Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ମୁଁ ନିର୍ଦ୍ଦୋଷ, ମୋତେ ଫସେଇଦିଆଯାଇଛି’: ଦୁଷ୍କର୍ମ-ହତ୍ୟା ପୀଡିତର ପିତାଙ୍କ ସାମ୍ନାରେ ଚିତ୍କାର କଲା ଅଭିଯୁକ୍ତ
ଜାତୀୟ ଖବର

‘ମୁଁ ନିର୍ଦ୍ଦୋଷ, ମୋତେ ଫସେଇଦିଆଯାଇଛି’: ଦୁଷ୍କର୍ମ-ହତ୍ୟା ପୀଡିତର ପିତାଙ୍କ ସାମ୍ନାରେ ଚିତ୍କାର କଲା ଅଭିଯୁକ୍ତ

November 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସୋମବାର ଦିନ କୋଲକାତା କୋର୍ଟ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରିଛନ୍ତି। ଏହି ସମୟରେ ଅଭିଯୁକ୍ତ ସଞ୍ଜୟ ରୟ ଅଭିଯୋଗ କରିଛନ୍ତି ଯେ, ସେ ନିର୍ଦ୍ଦୋଷ ଏବଂ ସେ କିଛି କରିନାହାଁନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କୁ କୋର୍ଟରେ କହିବାକୁ ଅନୁମତି ଦିଆଯାଇନଥିଲା ଏବଂ ତାଙ୍କୁ ଫସାଯାଇଛି।

ସୂଚନା ଅନୁଯାୟୀ ଅତିରିକ୍ତ ଜିଲ୍ଲା ତଥା ସେସନ୍ସ ଜଜ୍ ଅନିର୍ବନ୍ ଦାସଙ୍କ କୋର୍ଟର ଏକ ବନ୍ଦ କୋଠରୀରେ ଏହି ମାମଲାର ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ କୋର୍ଟରେ ଉପସ୍ଥିତ ଥିଲେ ଏବଂ ପୋଲିସ ସୂତ୍ରରୁ ପ୍ରକାଶ ଯେ, ମୃତକଙ୍କ ବାପା ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ।

ସଂଜୟ ରୟଙ୍କୁ ଅପରାହ୍ନରେ କୋର୍ଟକୁ ଅଣାଯାଇଥିଲା। କୋର୍ଟରୁ ବାହାରକୁ ଆସିବାବେଳେ ସେ ପୁଣି ଥରେ ଦାବି କରିଛନ୍ତି ଯେ, ସେ ନିର୍ଦ୍ଦୋଷ ଏବଂ ପ୍ରଶାସନ ତାଙ୍କୁ ଏହି ମାମଲାରେ ଫସାଇଛି। ସଞ୍ଜୟ ରୟ ଗଣମାଧ୍ୟମକୁ କହିଛନ୍ତି ଯେ, ‘ସେମାନେ ମୋତେ ଆଜି ମଧ୍ୟ କହିବାକୁ ଅନୁମତି ଦେଲେ ନାହିଁ। ମୁଁ କିଛି କରି ନାହିଁ, ମୋ ବିରୋଧରେ ଷଡଯନ୍ତ୍ର କରାଯାଇଛି।

ନଭେମ୍ବର ୪ ତାରିଖରେ ସଞ୍ଜୟ ରୟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ସେ ନିର୍ଦ୍ଦୋଷ ବୋଲି ଦାବି କରିଥିଲେ। ସଞ୍ଜୟ ରୟଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୪ (ଦୁଷ୍କର୍ମ), ୬୬ (ମୃତ୍ୟୁ) ଏବଂ ୧୦୩ (ହତ୍ୟା ପାଇଁ ଦଣ୍ଡ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

ଆରଜି କର ହସ୍ପିଟାଲର ସେମିନାର ହଲରେ କୋଲକାତା ପୋଲିସ ମହିଳା ଡାକ୍ତରଙ୍କ ମୃତଦେହ ଜବତ କରିଥିଲା। ଏହାର ଗୋଟିଏ ଦିନ ପରେ ସଞ୍ଜୟ ରୟଙ୍କ ଉପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।

ପରେ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଥିଲା। ଏହି ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଥିଲା।

kolkata West Bengal
Share. Facebook Twitter LinkedIn Email WhatsApp Copy Link

Related Posts

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026
Latest News

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.