Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟିରା ପକ୍ଷରୁ ଜିଓ ୱାର୍ଲ୍ଡ ପ୍ଲାଜାରେ ବିଳାସପୂର୍ଣ୍ଣ ସୌନ୍ଦର୍ଯ୍ୟ ଷ୍ଟୋର୍ ଶୁଭାରମ୍ଭ
ଜାତୀୟ ଖବର

ଟିରା ପକ୍ଷରୁ ଜିଓ ୱାର୍ଲ୍ଡ ପ୍ଲାଜାରେ ବିଳାସପୂର୍ଣ୍ଣ ସୌନ୍ଦର୍ଯ୍ୟ ଷ୍ଟୋର୍ ଶୁଭାରମ୍ଭ

November 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରିଲାଏନ୍ସ ରିଟେଲର ବିୟୁଟି ରିଟେଲ ଚେନ ‘ଟିରା’ ପକ୍ଷରୁ ଗୁରୁବାର ଦିନ ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜାରେ ଏହାର ବିଳାସପୂର୍ଣ୍ଣ ଫ୍ଲାଗସିପ୍ ଷ୍ଟୋର୍ ଶୁଭାରମ୍ଭ କରାଯାଇଛି। ୬୨୦୦ ବର୍ଗଫୁଟ ପରିମିତ ଏହି ଫ୍ଲାଗସିପ୍ ଷ୍ଟୋର୍‌ରେ ପ୍ରତିଷ୍ଠିତ ବିଶ୍ୱସ୍ତରୀୟ ବ୍ରାଣ୍ଡ ଗୁଡିକର ୧୫ ଟି ସପ-ଇନ-ସପ ବୁଟିକ୍ ରହିଛି। ଷ୍ଟୋରରେ ବିଳାସପୂର୍ଣ୍ଣ ସ୍କିନ୍ କେୟାର ବ୍ରାଣ୍ଡ ଅଗଷ୍ଟିନସ୍ ବେଡର୍ ମଧ୍ୟ ରହିଛି, ଯାହା କେବଳ ଟିରା ଷ୍ଟୋର୍‌ରେ ଉପଲବ୍ଧ।

ଏହି ଫ୍ଲାଗସିପ୍ ଷ୍ଟୋର୍‌ର ଶୁଭାରମ୍ଭ ଅବସରରରେ ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଲିମିଟେଡ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି ଯେ “ଟିରା” ଭାରତରେ ସୌନ୍ଦର୍ଯ୍ୟ ଏବଂ ବିଳାସକୁ ପୁନଃ ପରିଭାଷିତ କରୁଛି। ବିଶ୍ୱ ସ୍ତରୀୟ ବ୍ରାଣ୍ଡ ଏବଂ ସିଗନେଚର ସେବା ସହିତ ଏହା ଏକ ଭିନ୍ନ ଅନୁଭୂତି ପ୍ରଦାନ କରିବ। ଜିଓ ୱାର୍ଲ୍ଡ ପ୍ଲାଜାରେ ଆମର ଟିରା ଫ୍ଲାଗସିପ୍ ଷ୍ଟୋର୍ ପ୍ରେରିତ କରିବା, ସମସ୍ତଙ୍କୁ ଏକାଠି କରିବା ଏବଂ ପରିବର୍ତ୍ତନ ଆଣିବା ପାଇଁ ବେଶ ଯତ୍ନର ସହିତ ଏବଂ ସୁନ୍ଦର ଭାବରେ ପରିକଳ୍ପିତ ହୋଇଛି। ବିଳାସପୂର୍ଣ୍ଣ ସୌନ୍ଦର୍ଯ୍ୟର ଏହି ଅସାଧାରଣ ଯାତ୍ରାରେ ଗ୍ରାହକମାନଙ୍କୁ ସାମିଲ କରିବାକୁ ଆମେ ପ୍ରସ୍ତୁତ ରହିଛୁ।”

ସୁଗନ୍ଧପ୍ରେମୀମାନଙ୍କ ପାଇଁ ଏହି ଷ୍ଟୋରରେ ଏକ ସ୍ୱତନ୍ତ୍ର ସେଣ୍ଟ ରୁମ ପ୍ରସ୍ତୁତ କରାଯାଇଛି। ଏହାକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ସୁଗନ୍ଧଗୁଡ଼ିକ ବାୟୁରେ ଭାସମାନ ରହିଥାଏ। ସେଣ୍ଟ ବା ସୁଗନ୍ଧର ଆନ୍ତର୍ଜାତୀୟ ବ୍ରାଣ୍ଡ ଏବଂ ସୀମିତ-ସଂସ୍କରଣ ସଂଗ୍ରହ ମଧ୍ୟ ଏଠାରେ ଉପଲବ୍ଧ ହେବ। ବିଳାସପୂର୍ଣ୍ଣ ସୌନ୍ଦର୍ଯ୍ୟ ରିଟେଲ ବ୍ୟବସାୟରେ ପ୍ରଥମ ଥର ପାଇଁ ଟିରା ପକ୍ଷରୁ ଟିରା ବିୟୁଟି ସୁଟରେ ସ୍ୱତନ୍ତ୍ର ଇନ-ଷ୍ଟୋର ସ୍କିନ୍ କେୟାର ସେବା ଆରମ୍ଭ କରିଛି। ଟିରାର ସିଗନେଚର ଟ୍ରିଟମେଣ୍ଟରେ ସିଗନେଚର-ଗ୍ଲୋ, ୟୁଥ୍ ଏଲିକ୍ସିର୍ ଏବଂ ଆକ୍ୱା ଇନଫ୍ୟୁଜନ୍ ଫେସିଆଲ ବ୍ୟତୀତ ଅଗଷ୍ଟିନସ୍-ବେଡ଼ର ସିଗନେଚର ଫେସିଆଲ ବିଶେଷ ଭାବରେ ସାମିଲ କରାଯାଇଛି।

ଏହି ଫ୍ଲାଗସିପ୍ ଷ୍ଟୋର୍‌ରେ ଟେକ୍ନୋଲୋଜି ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୋଇଛି। ଭର୍ଚୁଆଲ୍ ଟ୍ରାଏ-ଅନ୍ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ସୌନ୍ଦର୍ଯ୍ୟ ସ୍ଥଳ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ଉପକରଣ ଏଠାରେ ସ୍ଥାପନ କରାଯାଇଛି। କମ୍ପାନୀ ଅନୁଯାୟୀ, ଭାରତର ସୌନ୍ଦର୍ଯ୍ୟ ରିଟେଲ ଦୃଶ୍ୟପଟ୍ଟରେ ଟିରା ଏକ ନୂତନ ମାନଦଣ୍ଡ ସ୍ଥିର କରିବାକୁ ଲକ୍ଷ୍ୟ ରଖିଛି, ଯାହା ଏଭଳି ଏକ ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରିବ ଯାହା ପ୍ରକୃତରେ ଅନନ୍ୟ ହେବ।

BJP Ads
Reliance Retail Limited Tira ରିଲାଏନ୍ସ ରିଟେଲର
Share. Facebook Twitter LinkedIn Email WhatsApp Copy Link

Related Posts

ରାଇଜିଂ ଷ୍ଟାର ଏସିଆ କପ୍: ଘୋଷଣା ହେଲା ଟିମ୍ ଇଣ୍ଡିଆ ଏ, ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍ ର ତାରିଖ

November 5, 2025

Kartik Purnima: କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

November 5, 2025

ପ୍ରଶାନ୍ତ କିଶୋରଙ୍କୁ ଝଟକା: ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଲେ ଜନ ସୂରାଜ ପ୍ରାର୍ଥୀ ସଞ୍ଜୟ ସିଂହ

November 5, 2025

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ ମିଳିଲା କ୍ଲିନ୍ ଚିଟ୍

November 5, 2025
BJP Ads
Latest News

ରାଇଜିଂ ଷ୍ଟାର ଏସିଆ କପ୍: ଘୋଷଣା ହେଲା ଟିମ୍ ଇଣ୍ଡିଆ ଏ, ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍ ର ତାରିଖ

November 5, 2025

Kartik Purnima: କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

November 5, 2025

ପ୍ରଶାନ୍ତ କିଶୋରଙ୍କୁ ଝଟକା: ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଲେ ଜନ ସୂରାଜ ପ୍ରାର୍ଥୀ ସଞ୍ଜୟ ସିଂହ

November 5, 2025

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ ମିଳିଲା କ୍ଲିନ୍ ଚିଟ୍

November 5, 2025

ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ମେଗା ପୋର୍ଟ ଘୋଷଣା

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.