Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଶ୍ରୀ ଶ୍ରୀ ରବିଶଙ୍କର, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ
ଜାତୀୟ ଖବର

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଶ୍ରୀ ଶ୍ରୀ ରବିଶଙ୍କର, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

November 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Rabisankar
ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଶ୍ରୀ ଶ୍ରୀ ରବିଶଙ୍କର, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

କଟକ: ଆଧ୍ୟାତ୍ମ-ଗୁରୁ ତଥା ‘ଆର୍ଟ ଅଫ ଲିଭିଂ’ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଗୁରୁଦେବ ରବିଶଙ୍କର ଆସନ୍ତା ୧୦ ନଭେମ୍ବରରୁ ୧୩ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଏକ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।

ତାଙ୍କର ଏହି ଗସ୍ତ କାଳରେ ଗୁରୁଦେବ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସେଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ, ଆର୍ଟ ଅଫ୍ ଲିଭିଂର ସମସ୍ତ ସ୍ବେଛାସେବୀ ଗୁରୁଦେବଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବାକୁ ଅପେକ୍ଷା କରି ରହିଛନ୍ତି।

ନଭେମ୍ବର ୧୦ ତାରିଖ (ରବିବାର) ବିଶ୍ୱବିଦ୍ୟାଳୟ ପରିସରରେ ଏକ ଶିକ୍ଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀ ରେ ବିଭିନ୍ନ ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅଂଶଗ୍ରହଣ କରିବେ। ଏହି ଐତିହାସିକ ସମ୍ମିଳନୀ ନିଶ୍ଚିତ ଭାବରେ ଶିକ୍ଷାବିତ୍ ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟକ୍ରମ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଶା କରାଯାଇଛି।

ଗୁରୁଦେବ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଆଜୀବନ ସଭାପତି ଭାବରେ ନଭେମ୍ବର ୧୦ ତାରିଖ ସନ୍ଧ୍ୟା ସମୟରେ, ଏହାର ଏକାଦଶ ସମାବର୍ତ୍ତନ ଉତ୍ସବର ପୌରାହିତ୍ୟ କରିବେ। ରାଜନୀତି ଏବଂ ଶିକ୍ଷା କ୍ଷେତ୍ରର ବହୁ ସ୍ୱନାମଧନ୍ୟ ବ୍ୟକ୍ତିବିଶେଷ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ନଭେମ୍ବର ୧୧ ତାରିଖ ବିଶ୍ୱବିଦ୍ୟାଳୟ ପରିସରରେ ଏକ ରୁଦ୍ର ପୂଜା ଅନୁଷ୍ଠିତ ହେବ। ଏହାପରେ ବିଖ୍ୟାତ ନିବେଶକ ତଥା ଶିଳ୍ପପତି ଶ୍ରୀ ଟିମ୍ ଡ୍ରାପ୍ପର ଙ୍କ ଉପସ୍ଥିତିରେ ଏକ ଧାରାବାହିକ କାର୍ଯ୍ୟକ୍ରମ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ। ସନ୍ଧ୍ୟାରେ ଏକ ସତସଂଗ କାର୍ଯ୍ୟକ୍ରମ ଆୟୋଜିତ ହେବ।

ପୂଜ୍ୟ ଗୁରୁଦେବଙ୍କ ଗସ୍ତ ପରିପ୍ରେକ୍ଷୀରେ ନଭେମ୍ବର ୮ ଓ ୯ ତାରିଖ ପୁରାତନ ବିଦ୍ୟାର୍ଥୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ। ଏହି ଅବସରରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବହୁ ଉଚ୍ଚ ପଦପଦବୀରେ ଅବସ୍ଥାପିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀମାନେ ଏକାଠି ହେବେ।

ଏହାପରେ ନଭେମ୍ବର ୧୨ ତାରିଖ ଗୁରୁଜୀ ଆଉ କିଛି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ। ଏଥିସହିତ ନଭେମ୍ବର ୧୩ ତାରିଖ ତାଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ଶେଷ ହେବ । ସମ୍ପ୍ରତି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ୫୫ଟି ସ୍ନାତକ, ସ୍ନାତକୋତ୍ତର ଏବଂ ଉପାଧ୍ୟୁତ୍ତର ବିଭାଗରେ ଅଢ଼େଇ ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ଅଧ୍ୟୟନରତ ଅଛନ୍ତି।

ଏମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଓଡ଼ିଶା ସମେତ ୨୮ଟି ରାଜ୍ୟ ଏବଂ ୭ଟି ଦେଶର ବିଦ୍ୟାର୍ଥୀ । ଯେଉଁମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ହେଉଛି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବ୍ରତ । ଉଦ୍ୟମିତା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରକ୍ଷା ଦିଗରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।

Rabisankar ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଶ୍ରୀ ଶ୍ରୀ ରବି ଶଙ୍କର
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Latest News

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.