Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗୋଟିଏ ଥଣ୍ଡା ପାନୀୟ ଦାମ ୧୬,୪୦୦ ଟଙ୍କା, ଡେଟିଂ ନାମରେ ଶୋଷୁଥିଲେ ଯୁବତୀ, ବାନ୍ଧିଲା ପୋଲିସ
ଜାତୀୟ ଖବର

ଗୋଟିଏ ଥଣ୍ଡା ପାନୀୟ ଦାମ ୧୬,୪୦୦ ଟଙ୍କା, ଡେଟିଂ ନାମରେ ଶୋଷୁଥିଲେ ଯୁବତୀ, ବାନ୍ଧିଲା ପୋଲିସ

October 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୋଟିଏ ଥଣ୍ଡା ପାନୀୟ ଦାମ ୧୬,୪୦୦ ଟଙ୍କା, ଡେଟିଂ ନାମରେ ଶୋଷୁଥିଲେ ଯୁବତୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ: ଗୋଟିଏ ଥଣ୍ଡା ପାନୀୟ ବା କୋଲଡ୍ ଡ୍ରିଙ୍କିସର ଦାମ ହେଉଛି ୧୬ ହଜାର ୪୦୦ ଟଙ୍କା। ଏହା ଯେ କେହି ଶୁଣିଲେ ସେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବ। କାରଣ ଏତେ ଟଙ୍କାର କୋଲଡ ଡ୍ରିଙ୍କିସ ଅଛି କି ବୋଲି ପ୍ରଶ୍ନ ଉଠିବ। ହେଲେ ତାହା ନୁହେଁ, ପ୍ରକୃତରେ ଏକ କୋଲଡ ଡ୍ରିଙ୍କିସର ଦାମ ଏକ ହୋଟେଲ ତାଙ୍କ ଗ୍ରାହକଙ୍କୁ ଏହି ଟଙ୍କା ଦାବୀ କରିଛି। ଏତେ ଟଙ୍କା କାହିଁକି ବୋଲି ପ୍ରଶ୍ନ କରିବାରୁ ଗ୍ରାହକଙ୍କୁ ମାରଧର କରାଯିବା ସହିତ ପୁଣି ପଚାଶ ହଜାରଟଙ୍କା ଦାବୀ କରାଯାଇଛି।

ତେବେ ଘଟଣାଟି ନୂଆଦିଲ୍ଲୀରେ ଘଟିଛି। ସବୁଠୁ ଆହୁରି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରେମାଳାପ ଲୋଭରେ ଜଣେ ପୁରୁଷ ଏହି ଘଟଣାରେ ଫସିଯାଇଛନ୍ତି। ଯିଏ କି ହଟହଟା ହେବା ସହିତ ଗୋଟିଏ ଥଣ୍ଡା ପାନୀୟ ଏତେ ଦାମ ଦେବାକୁ ବାଧ୍ୟ ହେଉଥିଲା। ପରବର୍ତ୍ତି ସମୟରେ ପୋଲିସ ଖବର ପାଇବା ପରେ ସେଠାରେ ପହଞ୍ଚି ଏକ ବଡ ରାକେଟର ପର୍ଦ୍ଦା ଫାର୍ସ କରିଛି।

ଘଟଣାଟି ହେଲା ଜଣେ ବ୍ୟକ୍ତିଙ୍କୁ ଜଣେ ଯୁବତୀ ହ୍ବାଟସଆପ ରେ ଏକ ମେସେଜ ପଠାଇଲେେ। ସେଥିରେ ତାଙ୍କ ସହିତ ଡେଟିଂ ବା ହୋଟେଲରେ ବସି ପ୍ରେମାଳାପ କରିବା ପାଇଁ ନିମନ୍ତ୍ରଣ କଲେ। ଏହା ପାଇବା ପରେ ସେହି ବ୍ୟକ୍ତି ଜଣଙ୍କ ଖୁସି ହୋଇ ସେଥିରେ ଥିବା ଠିକଣାରେ ଗାଜିଆବାଦର କୌଶମ୍ବୀ ମେଟ୍ରୋ ଷ୍ଟେସନ ନିକଟରେ ପହଞ୍ଚି ଯାଇଥିଲେ। ସେଠାରେ ଅପେକ୍ଷାରତ ସେହି ଯୁବତୀଙ୍କ ସହ ଭେଟ ହେବାପରେ ଉଭୟ କୌଶମ୍ବୀ ହୋଟେଲର ପ୍ରଥମ ମହଲାକୁ ଯାଇଥିଲେ। ସେଠାରେ ଟାଇଗର କାଫେରେ ଉଭୟ ବସି କଥାବାର୍ତ୍ତା ସହିତ ଖାଦ୍ୟ ପାନୀୟ ଅର୍ଡର କରିଥିଲେ।

ମହିଳାଙ୍କ ହାବଭାବ ଦେଖି ସେହି ବ୍ୟକ୍ତି ଜଣଙ୍କର ସନ୍ଦେହ ହୋଇଥିଲା। ତେବେ ସେହି ବ୍ୟକ୍ତିଙ୍କର ନଜର ହଠାତ ସେଠାରେ ମରାଯାଇଥିବା ବିଭିନ୍ନ ଖାଦ୍ୟ ପଦାର୍ଥର ଦାମ ଉପରେ ନଜର ଆସିଥିଲା। ସେଥିରେ ବିଭିନ୍ନ ଖାଦ୍ୟ ପଦାର୍ଥର ଯେଉଁ ଦାମ ଲେଖାଯାଇଥିଲା ତାହା ତାଙ୍କୁ ହତବାକ କରିଥିଲା। ତାପରେ ସେ ଏକ ମାୟାବିନୀ ଜାଲରେ ଫସିଯାଇଛନ୍ତି ବୋଲି ସ୍ପଷ୍ଟ ହୋଇଗଲେ। ସେ ନିଶ୍ଚିତ ହେଲେ ଯେ, ଏ ଯୁବତୀ ଏଠାରେ ଏକା ନ ଥିବ, ଏମାନଙ୍କର ଏକ ଗ୍ୟାଗ ଏଠାରେ ଛକି ରହିଥିବେ।

ଏହାପରେ ସେହି ବ୍ୟକ୍ତି ଜଣଙ୍କ ତାଙ୍କର ଜଣେ ବନ୍ଧୁଙ୍କୁ ନିଜର ଲାଇଭ୍ ଲୋକେସନ ପଠାଇ ସାହାଯ୍ୟ କରିବା ପାଇଁ ନିବେଦନ କରିଥିଲେ। ଏହି ମେସେଜ ପାଇବା ପରେ ତାଙ୍କ ବନ୍ଧୁ ତୁରନ୍ତ ପୋଲିସ ସହିତ ଯୋଗାଯୋଗ କରିଥିଲେ। ଇତିମଧ୍ୟରେ ଖାଦ୍ୟପାନୀୟ ଶେଷ ହେବା ପରେ ସେହି ଯୁବତୀ କୁଆଡେ ଉଭାନ ହୋଇଯାଇଥିଲେ। ସେହି ବ୍ୟକ୍ତି ବିଲ ଦେବା ପାଇଁ ଯିବା ପରେ ଗୋଟିଏ କୋଲଡ୍ରିଙ୍କସ ଦାମ ୧୬,୪୦୦ ଟଙ୍କା ଦେଖି ପ୍ରଶ୍ନ କରିଥିଲେ। ହେଲେ କାଫେ ତରଫରୁ ସେହି ବିଲ ଦେବା ପାଇଁ ତାଙ୍କୁ ବାଧ୍ୟ କରିଥିଲେ। ଏପରିକି ତାଙ୍କୁ ଏକ ଘର ଭିତରକୁ ନେଇ ବାନ୍ଧି ଦେଇଥିଲେ।

ଏହି ସମୟ ଭିତରେ ସେଠାରେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହିତ ଏହି ଘଟଣାର ଛାନଭିନ କରିଥିଲେ। ସେହିଠାରେ ସେମାନେ ଜାଣିବାକୁ ପାଇଥିଲେ ଯେ, ଯୁବକମାନଙ୍କୁ ଡେଟିଂ କରି ସେମାନଙ୍କଠାରୁ ପଇସା ଆଦାୟ କରାଯାଉଥିଲା। ଏହାପରେ ଅଧିକ ତଦନ୍ତ କରି ପୋଲିସ ଜାଣିବାକୁ ପାଇଲା ଯେ, ଏହି ଜାଲିୟାତି ଆଠ ଜଣ ଅପରେଟ କରୁଥିଲେ। ସେମାନଙ୍କ ମଧ୍ୟରେ ପାଞ୍ଚ ଜଣ ଯୁବତୀ ଏବଂ ତିନି ଜଣ ପୁରୁଷ ଅଛନ୍ତି। ଯୁବତୀମାନଙ୍କର ବିଭିନ୍ନ ଡେଟିଂ ଆପ ସହିତ ପଞ୍ଜିକରଣ ରହିଛି। ସେମାନେ ଯୁବକମାନଙ୍କୁ ଏପରି ଫସାଇ ସେହି ଟାଇଗର କାଫେକୁ ଆଣୁଥିଲେ। କାଫେ ମାଲିକଙ୍କ ସହିତ ମିଶି ସେମାନଙ୍କର ଏହି କାରବାର ଚାଲିଥିଲା। ଗାଜିଆବାଦ କମିସନରେଟ ପୋଲିସ ଏହାର ପର୍ଦ୍ଦା ଫାର୍ସ କରାଇ ସମସ୍ତଙ୍କୁ ଗିରଫ କରିଛି।

onlinedating ଡେଟିଂ ଆପ୍
Share. Facebook Twitter LinkedIn Email WhatsApp Copy Link

Related Posts

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026

ରାହୁଲ ଗାନ୍ଧୀଙ୍କ ସମେତ ୨୫ ସାଂସଦଙ୍କୁ ଗୁଳି ଧମକ ମାମଲା: ପୋଲିସ ହେପାଜତରେ ଅଭିଯୁକ୍ତ

February 19, 2026
Latest News

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.