳନ କରିବା ପାଇଁ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଆସନ୍ତା ନଭେମ୍ବର ୧୧ ତାରିଖ ୨୦୨୪ ପର୍ଯ୍ୟନ୍ତ ସୁନା ଅଳଙ୍କାର ମେକିଙ୍ଗ୍ ଚାର୍ଜ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଏବଂ ହୀରା ମୂଲ୍ୟ ଓ ମେକିଙ୍ଗ୍ ଚାର୍ଜ ଉପରେ ୩୦% ପର୍ଯ୍ୟନ୍ତ ରିହାତି ସମେତ ଉତ୍ସାହଜନକ ରିହାତି ପ୍ରଦାନ କରାଯାଉଛି। ବଧୁମାନଙ୍କ ପାଇଁ ଚମତ୍କାର ମୂଲ୍ୟରେ ଆକର୍ଷଣୀୟ ଅଳଙ୍କାରରେ ନିବେଶ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସୁଯୋଗ। ସପର୍‌ମାନେ ଅନ୍‌ଲାଇନ ଓ ୧୮୫ରୁ ଅଧିକ ସହରରେ ରିଲାଏନ୍ସ ଜୁଏଲ୍ସ ଷ୍ଟୋର୍‌ରେ ଉପଲବ୍ଧ ବିବାହମ୍ କଲେକ୍ସନର ବିସ୍ତୃତ ଶୃଙ୍ଖଳାରେ ନିଜକୁ ନିମଜ୍ଜିତ କରିପାରିବେ।

ବିବାହ ଋତୁ ରିଲାଏନ୍‌ସ ଜୁଏଲ୍‌ସ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.