Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବେଦାନ୍ତ କଂପାନୀ ବିରୋଧରେ ରାୟଗଡାରୁ ଭୁବନେଶ୍ବର ପର୍ଯ୍ୟନ୍ତ ରାଲି କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ଧମକ
ଜାତୀୟ ଖବର

ବେଦାନ୍ତ କଂପାନୀ ବିରୋଧରେ ରାୟଗଡାରୁ ଭୁବନେଶ୍ବର ପର୍ଯ୍ୟନ୍ତ ରାଲି କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ଧମକ

October 31, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Vedanta
ବେଦାନ୍ତର ସିଜିମାଳି ଖଣି ବିରୋଧରେ ରାୟଗଡାରୁ ଭୁବନେଶ୍ବର ରାଲି କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ଧମକ

ଭୁବନେଶ୍ବର: ବେଦାନ୍ତ କଂପାନୀକୁ ଦିଆଯାଇଥିବା ସିଜିମାଳି ଖଣି ବିରୋଧରେ ତାତିଛନ୍ତି ସ୍ଥାନୀୟ ବାସିନ୍ଦା। ବେଦାନ୍ତ କଂପାନୀ ଏବଂ ତାଙ୍କ ଦ୍ବାରା ନିଯୁକ୍ତ ପରିବହନ କଂପାନୀ ମୈତ୍ରୀ ବିରୋଧରେ ବଡ ଧରଣର ଆନ୍ଦୋଳନର ଦାନା ବାନ୍ଧିବାରେ ଲାଗିଛି। ବେଦାନ୍ତ କଂପାନୀ  ପାଇଁ ସିଜିମାଳି ଖଣି ଅଧିଗ୍ରହଣ କରିବାକୁ ମୈତ୍ରୀ କଂପାନୀ ଦାଦାଗିରି କରୁଛି ବୋଲି ଅଭିଯୋଗ କରାଯାଇଛି। ଯଦି ତାହା ବନ୍ଦ ନ ହୁଏ ତେବେ ଆଗାମୀ ଦିନରେ ହଜାର ହଜାର ଆଦିବାସୀ ରାୟଗଡାରୁ ଭୁବନେଶ୍ବରକୁ ପ୍ରାୟ 400 କିଲୋମିଟର ଧରି ଏକ ରାଲି କରିବେ ବୋଲି ଧମକ ଦିଆଯାଇଛି।

କିଛିଦିନ ତଳେ ଭବାନୀପାଟଣାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଚେତାବନୀ ଦେଇଛି ମା, ମାଟି, ମାଳି ସୁରକ୍ଷା ମଞ୍ଚ। ଏହି ସଂଗଠନର ସଭାପତି ଶ୍ରୀ ସୁବାଷ ସିଂ ମାଝୀ କହିଛନ୍ତି ଯେ, ବେଦାନ୍ତ କଂପାନୀ ନୀରିହ ଆଦିବାସୀମାନଙ୍କୁ ଡରାଇ ଧମକାଇ ଖଣି ଅଧିଗ୍ରହଣ କରିବାକୁ ଚାହୁଁଛି। ବିଭିନ୍ନ ଆଦିବାସୀଙ୍କ ନାମରେ ମିଥ୍ୟା କେସ କରି ସେମାନଙ୍କୁ ହଇରାଣ କରାଯାଉଛି। ଜଣେ ଆଦିବାସୀ ନେତା କାର୍ତ୍ତିକ ନାୟକଙ୍କୁ ଗିରଫ କରି ଜେଲ ଭିତରେ ରଖାଯାଇଛି। ଏହା ବିରୋଧରେ ଏକ ବଡ ଧରଣର ଆନ୍ଦୋଳନ ହେବ ବୋଲି ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ, ବେଦାନ୍ତ କଂପାନୀ ପ୍ରଶାସନକୁ ହାତ କରି ନକଲି ଗ୍ରାମସଭା ମାଧ୍ୟମରେ ଲୋକଙ୍କ ଦସ୍ତଖତ ନିଆଯାଇଛି। ଏଥିରେ ସେମାନେ ସିଜିମାଳ ଜଙ୍ଗଲଜମିର କିସମ ପରିବର୍ତ୍ତନ ପାଇଁ କୁଆଡେ ଅନୁମତି ଦେଇଛନ୍ତି ବୋଲି କୁହାଯାଇଛି। ହେଲେ ତାହା ସଂପୂର୍ଣ୍ଣ ମିଥ୍ୟା। କଂପାନୀ ସିଜିମାଳ ଅଞ୍ଚଳ ଲୋକଙ୍କୁ ନ ନେଇ ବାହାର ଲୋକଙ୍କୁ ବସାଇ ଗ୍ରାମସଭା କରାଯାଇଛି। ସେମାନଙ୍କ ଫଟୋ ଉଠାଇ ଦସ୍ତଖତ କରି ନିଆଯାଇଛି। ହେଲେ ଏହା ଏକ ନକଲି ଗ୍ରାମସଭା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହା ବିରୋଧରେ ଦୃଢ ପ୍ରତିବାଦ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୁରକ୍ଷା ମଞ୍ଚ ତରଫରୁ କୁହାଯାଇଛି।

ମଞ୍ଚର ଅନ୍ୟ ସଦସ୍ୟ ମଧ୍ୟ ବେଦାନ୍ତର ମନମୁଖୀ ଶାସନକୁ ତୀବ୍ର ବିରୋଧ କରିଥିଲେ। ସେମାନେ କହିଛନ୍ତି ଯେ, ଜୀବନ ଦେଇଦେବୁ ପଛେ ଆମେ ବେଦାନ୍ତକୁ ସିଜିମାଳି ଖଣି କେବେ ଛାଡିବୁ ନାହିଁ। ଏ ନେଇ ମଞ୍ଚ ତରଫରୁ ଏକ ଦାବୀ ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ନିରୀହ ଆଦିବାସୀଙ୍କ ଦୁଃଖ ବୁଝନ୍ତୁ ବୋଲି ଦାବୀ କରାଯାଇଛି। ଯଦି କେହି ନ ଶୁଣିବେ, ତେବେ ରାୟଗଡାରୁ ଭୁବନେଶ୍ବରକୁ ବେଦାନ୍ତ ବିରୋଧରେ ପ୍ରତିବାଦ ଶୋଭାଯାତ୍ରା ( 400 କିଲୋମିଟର)  କରାଯିବ ବୋଲି ଧମକ ଦିଆଯାଇଛି।

ତେବେ ଏ ନେଇ ବେଦାନ୍ତ କିମ୍ବା ମୈତ୍ରୀ କଂପାନୀ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ବେଦାନ୍ତ କଂପାନୀ ମୈତ୍ରୀ କଂପାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026
Latest News

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.