Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୁଖ୍ୟମନ୍ତ୍ରୀଙ୍କ ହେୟଜ୍ଞାନ ପ୍ରସଂଗ, ବିଜେଡିର ଅଭିଯୋଗ କିଏ ଏପରି କରୁଛି ଏହା ସ୍ପଷ୍ଟ କରାଯାଉ
ଜାତୀୟ ଖବର

ମୁଖ୍ୟମନ୍ତ୍ରୀଙ୍କ ହେୟଜ୍ଞାନ ପ୍ରସଂଗ, ବିଜେଡିର ଅଭିଯୋଗ କିଏ ଏପରି କରୁଛି ଏହା ସ୍ପଷ୍ଟ କରାଯାଉ

October 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀଙ୍କ ହେୟଜ୍ଞାନ ପ୍ରସଂଗ, ବିଜେଡିର ଅଭିଯୋଗ କିଏ ଏପରି କରୁଛି ଏହା ସ୍ପଷ୍ଟ କରାଯାଉ

ଭୁବନେଶ୍ବର: ଆଜି ଦୁର୍ନିତି ନିବାରଣ ସପ୍ତାହ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଯେଉଁ ବିବୃତି ଦେଇଛନ୍ତି ତାହାକୁ ନେଇ ଓଡିଶା ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସଭାରେ କହିଲେ ଯେ, ମୋତେ କେହି ହେୟଜ୍ଞାନ କରନ୍ତୁ ନାହିଁ। ବର୍ତ୍ତମାନ ଟ୍ରେଲର ଚାଲିଛି, ପୁରା ଫିଲ୍ମ ପାଇଁ ଅପେକ୍ଷା କରନ୍ତୁ।

ଏହାକୁ ନେଇ ବିଜେଡି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଶ୍ରୀ ଲେନିନ ମହାନ୍ତି ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଶେଷରେ ମୁଖ୍ୟମନ୍ତ୍ରୀ ମାନିଲେ ଯେ, ସେ ଅସହାୟ। କାରଣ ଏପରି ନ ହୋଇଥିଲେ ସେ କେବେ ବି ନିଜକୁ କେହି ହେୟଜ୍ଞାନ କରନ୍ତୁ ନାହିଁ ବୋଲି କହି ନ ଥାଆନ୍ତେ। ଏହା ଦ୍ବାରା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ପୁରା ଅସାହୟ ବୋଲି ଶ୍ରୀ ଲେନିନ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଭଲ ହୋଇ ଥାଆନ୍ତା ଯଦି ମୁଖ୍ୟମନ୍ତ୍ରୀ ସେମାନଙ୍କ ନାମ ପ୍ରକାଶ କରିଥାଆନ୍ତେ। କାରଣ ତାଙ୍କୁ କେଉଁମାନେ ହେୟଜ୍ଞାନ କରୁଛନ୍ତି ଅନ୍ତତଃ ପକ୍ଷେ ଓଡିଶା ଜନସାଧାରଣ ଜାଣିପାରି ଥାଆନ୍ତେ। ସେ କଣ ଅଧିକାରୀମାନଙ୍କ ଦ୍ବାରା ହେୟଜ୍ଞାନ ହେଉଛନ୍ତି କି, ସେ କଣ ମନ୍ତ୍ରୀମାନଙ୍କ ଦ୍ବାରା ହେୟଜ୍ଞାନ ହେଉଛନ୍ତି କି, ସେ କଣ ବିଜେପି ନେତାମାନଙ୍କ ଦ୍ବାରା ହେୟଜ୍ଞାନ ହେଉଛନ୍ତି କି ? ମୁଖ୍ୟମନ୍ତ୍ରୀ ଏହା ସ୍ପଷ୍ଟ କରିବାର ଆବଶ୍ୟକତା ଥିଲା ବୋଲି ଶ୍ରୀ ଲେନିନ କହିଛନ୍ତି।

ସେହିପରି ପୁରା ଫିଲ୍ମକୁ ଅପେକ୍ଷା କରନ୍ତୁ ପ୍ରସଂଗରେ ଶ୍ରୀ ଲେନିନ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ନିକଟରେ ମୁଖ୍ୟମନ୍ତ୍ରୀ ଏକ ଯାତ୍ରା ପେଣ୍ଡାଲ ଉପରେ ଛିଡା ହୋଇ ଭାଷଣ ଦେଇଥିଲେ। ଏବେ କହିଲେ ପୁରା ଫିଲ୍ମ ରହିଛି ଅପେକ୍ଷା କରନ୍ତୁ। ତେବେ  ମୁଖ୍ୟମନ୍ତ୍ରୀ ସେହି ଫିଲ୍ମରେ କି ପ୍ରକାରର ଅଭିନୟ କରୁଛନ୍ତି ତାହା ଦେଖିବାକୁ ଆମେ ଅପେକ୍ଷା ରଖିଛୁ ବୋଲି ଶ୍ରୀ ଲେନିନ କହିଛନ୍ତି।

ସେହିପରି ସେ କହିଛନ୍ତି ଯେ, ଆମ ମୁଖ୍ୟମନ୍ତ୍ରୀଙ୍କୁ କେହି ହେୟଜ୍ଞାନ କରୁ ତାହା ଆମେ ଚାହୁଁ ନାହୁଁ। ହେଲେ ଆଜି ତାଙ୍କ ବ୍ୟକ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ ମନରେ କୋହ ଭରି ରହିଛି। ସେ ଦୁଃଖି ଅଛନ୍ତି। ସେ ସ୍ପଷ୍ଟ କଲେ ଯେ, ତାଙ୍କୁ ବହୁ ଲୋକ ହେୟଜ୍ଞାନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ହେୟଜ୍ଞାନ ପ୍ରସଂଗ ଓଡିଶା ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

ମୋହନ ମାଝୀ ହେୟଜ୍ଞାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ବିଧାନସଭା, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ

February 16, 2026

ରୋହିତ ଶେଟ୍ଟୀଙ୍କ ଘରେ ଗୁଳି ଚଳାଇବା ମାମଲା: ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କଲା ମୁମ୍ବାଇ ପୋଲିସ

February 16, 2026

“ଆରଏସଏସ ହେଉଛି ଶୈତାନ, ବିଜେପି ଏହାର ଛାଇ…”: ସଂଘ ଉପରେ ବର୍ଷିଲେ କଂଗ୍ରେସ ନେତା

February 16, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 16, 2026
Latest News

ଆସନ୍ତାକାଲି ବିଧାନସଭା, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ

February 16, 2026

ରୋହିତ ଶେଟ୍ଟୀଙ୍କ ଘରେ ଗୁଳି ଚଳାଇବା ମାମଲା: ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କଲା ମୁମ୍ବାଇ ପୋଲିସ

February 16, 2026

“ଆରଏସଏସ ହେଉଛି ଶୈତାନ, ବିଜେପି ଏହାର ଛାଇ…”: ସଂଘ ଉପରେ ବର୍ଷିଲେ କଂଗ୍ରେସ ନେତା

February 16, 2026

ଭାରତ ଠାରୁ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଶାହିଦ ଆଫ୍ରିଦି କ୍ଷୁବ୍ଧ: ଜ୍ୱାଇଁ ଶାହିନଙ୍କୁ କଲେ ଭର୍ତ୍ସନା

February 16, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.