Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାତ୍ୟା ପରର ଦୁଃଖ, ୧୯୬୫ ରୁ ଉର୍ଦ୍ଧ୍ଵ ଗଛ କାଟି ରାସ୍ତା ସଫା କଲେ ଅଗ୍ନିଶମ କର୍ମଚାରୀ, ୨୨ ଜଣଙ୍କୁ ଉଦ୍ଧାର
ଜାତୀୟ ଖବର

ବାତ୍ୟା ପରର ଦୁଃଖ, ୧୯୬୫ ରୁ ଉର୍ଦ୍ଧ୍ଵ ଗଛ କାଟି ରାସ୍ତା ସଫା କଲେ ଅଗ୍ନିଶମ କର୍ମଚାରୀ, ୨୨ ଜଣଙ୍କୁ ଉଦ୍ଧାର

October 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
cyclonepost
ବାତ୍ୟା ପରର ଦୁଃଖ, ୧୯୬୫ ରୁ ଉର୍ଦ୍ଧ୍ଵ ଗଛ କାଟି ରାସ୍ତା ସଫା କଲେ ଅଗ୍ନିଶମ କର୍ମଚାରୀ, ୨୨ ଜଣଙ୍କୁ ଉଦ୍ଧାର

ଭୁବନେଶ୍ବର: ବାତ୍ୟା “ଦାନା” ସ୍ଥଳଭାଗ ଛୁଇଁବାର ଆଜକୁ ପ୍ରାୟ ତିନି ଦିନ ହୋଇଗଲାଣି । ଏହା ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ବାତ୍ୟାର ଓ ତତ୍ ଜନିତ ବନ୍ୟାର ପ୍ରକୋପରେ ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡିକରେ ଯେଉଁଠାରେ କି ଅଦ୍ୟାବଧି ପରିସ୍ଥିତିକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଅଣାଯାଇପାରି ନାହିଁ, ସେଠାକୁ ଅଗ୍ନିଶମ ମହାନିର୍ଦ୍ଦେଶକଙ୍କ ଆଦେଶରେ ଅତିରିକ୍ତ ଅଗ୍ନିଶମ କର୍ମଚାରୀ ନିୟୋଜିତ କରାଯାଇ ତତ୍ପରତାର ସହ ଦିବାରାତ୍ର ଏକ କରି କାର୍ଯ୍ୟ ପନ୍ଥାକୁ ତ୍ଵରାନିତ କରାଯାଇଛି ।

ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ସ୍ତରୀୟ ଅଧିକାରୀଙ୍କ ଅନୁରୋଧ କ୍ରମେ ପ୍ରାୟ ଅଧିକାଂଶ ଅଞ୍ଚଳରେ ଅଗ୍ନିଶମ କର୍ମଚାରୀଙ୍କ ସଫଳ ଉଦ୍ୟମରେ ଅନେକ ସମ୍ବେଦନଶୀଳ ସ୍ଥାନ, ରାସ୍ତା, ଘର, ସରକାରୀ ଦପ୍ତର, ଡାକ୍ତରଖାନା ଓ ବିଦ୍ୟାଳୟ ପରିସର ମାନଙ୍କରେ ବିଦ୍ୟୁତ୍ ର ପୁନଃ ସଂଯୋଗୀକରଣ, ରାସ୍ତାଘାଟ ଗମନାଗମନ ଯୋଗ୍ୟ, ଘର ଗୁଡିକୁ ବିପଦମୁକ୍ତ ଓ ଜଳମଗ୍ନ ସ୍ଥାନ ଗୁଡିକ ରେ ଫସି ରହିଥିବା ଲୋକ ମାନଙ୍କୁ ପର୍ଯ୍ୟାୟକ୍ରମେ ଉଦ୍ଧାର କରାଯିବା ସହ ଜଳ ନିଷ୍କାସନ କରାଯାଇସାରିଲାଣି ।

ଆଜି ବାଲେଶ୍ଵର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନ ମାନଙ୍କରେ ରାସ୍ତା କିମ୍ବା କୌଣସି ବ୍ୟକ୍ତିଗତ ଜାଗାରେ ଅବରୋଧ କରି ରହିଥିବା ଗଛ ଗୁଡିକୁ କାଟି ପୁନଃ ଥଇଥାନ ନିମନ୍ତେ ଅଗ୍ନିଶମ କର୍ମଚାରୀମାନେ କାର୍ଯ୍ୟ ଚଳାଇଛନ୍ତି ।

ଉକ୍ତ କାର୍ଯ୍ୟରେ ଅପରାହ୍ଣ ୪ ଘଟିକା ସୁଦ୍ଧା ହସ୍ତଗତ ହୋଇଥିବା ବିବରଣୀ ଅନୁସାରେ ସମୁଦାୟ ୭୪୫ ଟି ସ୍ଥାନରେ ୧୯୬୫ ରୁ ଉର୍ଦ୍ଧ୍ଵ ଗଛ କାଟି ରାସ୍ତା ସଫା କରାଯାଇ ଗମନାଗମନ ଯୋଗ୍ୟ କରାଯାଇଛି ଓ ୨୫୦ ରୁ ଉର୍ଦ୍ଧ୍ଵ ଘରକୁ ବିପଦମୁକ୍ତ କରାଯାଇଥିଲା । ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଅନେକ ସମ୍ବେଦନଶୀଳ ଜାଗା, ତଳିଆ ଅଞ୍ଚଳ, ବସ୍ତି, ବିଭିନ୍ନ କଲୋନୀ, ପଞ୍ଚାୟତର ସ୍ଥାନେ ସ୍ଥାନେ ଆଂଶିକ ବନ୍ୟା ପରିସ୍ଥିତି ହେତୁ ନଦୀ ଜଳସ୍ତର ବୃଦ୍ଧି ପାଇ ବନ୍ୟା ଜଳ ପ୍ରବେଶ କରିଛି, ଯାହାକୁ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପମ୍ପ ବ୍ୟବହାର କରି ଜଳ ନିଷ୍କାସନ କରାଯାଇଛି ।

ଗତ ସନ୍ଧ୍ୟା ସମୟରେ ୩ ଜଣ ଲୋକ ବାଲେଶ୍ଵର ଜିଲ୍ଲାର ଦହପଡା ଠାରେ ଏକ ଆଜବେଷ୍ଟସ ଘର ଉପରେ ଓ କେଶପୁର ଠାରେ ଜନୈକ ବ୍ୟକ୍ତି ଭୋକ ଉପାସରେ ଜଳବନ୍ଦୀ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ଫସି ରହିଥିଲେ । ଉକ୍ତ ଘଟଣାର ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଅନ୍ଧକାର ଭଳି ପ୍ରତିକୂଳ ପରିସ୍ଥିତି ରେ ବହୁକଷ୍ଟରେ ଜୀବନ୍ତ ଓ ଅକ୍ଷତ ଭାବେ ସେମାନଙ୍କୁ ପାୱାର ବୋଟ୍ ମାଧ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଯେଉଁଥିପାଇଁ ଅଗ୍ନିଶମ ସେବା ସଂସ୍ଥା ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସିତ ହୋଇଛି । ଏହିପରି ଭାବେ ଉପରୋକ୍ତ ୪ ଜଣ ବ୍ୟକ୍ତି ମିଶାଇ ସମୁଦାୟ ୨୨ ଜଣଙ୍କୁ ପାୱାର ବୋଟ୍ ସାହାଯ୍ୟରେ ଜଳମଗ୍ନ ଅଞ୍ଚଳରୁ ଉଦ୍ଧାର କରାଯାଇଛି ।

ଆଜି ଦିନ ଗୋଟାଏ ସମୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସ୍ଵତନ୍ତ୍ର ରିଲିଫ କମିଶନର, ଜିଲ୍ଲା ପ୍ରଶାସନ (ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ) ଓ ମହାନିର୍ଦ୍ଦେଶକ, ଡଃ. ସୁଧାଂଶୁ ଷଡଙ୍ଗୀ, ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଏକ ଭର୍ଚୁଆଲ ମିଟିଂ ମାଧ୍ୟମରେ ଉଦ୍ଧାର ଓ ପୁନଃ ଥଇଥାନ କାର୍ଯ୍ୟର ସମୀକ୍ଷା କରି ଅବଶିଷ୍ଟ କାର୍ଯ୍ୟକୁ ତ୍ଵରିତ ସମାପନ କରିବା ପାଇଁ ସ୍ଥିରୀକୃତ ହୋଇଥିଲା ।

ଏହାକୁ ଆଧାରକରି ମହାନିର୍ଦ୍ଦେଶଙ୍କ ନିର୍ଦ୍ଦେଶକ୍ରମେ, ମୁଖ୍ୟ ଅଗ୍ନିଶମାଧିକାରୀ (ଏସ୍.ଏ.ଜି.) ଶ୍ରୀ ଦେବେନ୍ଦ୍ର କୁମାର ସ୍ଵାଇଁ ଅନ୍ୟ ବରିଷ୍ଠ ଅଗ୍ନିଶମ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି କାର୍ଯ୍ୟକୁ ଯଥାଶୀଘ୍ର ସମାପ୍ତ କରିବା ସହିତ ଜନସାଧାରଣଙ୍କ ଆଶ୍ଵସ୍ତି ଲାଭ ପାଇଁ କାମନା କରିଥିଲେ ।

Cyclone Dana ବାତ୍ୟା ବାତ୍ୟାରେ ଅଗ୍ନିଶମ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତୀୟ ନୌସେନାରେ ସାମିଲ ହେବ INAS 335

December 17, 2025

ଖୁବ୍‌ଶୀଘ୍ର ଭାରତରେ ଟୟୋଟା ଲଞ୍ଚ କରିବ ପ୍ରଥମ ଇଲେକ୍ଟ୍ରିକ୍ କାର: ଜାଣନ୍ତୁ ମୂଲ୍ୟ ଓ ପରିସର

December 17, 2025

କୁଚ ବିହାର ଟ୍ରଫି: ହିମାଚଳ ପ୍ରଦେଶର ପ୍ରଥମ ପାଳିରେ 181 ରନ, ଓଡିଶାର 44/0

December 17, 2025

ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ବାର୍ଷିକ ଉତ୍ସବ ”ବସ୍ତାନି” ଉଦଯାପିତ

December 17, 2025
Latest News

ଭେନେଜୁଏଲା ଉପରେ ଟ୍ରମ୍ପଙ୍କ ବଡ କଟକଣା: ତେଲ ଟ୍ୟାଙ୍କରଗୁଡ଼ିକୁ ନିଷେଧ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି

December 17, 2025

ଆଜି ଭାରତୀୟ ନୌସେନାରେ ସାମିଲ ହେବ INAS 335

December 17, 2025

ଖୁବ୍‌ଶୀଘ୍ର ଭାରତରେ ଟୟୋଟା ଲଞ୍ଚ କରିବ ପ୍ରଥମ ଇଲେକ୍ଟ୍ରିକ୍ କାର: ଜାଣନ୍ତୁ ମୂଲ୍ୟ ଓ ପରିସର

December 17, 2025

କୁଚ ବିହାର ଟ୍ରଫି: ହିମାଚଳ ପ୍ରଦେଶର ପ୍ରଥମ ପାଳିରେ 181 ରନ, ଓଡିଶାର 44/0

December 17, 2025

ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ବାର୍ଷିକ ଉତ୍ସବ ”ବସ୍ତାନି” ଉଦଯାପିତ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.