Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାରେ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର, ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରଖିଲେ ଅଭିଭାଷଣ
ଜାତୀୟ ଖବର

ଓଡିଶାରେ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର, ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରଖିଲେ ଅଭିଭାଷଣ

November 10, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର, ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରଖିଲେ ଅଭିଭାଷଣ

କଟକ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ୧୧ତମ ସମାବର୍ତ୍ତନ ଉତ୍ସବ ଆଜି ମହାସମାରୋହରେ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ମାନବବାଦୀ, ଆଧ୍ୟାତ୍ମିକ ଗୁରୁ ତଥା ବିଶ୍ୱବିଦ୍ୟାଳୟର ଆଜୀବନ ସଭାପତି ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସଦୟ ଉପସ୍ଥିତି ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଭବ୍ୟତାକୁ ଦ୍ୱିଗୁଣିତ କରିଥିଲା।

ଉକ୍ତ ସମାରୋହରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ତଥା ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଏବଂ ଆମେରିକୀୟ ନିବେଶକ ତଥା ଡ୍ରାପର ଆସୋସିଏଟ୍ସ ଏବଂ ଡ୍ରାପର ଭେଞ୍ଚର ନେଟୱର୍କର ପ୍ରତିଷ୍ଠାତା, ଡଃ. ଟିମ୍ ଡ୍ରାପର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ, ସେମାନଙ୍କ ଉପସ୍ଥିତି ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଭବ୍ୟତାକୁ ବହୁଗୁଣିତ କରିଥିଲା ।

ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ପରିକଳ୍ପିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ୨୦୧୨ ମସିହାରେ ଏହାର ପ୍ରତିଷ୍ଠା ପରଠାରୁ ପାଶ୍ଚାତ୍ୟର ଅଗ୍ରଣୀ ଉଦ୍ଭାବନ ଓ ପୂର୍ବର କାଳଜୟୀ ଜ୍ଞାନ ସମ୍ମିଶ୍ରଣରେ ସମଗ୍ର ଅଞ୍ଚଳରେ ଶିକ୍ଷାର ଆଲୋକବର୍ତ୍ତିକା ପାଲଟିଛି । ‘ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରେଡିଟେସନ୍ କାଉନସିଲ’ ବା ‘ନାକ୍’ ଦ୍ୱାରା ସମ୍ମାନଜନକ ‘ଏ’ ଗ୍ରେଡ୍ ସ୍ୱୀକୃତିପ୍ରାପ୍ତ ଏବଂ ଶ୍ରେଷ୍ଠ ୨୦୦ ବିଶ୍ୱସ୍ତରୀୟ ଅନୁଷ୍ଠାନ (ଇମ୍ପାକ୍ଟ ରାଙ୍କିଙ୍ଗ୍-୨୦୨୩) ମଧ୍ୟରୁ ଅନ୍ୟତମ ଭାବରେ ଉଚ୍ଚ ପ୍ରଶଂସିତ ହୋଇଥିବା ଶ୍ରୀ ଶ୍ରୀ  ବିଶ୍ୱବିଦ୍ୟାଳୟ ୯ଟି ବିଭାଗରେ ସମ୍ପ୍ରସାରିତ ହୋଇଥିବା ବେଳେ, ଏକ ସମୃଦ୍ଧ ପାଠ୍ୟକ୍ରମ ପ୍ରଦାନ କରୁଛି । ଅନନ୍ୟ ଅଷ୍ଟିଓପାଥି ବିଭାଗ ଏବଂ ବିଶ୍ୱପ୍ରସିଦ୍ଧ ‘ଚିନ୍ତନ ଓ ଆଚରଣ ବିଜ୍ଞାନ’ ବିଭାଗ ଏହାର ଶ୍ରେଷ୍ଠ ପାଠ୍ୟକ୍ରମଗୁଡ଼ିକ ମଧ୍ୟରେ ଉଲ୍ଲେଖନୀୟ।

ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ତାଙ୍କ ଅଭିଭାଷଣରେ ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ସ୍ନାତକମାନଙ୍କୁ ପ୍ରେରଣା ଦେବା ସହ ଜ୍ଞାନ, କରୁଣା ଓ ସେବାର ଜୀବନ ଆପଣାଇବାକୁ ଅନୁରୋଧ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ବିଶ୍ୱବିଦ୍ୟାଳୟର ଉନ୍ନତି ଏବଂ ବୈଶ୍ୱିକ ଶିକ୍ଷା କ୍ଷେତ୍ରରେ ଏହାର ଯୁଗାନ୍ତକାରୀ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ।

ଏଥିସହ ନିକଟରେ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ରାଙ୍କିଂରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ଉନ୍ନତିକୁ ମଧ୍ୟ ପ୍ରଶଂସା କରିଥିଲେ । ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଶ୍ରୀମତୀ ରଜିତା କୁଲକର୍ଣ୍ଣି ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱସ୍ତରରେ ବିସ୍ତାର କରିବା ସହିତ ବିଶ୍ୱସ୍ତରୀୟ ପ୍ରତିଭାମାନଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାରେ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସୂଚନା ଦେଇଥିଲେ। କୁଳପତି ପ୍ରଫେସର ତେଜ ପ୍ରତାପ ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରି ଭବିଷ୍ୟତର ବିକାଶ ପାଇଁ ରଣନୈତିକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଏହି ସମାରୋହରେ ୧୭ ଜଣ ଉପାଧ୍ୟୁତ୍ତର, ୪୧୫ ଜଣ ସ୍ନାତକୋତ୍ତର ଓ ୧୪୨ ଜଣ ସ୍ନାତକଙ୍କୁ ମିଶାଇ ସମୁଦାୟ ୫୭୪ ଜଣ ବିଦ୍ୟାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ୩୧ ଜଣ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ବାସ୍ତବରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ଉତ୍ସବ ଥିଲା ଶୈକ୍ଷିକ ଉତ୍କର୍ଷତାର ଏକ ଭବ୍ୟ କାର୍ଯ୍ୟକ୍ରମ, ଯାହା ବିଶ୍ୱ ମଞ୍ଚରେ ଜ୍ଞାନ ଓ ନୂତନତ୍ୱର ପରାକାଷ୍ଠାକୁ ପ୍ରତିଫଳିତ କରାଇବା ନେଇ ବିଦ୍ୟାର୍ଥୀମାନଙ୍କୁ ପ୍ରସ୍ତୁତ କରିବାକୁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ପ୍ରମାଣିତ କରିଥିଲା।

ସକାଳ ସମୟରେ ଓଡିଶାର ସମସ୍ତ ବିଦ୍ୟାଳୟ ଓ ଗଣ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା ଅନୁଷ୍ଠାନ ମାନଙ୍କରୁ ବହୁ ପ୍ରଶିକ୍ଷକ ଏହି  ସଭାରେ ଯୋଗ ଦେଇ ଆଧୁନିକ ଯୁଗରେ ଶିକ୍ଷା  ଅନୁଷ୍ଠାନ ମାନଙ୍କର ସମସ୍ୟାବଳୀ ଉପରେ ଆଲୋଚନା କରିଥିଲେ। ଏହି ସଭାରେ ଓଡିଶାର ପ୍ରାୟ ସମସ୍ତ ଶିକ୍ଷା ପ୍ରତିଷ୍ଠାନରୁ ଦୁଇ ଶହ ରୁ ଅଧିକ ପଦାଧିକାରୀ ଅଂଶଗ୍ରହଣ କରିଥିଲେ । ତନ୍ମଧରୁ କୁଳପତି , କୁଳସଚିବ, ଡିନ, ପ୍ରିନ୍ସିପାଲ, ବିଭାଗଧ୍ୟକ୍ଷ, ପ୍ରଫେସର, ପ୍ରଧାନ ଶିକ୍ଷକ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଉପାସ୍ଥିତ ଥିଲେ।

ସମ୍ମାନନୀୟ  ଅତିଥି ଭାବରେ ଉପସ୍ଥିତ ଥିବା ରାଜ୍ୟପାଳଙ୍କର ପ୍ରଧାନ ପରାମର୍ଶଦାତା, ଶ୍ରୀ ସନ୍ତୋଷ କୁମାର ସତପଥୀ, ସମ୍ମିଳନୀରେ ଭାଷଣ ଦେଇ ଭାରତର ପ୍ରାଚୀନ ଗୌରବକୁ  ପୁନଃସ୍ଥାପିତ କରିବାର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ ।  ସେଥିନିମିତ୍ତ  ଶିକ୍ଷା ଅନୁଷ୍ଠାନ ମାନନଙ୍କର ସହଭାଗୀତା ଆବଶ୍ୟକ ଓ ଏଥିରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ  କରିପାରିବ। କୁଳପତି ମାନେ  ଜାତୀୟ ଶିକ୍ଷା ନୀତି ରୂପାୟଣ, ଛାତ୍ରମାନଙ୍କର ନିଶା ଦ୍ରବ୍ୟ ପ୍ରତି ଆସକ୍ତି ଏବଂ ଧ୍ୟାନ ଅଭାବ ସମସ୍ୟାବଳୀ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଗୁରୁଦେବ ମଧ୍ୟ ସଂପୃକ୍ତ ସମସ୍ତଙ୍କୁ ସୁଦର୍ଶନ କ୍ରିୟା ଏବଂ ଧ୍ୟାନ କରି ଏକ ଦିବ୍ୟ ଦୁନିଆ ସୃଷ୍ଟି କରିବାକୁ ପ୍ରେରଣା ଦେଇଥିଲେ।

ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ଶ୍ରୀ ଶ୍ରୀ ରବି ଶଙ୍କର
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.